ଅରୁନ୍ଧତୀ ରାୟଙ୍କ ବିରୋଧରେ UAPAରେ ଚାଲିବ ମାମଲା, ଦିଲ୍ଲୀ ଏଲଜି ଦେଲେ ମଞ୍ଜୁରୀ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଲେଖିକା ଅରୁନ୍ଧତୀ ରାୟ ଏବଂ ଅନ୍ୟ ଜଣଙ୍କ ବିରୋଧରେ ୟୁଏପିଏ ଅଧିନରେ ମକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅରୁନ୍ଧତୀ ରାୟ ଏବଂ କାଶ୍ମୀର ସେଣ୍ଟ୍ରାଲ ୟୁନିର୍ଭସିଟିରେ ଇଣ୍ଟରନ୍ୟାସନାଲ ଲ’ର ପୂର୍ବତନ ପ୍ରଫେସର ଡା.ଶେଖ ସୌକତ ହୁସେନ ୨୦୧୦ ଅକ୍ଟୋବର ୨୧ରେ ଏକ ସମ୍ମିଳନୀରେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ । ଏନେଇ ସୁଶୀଲ ପଣ୍ଡିତ ସେହି ବର୍ଷ ଅକ୍ଟୋବର ୧୦ରେ ଏଫଆଇଆର ଦାଖଲ କରିଥିଲେ ।ଅରୁନ୍ଧତୀ ରାୟ ଏବଂ ଶେଖ ସୌକତ ହୁସେନ କଥିତ ରୂପେ ଉତ୍ତେଜନାପୂର୍ଣ୍ଣ ଏବଂ ଭାରତ ବିରୋଧୀ ଭାଷଣ ଦେଇଥିଲେ । ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥିଲା ସେଥିରେ କାଶ୍ମୀରକୁ ଭାରତରୁ ଅଲଗା କରିବା କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହ ଉଠାଇଥିଲା । ସମ୍ମିଳନୀରେ ଭାଷଣ ଦେଇଥିବା ସୈୟଦ ଅଲି ଶାହ ଗିଲାନୀ, ଏସଏଆର ଗିଲାନୀ, ଅରୁନ୍ଧତୀ ରାୟ, ଡ.ଶେଖ ସୌକତ ହୁସେନ ଏବଂ ମାଓବାଦୀ ସମର୍ଥକ ବାରା ବାରା ରାଓ ସାମିଲ ଥିଲେ ।ଗିଲାନୀ ଏବଂ ଅରୁନ୍ଧତୀ ରାୟ କାଶ୍ମୀର କେବେ ବି ଭାରତର ଅଂଶ ନଥିଲା ବୋଲି ଜୋରସୋରରେ ପ୍ରଚାର କରିଥିବା ଅଭିଯୋଗ ରହିଛି । ଏପରି କି ସେମାନେ ଜୋର ଦେଇ କହିଥିଲେ ଯେ ଭାରତରୁ ଜାମ୍ମୁ କାଶ୍ମୀରକୁ ମୁକ୍ତ କରିବା ପାଇଁ ସବୁ ସମ୍ଭବ ଉଦ୍ୟମ କରାଯିବା ଦରକାର । ଅଭିଯୋଗକାରୀଙ୍କ ଦ୍ୱାରା ଏହାର ରେକର୍ଡିଂ ବି ମଧ୍ୟ ଉପଲବ୍ଧ କରାଯାଇଥ

ଅରୁନ୍ଧତୀ ରାୟଙ୍କ ବିରୋଧରେ UAPAରେ ଚାଲିବ ମାମଲା, ଦିଲ୍ଲୀ ଏଲଜି ଦେଲେ ମଞ୍ଜୁରୀ, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ଲେଖିକା ଅରୁନ୍ଧତୀ ରାୟ ଏବଂ ଅନ୍ୟ ଜଣଙ୍କ ବିରୋଧରେ ୟୁଏପିଏ ଅଧିନରେ ମକଦ୍ଦମା ଚଲାଇବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଅରୁନ୍ଧତୀ ରାୟ ଏବଂ କାଶ୍ମୀର ସେଣ୍ଟ୍ରାଲ ୟୁନିର୍ଭସିଟିରେ ଇଣ୍ଟରନ୍ୟାସନାଲ ଲ’ର ପୂର୍ବତନ ପ୍ରଫେସର ଡା.ଶେଖ ସୌକତ ହୁସେନ ୨୦୧୦ ଅକ୍ଟୋବର ୨୧ରେ ଏକ ସମ୍ମିଳନୀରେ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଭାଷଣ ଦେଇଥିଲେ । ଏନେଇ ସୁଶୀଲ ପଣ୍ଡିତ ସେହି ବର୍ଷ ଅକ୍ଟୋବର ୧୦ରେ ଏଫଆଇଆର ଦାଖଲ କରିଥିଲେ ।

ଅରୁନ୍ଧତୀ ରାୟ ଏବଂ ଶେଖ ସୌକତ ହୁସେନ କଥିତ ରୂପେ ଉତ୍ତେଜନାପୂର୍ଣ୍ଣ ଏବଂ ଭାରତ ବିରୋଧୀ ଭାଷଣ ଦେଇଥିଲେ । ସମ୍ମିଳନୀରେ ଯେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥିଲା ସେଥିରେ କାଶ୍ମୀରକୁ ଭାରତରୁ ଅଲଗା କରିବା କଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହ ଉଠାଇଥିଲା । ସମ୍ମିଳନୀରେ ଭାଷଣ ଦେଇଥିବା ସୈୟଦ ଅଲି ଶାହ ଗିଲାନୀ, ଏସଏଆର ଗିଲାନୀ, ଅରୁନ୍ଧତୀ ରାୟ, ଡ.ଶେଖ ସୌକତ ହୁସେନ ଏବଂ ମାଓବାଦୀ ସମର୍ଥକ ବାରା ବାରା ରାଓ ସାମିଲ ଥିଲେ ।

ଗିଲାନୀ ଏବଂ ଅରୁନ୍ଧତୀ ରାୟ କାଶ୍ମୀର କେବେ ବି ଭାରତର ଅଂଶ ନଥିଲା ବୋଲି ଜୋରସୋରରେ ପ୍ରଚାର କରିଥିବା ଅଭିଯୋଗ ରହିଛି । ଏପରି କି ସେମାନେ ଜୋର ଦେଇ କହିଥିଲେ ଯେ ଭାରତରୁ ଜାମ୍ମୁ କାଶ୍ମୀରକୁ ମୁକ୍ତ କରିବା ପାଇଁ ସବୁ ସମ୍ଭବ ଉଦ୍ୟମ କରାଯିବା ଦରକାର । ଅଭିଯୋଗକାରୀଙ୍କ ଦ୍ୱାରା ଏହାର ରେକର୍ଡିଂ ବି ମଧ୍ୟ ଉପଲବ୍ଧ କରାଯାଇଥିଲା ।