ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍ ପରସ୍ପରର ସାଥୀ
ପୋର୍ଟ ଲୁଇସ୍, ୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ଉପସ୍ଥିରେ ବୁଧବାର ୨ ଦେଶ ମଧ୍ୟରେ ଆପରାଧିକ ଯାଞ୍ଚ୍, ସାମୁଦ୍ରିକ ଟ୍ରାଫିକ ନୀରିକ୍ଷଣ, ଭିତ୍ତିଭୂମି କୂଟନୀତି, ବାଣିଜ୍ୟ, ଦକ୍ଷତା ବୃଦ୍ଧି, ମହାସାଗର ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ୮ଟି ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଅବସରରେ ମୋଦି କହିଛନ୍ତି, ଭାରତ ମରିସସ୍ ସମ୍ପର୍କ କେବଳ ଭାରତ ମହାସାଗରରେ ନୁହେଁ ବରଂ ଉଭୟ ଦେଶର ସାଂସ୍କୃତିକ ପରମ୍ପରା ଓ ମୂଲ୍ୟବୋଧ ପରସ୍ପର ସହ […] The post ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍ ପରସ୍ପରର ସାଥୀ appeared first on Dharitri Odia News.
ପୋର୍ଟ ଲୁଇସ୍, ୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମଙ୍କ ଉପସ୍ଥିରେ ବୁଧବାର ୨ ଦେଶ ମଧ୍ୟରେ ଆପରାଧିକ ଯାଞ୍ଚ୍, ସାମୁଦ୍ରିକ ଟ୍ରାଫିକ ନୀରିକ୍ଷଣ, ଭିତ୍ତିଭୂମି କୂଟନୀତି, ବାଣିଜ୍ୟ, ଦକ୍ଷତା ବୃଦ୍ଧି, ମହାସାଗର ଅର୍ଥନୀତି ଆଦି ବିଭିନ୍ନ କ୍ଷେତ୍ରରେ ୮ଟି ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ଅବସରରେ ମୋଦି କହିଛନ୍ତି, ଭାରତ ମରିସସ୍ ସମ୍ପର୍କ କେବଳ ଭାରତ ମହାସାଗରରେ ନୁହେଁ ବରଂ ଉଭୟ ଦେଶର ସାଂସ୍କୃତିକ ପରମ୍ପରା ଓ ମୂଲ୍ୟବୋଧ ପରସ୍ପର ସହ ଜଡ଼ିତ। ଅର୍ଥନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଉଭୟ ପରସ୍ପରର ସାଥୀ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ୍ ମହାମାରୀ ସମୟରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିଆସୁଛନ୍ତି।
ଏହାସହ ବୁଧବାର ଉଭୟ ନେତା ମରିସସ୍ର ରେଡୁଇଟ୍ଠାରେ ‘ଅଟଳ ବିହାରୀ ବାଜପେୟୀ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ପବ୍ଲିକ ସର୍ଭିସ୍ ଆଣ୍ଡ୍ ଇନୋଭେସନ’ର ଉଦଘାଟନ କରିଥିଲେ। ଭାରତ-ମରିସସ୍ ଦ୍ୱିପାକ୍ଷୀକ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମରିସସ୍ର ଦକ୍ଷତା ବୃଦ୍ଧି ଦିଗରେ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ମୋଦି କହିଛନ୍ତି। ସେହିପରି ବୁଧବାର ଅନୁଷ୍ଠିତ ହୋଇଥିବା ମରିସସ୍ର ଜାତୀୟ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
The post ଅର୍ଥନୈତିକ, ସାମାଜିକ ପ୍ରଗତି ପଥରେ ଭାରତ-ମରିସସ୍ ପରସ୍ପରର ସାଥୀ appeared first on Dharitri Odia News.