ଅରବିନ୍ଦ କେଜରିୱାଲଙ୍କ ଘରେ ED, ମୋବାଇଲ ଫୋନ ଜବତ ପରେ ପଚରା ଉଚରା ଜାରି, ଗିରଫଦାରୀ ଆଶଙ୍କା
ନୂଆଦିଲ୍ଲୀ ୨୧।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କ ପିଟିସନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ପିଟିସନରେ କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଗିରଫଦାରୀ ଟାଳିବାକୁ ନିବେଦନ କରିଥିଲେ। ତେବେ ହାଇକୋର୍ଟରେ ଆବେଦନ ଖାରଜ ହେବାର କିଛି ସମୟ ପରେ ଇଡି ଟିମ୍ ୧୦ମ ସମନ ନେଇ କେଜରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ଇଡି ଅଧିକାରୀମାନେ ତାଙ୍କ ଘରର ତଲାସୀ ନେଇଥିବା ବେଳେ କେଜରିୱାଲଙ୍କ ମୋବାଇଲ ଫୋନ ଜବତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା କଡ଼ାକଡି କରାଯାଇଥିବା ବେଳେ କେଜରିୱାଲଙ୍କୁ ମାମଲାରେ ପଚରା ଉଚରା ମଧ୍ୟ କରାଯାଉଥିବା ଜଣାପଡିଛି। ଏହା ପୂର୍ବରୁ ଇଡି କେଜରିୱାଲଙ୍କୁ ୯ଟି ସମନ ପଠାଇଥିଲା। ତେବେ କେଜରିୱାଲ ପ୍ରତିଟି ସମନକୁ ଅବୈଧ କହି ଟାଳି ଚାଲିଥିଲେ। ଗୋଟିଏ ପଟେ ଇଡି ଟିମ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଚଢଉ ଚଳାଇଥିବା ବେଳେ ଅନ୍ୟପଟେ କେଜରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିରେ ଲିଗାଲ ଟିମ୍ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିବେ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଥିଲେ ଯେ କେଜରିୱାଲଙ୍କୁ ଗିରଫରୁ ଆଶ୍ୱସ୍ତି ମିଳିବନି। ଇଡି ଚଢଉ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଚାରିପାଖର ସୁରକ୍ଷା ବଢାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ବ
ନୂଆଦିଲ୍ଲୀ ୨୧।୩: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କ ପିଟିସନକୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ପିଟିସନରେ କେଜରିୱାଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କ ଗିରଫଦାରୀ ଟାଳିବାକୁ ନିବେଦନ କରିଥିଲେ। ତେବେ ହାଇକୋର୍ଟରେ ଆବେଦନ ଖାରଜ ହେବାର କିଛି ସମୟ ପରେ ଇଡି ଟିମ୍ ୧୦ମ ସମନ ନେଇ କେଜରିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି। ଇଡି ଅଧିକାରୀମାନେ ତାଙ୍କ ଘରର ତଲାସୀ ନେଇଥିବା ବେଳେ କେଜରିୱାଲଙ୍କ ମୋବାଇଲ ଫୋନ ଜବତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା କଡ଼ାକଡି କରାଯାଇଥିବା ବେଳେ କେଜରିୱାଲଙ୍କୁ ମାମଲାରେ ପଚରା ଉଚରା ମଧ୍ୟ କରାଯାଉଥିବା ଜଣାପଡିଛି।
ଏହା ପୂର୍ବରୁ ଇଡି କେଜରିୱାଲଙ୍କୁ ୯ଟି ସମନ ପଠାଇଥିଲା। ତେବେ କେଜରିୱାଲ ପ୍ରତିଟି ସମନକୁ ଅବୈଧ କହି ଟାଳି ଚାଲିଥିଲେ। ଗୋଟିଏ ପଟେ ଇଡି ଟିମ ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଚଢଉ ଚଳାଇଥିବା ବେଳେ ଅନ୍ୟପଟେ କେଜରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏଥିରେ ଲିଗାଲ ଟିମ୍ ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିବେ। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଥିଲେ ଯେ କେଜରିୱାଲଙ୍କୁ ଗିରଫରୁ ଆଶ୍ୱସ୍ତି ମିଳିବନି।
ଇଡି ଚଢଉ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ଚାରିପାଖର ସୁରକ୍ଷା ବଢାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ବେଳେ ଦିଲ୍ଲୀ ପୋଲିସର ବଡ଼ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ରାପିଡ ଆକ୍ସନ ଫୋର୍ସ ସହିତ ସିଆରପିଏଫ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି। ଅନୁମାନ କରାଯାଉଛି ଇଡି ପଚରା ଉଚରା ପରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିପାରେ।