ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି
ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ନିଜ ଦ୍ୱାରା ଅର୍ଜିତ ଜ୍ଞାନକୁ ନିଜର, ନିଜ ପରିବାର, ନିଜେ ବାସ କରୁଥିବା ସମାଜ ତଥା ରାଜ୍ୟ ଓ ଦେଶର ହିତ ସାଧନ କରିବା ନିମନ୍ତେ ବିନିଯୋଗ କର। ଏହା ସହ ଗଞ୍ଜାମ ଜିଲା ହେଉଛି ଓ କର୍ମଭୂମି ବୀରଙ୍କ ଭୂମି ତଥା ସଂସ୍କୃତି କଳା […] The post ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି appeared first on Dharitri Odia News.
ବ୍ରହ୍ମପୁର,୧ା୩(ତନୁଶ୍ରୀ ନାହାକ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ବ୍ରହ୍ମପୁର ଆସି ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ନିଜ ଦ୍ୱାରା ଅର୍ଜିତ ଜ୍ଞାନକୁ ନିଜର, ନିଜ ପରିବାର, ନିଜେ ବାସ କରୁଥିବା ସମାଜ ତଥା ରାଜ୍ୟ ଓ ଦେଶର ହିତ ସାଧନ କରିବା ନିମନ୍ତେ ବିନିଯୋଗ କର। ଏହା ସହ ଗଞ୍ଜାମ ଜିଲା ହେଉଛି ଓ କର୍ମଭୂମି ବୀରଙ୍କ ଭୂମି ତଥା ସଂସ୍କୃତି କଳା ଓ ଜ୍ଞାନର ଗନ୍ତାଘର। ଏଇଠି ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବା ସହ ଏଠିକାର ମହାପୁରୁଷ ପୁର୍ବତନ ରାଷ୍ଟ୍ରପତି ଭିଭି ଗିରି, ଗଞ୍ଜାମ ମାଟିର ସୁପୁତ୍ର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ,ମହାରାଜା କୃଷ୍ଣଚନ୍ଦ୍ର ମର୍ଦ୍ଧରାଜ, ବିନାୟକ ଆଚାର୍ଯ୍ୟ, ଶଶିଭୂଷଣ ରଥ, ବିଶ୍ୱନାଥ ଦାସ, ଚକରା ବିଷୋୟୀ, ସଦାଶିବ ତ୍ରିପାଠୀ, ଲକ୍ଷ୍ମଣ ନାୟକଙ୍କ ଭଳି ମହାନ ଜନନାୟକଙ୍କୁ ଧରି ଗର୍ବିତ। ଏହି ମାଟି ଏମାନଙ୍କୁ ନିଜ ଆଦର୍ଶ ଭାବେ ଗ୍ରହଣ କରନ୍ତୁ । ତମୋସା ମା ଜ୍ୟୋତିର୍ଗମୟ ବାକ୍ୟକୁ ପ୍ରତିପାଦିତ କରିବା ନିମନ୍ତେ ଯେଉଁ ଭଳି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କାର୍ଯ୍ୟକରୁଛି ଏଥିରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ହେଉଛି । ଜୀବିକା ନିମନ୍ତେ ଯାହା ପନ୍ଥା ଆବଶ୍ୟକ ଗ୍ରହଣ କର କିନ୍ତୁ ନିଜର ଉନ୍ନତି ସହ ଦେଶର ଉନ୍ନତି କଥା ପ୍ରତି ସମାନ ଗୁରୁତ୍ୱ ଦିଅ ବୋଲି ରାଷ୍ଟ୍ରପତି କହିଛନ୍ତି।
କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ତଥା ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ନିମନ୍ତେ ଛାତ୍ରବୃତ୍ତିଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ସମାବର୍ତ୍ତନ ଉତ୍ସବରେ ୩୧ ଜଣଙ୍କୁ ସ୍ବର୍ଣ୍ଣପଦକ, ୪୩ ଜଣଙ୍କୁ ପିଏଚ୍ ଜଣେ ୩ ଜଣ ସ୍କଲାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଏସ୍ପି ବିବେକ ଏମ୍, ରାଜ୍ୟ କାଜୁ ନିଗମ ଉନ୍ନୟନ ଅଧ୍ୟକ୍ଷ ସୁବାସ ମହାରଣା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
The post ଅର୍ଜିତ ଶିକ୍ଷା ଜ୍ଞାନକୁ ସମାଜ, ଦେଶର ଉନ୍ନତିରେ ବିନିଯୋଗ କର: ରାଷ୍ଟ୍ରପତି appeared first on Dharitri Odia News.