ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍! ବିବାହ ନା ଆଫାୟାର ଏହାର କାରଣ?
ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍ ଲାଇଫ୍ ବିଟାଉନରେ ତାଙ୍କର ଖୁବ୍ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଛି। ଏବେ ଅର୍ଜୁନ ଇନଫ୍ଲୁଏନସର କୁଶା କପିଳାଙ୍କୁ ଡେଟ୍ କରୁଥିବାର ସୋସିଆଲ ମିଡିଆରେ କୁହାଯାଉଛି। ଏନେଇ କୁଶା କହିଛନ୍ତି, ସେ ଅର୍ଜୁନଙ୍କ ସହ ରିଲେଶନଶିପରେ ନାହାନ୍ତି କି ତାଙ୍କୁ ଡେଟ୍ କରୁ ନାହାନ୍ତି। ସୋସିଆଲ […] The post ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍! ବିବାହ ନା ଆଫାୟାର ଏହାର କାରଣ? appeared first on Dharitri Odia News.
ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍ ଲାଇଫ୍ ବିଟାଉନରେ ତାଙ୍କର ଖୁବ୍ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର ବ୍ରେକଅପ୍ ହୋଇଯାଇଛି। ଏବେ ଅର୍ଜୁନ ଇନଫ୍ଲୁଏନସର କୁଶା କପିଳାଙ୍କୁ ଡେଟ୍ କରୁଥିବାର ସୋସିଆଲ ମିଡିଆରେ କୁହାଯାଉଛି।
ଏନେଇ କୁଶା କହିଛନ୍ତି, ସେ ଅର୍ଜୁନଙ୍କ ସହ ରିଲେଶନଶିପରେ ନାହାନ୍ତି କି ତାଙ୍କୁ ଡେଟ୍ କରୁ ନାହାନ୍ତି।
ସୋସିଆଲ ମିଡିଆରେ ଏହି ଗୁଜବ ଉଠିବା ପରେ ମଲାଇବା ଓ ଅର୍ଜୁନଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି। ତେବେ ସତରେ ବ୍ରେକଅପ୍ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଶୁଣାଯାଉଛି କି, କିଛିଦିନ ତଳେ ଦୁହିଁଙ୍କ ମଧ୍ୟରୁ ଜଣେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତନ୍ମଧ୍ୟରୁ ଜଣେ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ବିବାହ ନ କରି ପାରିବା କାରଣରୁ ଦୁଇମାସ ପୂର୍ବରୁ ଅଲଗା ହେବା ପାଇଁ ଅର୍ଜ୍ଜୁନ ଓ ମଲାଇକା ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ସୂଚନାର କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇନାହିଁ।
The post ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍! ବିବାହ ନା ଆଫାୟାର ଏହାର କାରଣ? appeared first on Dharitri Odia News.