ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ନିଟ୍‌ ପେପର୍‌ ଲିକ୍‌ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଆମ ଦେଶରେ ପ୍ରଶ୍ନପତ୍ର ଲିକ୍‌ ନୂଆ କଥା ନୁହେଁ, ପୂର୍ବରୁ ଏପରି ଅନେକ ଥରେ ହୋଇଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ଭାରତରେ ବଜେଟ ପେପର୍‌ ମଧ୍ୟ ଲିକ ହୋଇଥିଲା। […] The post ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ appeared first on Dharitri Odia News.

ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୭।୯: ନିଟ୍‌ ପେପର୍‌ ଲିକ୍‌ ନେଇ ସାରା ଦେଶ ଉଠୁଛି ପଡୁଛି। ଜାତୀୟ ରାଜନୀତି, ସୁପ୍ରିମକୋର୍ଟ ଓ ସଂସଦରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି। ପରୀକ୍ଷାରେ ବ୍ୟାପକ ଅନିୟମିତତା ସହ ପ୍ରଶ୍ନପତ୍ର ଲିକ ପ୍ରସଙ୍କ ଚାରିଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଆମ ଦେଶରେ ପ୍ରଶ୍ନପତ୍ର ଲିକ୍‌ ନୂଆ କଥା ନୁହେଁ, ପୂର୍ବରୁ ଏପରି ଅନେକ ଥରେ ହୋଇଛି । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏକଦା ଭାରତରେ ବଜେଟ ପେପର୍‌ ମଧ୍ୟ ଲିକ ହୋଇଥିଲା। ଏଥିପାଇଁ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ତାଙ୍କ ପଦରୁ ବିଦା କରାଯାଇଥିଲା।

ବିବିସି ରିପୋର୍ଟ ଅନୁଯାୟୀ, ଦେଶର ବଜେଟ ୧୯୫୦ରେ ସଂସଦରେ ଉପସ୍ଥାପିତ ହେବା ପୂର୍ବରୁ ଲିକ୍‌ ହୋଇଥିଲା। ଏହି କାରଣରୁ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ତତ୍କାଳୀନ ଅର୍ଥମନ୍ତ୍ରୀ ଜନ ମାଥାଇଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ଏହି ଘଟଣା ପରେ ବଜେଟର ମୁଦ୍ରଣ ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।

ସୂଚନାଥାଉ କି, ୧୯୫୦ ପର୍ଯ୍ୟନ୍ତ, ରାଷ୍ଟ୍ରପତି ଭବନରେ ବଜେଟ ଛପା ଯାଉଥିଲା। କିନ୍ତୁ ଯେତେବେଳେ ବଜେଟ୍‌ ପେପର୍‌ ଲିକ ହେଲା, ସେତେବେଳେ ଅନ୍ୟତ୍ର ଛପାଯିବା ପାଇଁ ନିଷ୍ପତ୍ତି ନିଆଗଲା। ଏହାପରେ ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ଅବସ୍ଥିତ ଏକ ପ୍ରେସରେ ବଜେଟ ଛପା ଯାଇଥିଲା। ଏହି ମୁଦ୍ରଣ ୧୯୭୯ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ, ୧୯୮୦ ମସିହାରୁ, ନର୍ଥ ବ୍ଲକର ତଳ ମହଲାରେ ନିର୍ମିତ ପ୍ରିଣ୍ଟିଂ ପ୍ରେସରେ ବଜେଟ ଛପା ହେବା ଆରମ୍ଭ ହୋଇଥିଲା। ଯାହା ଆଜି ଯାଏଁ ବି ଚାଲୁ ରହିଛି।

ବଜେଟ ଉପସ୍ଥାପନା ପୂର୍ବରୁ ହାଲୱା ସମାରୋହ ଅନୁଷ୍ଠିତ ହୁଏ। ଏହି ସମାରୋହ ପରେ ଅର୍ଥ ମନ୍ତ୍ରଣାଳୟ ଏବଂ ବଜେଟ ସହିତ ଜଡିତ ପ୍ରାୟ ୧୦୦ କର୍ମଚାରୀ ନର୍ଥ ବ୍ଲକର ତଳ ମହଲାରେ ଥିବା ପ୍ରିଣ୍ଟିଂ ପ୍ରେସରେ କଡା ସୁରକ୍ଷାରେ କିଛିଦିନ ଯାଏଁ ରହିଥା’ନ୍ତି। ଯେତେବେଳେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରନ୍ତି, ସେତେବେଳେ ଯାଇ ଏହି କର୍ମଚାରୀମାନଙ୍କୁ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଏ । ତେବେ ଏପରି ନିୟମ ପୂର୍ବପରି ବଜେଟ ଲିକ୍‌ ନ ହେବା ପାଇଁ କରାଯାଇଛି । ବର୍ତ୍ତମାନ ବଜେଟ ବ୍ରିଫକେସ୍‌କୁ ଏକ ଲାଲ ବ୍ୟାଗରେ ପରିବର୍ତ୍ତନ କରାଯାଇଛି। ବଜେଟ ବର୍ତ୍ତମାନ କାଗଜ ବଦଳରେ ମେଡ ଇନ ଇଣ୍ଡିଆ ଟାବଲେଟରୁ ପଢାଯାଉଛି।

The post ନିଟ୍‌ ପେପର୍‌ ଲିକ୍‌ ଭଳି ଦିନେ ବଜେଟ୍‌ ପେପର୍‌ ହୋଇଥିଲା ଲିକ୍‌, ବିଦା ହୋଇଥିଲେ ଅର୍ଥମନ୍ତ୍ରୀ appeared first on Dharitri Odia News.