ଶ୍ରୀକ୍ଷେତ୍ର ଭଳି ନେମାଳ ପଦ୍ମବନରେ ପାଳିତ ହେଲା ପୁଷ୍ୟାଭିଷେକ; ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼
କନକ ବ୍ୟୁରୋ: ଆଜି ହେଉଛି ପୌଷ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ପୁଷ୍ୟାଭିଷେକ ବା ଦେବଭିଷେକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଥାଏ । ଠିକ ସେହିପରି କଟକ ଜିଲ୍ଲାରେ ଥିବା ପଦ୍ମବନ ଧାମ ନେମାଳ ଠାରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଆସୁଛି । ଅଚ୍ୟୁତଙ୍କ ଗ୍ରନ୍ଥ ପ୍ରମାଣ କରନ୍ତି "ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ-ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ" । ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି ପୁଷ୍ୟାଭିଷେକ ଉତ୍ସବ । ଚଳଚଞ୍ଚଳ ପଦ୍ମବନ ପୀଠ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଅନୁଯାୟୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନୀତିକାନ୍ତି କରାଯାଏ । ପୁଷ୍ୟାଭିଷକରେ ସ୍ୱତନ୍ତ୍ର ପୂଜା ପରେ ଶ୍ରୀକ୍ଷେତ୍ରରୁ ଆସିଥିବା ମହାପ୍ରଭୁଙ୍କ ଆଜ୍ଞାମାଳ ସହିତ କରପଲ୍ଲବ ଲାଗି କରାଯିବାର ପରମ୍ପରା ରହିଛି । ପୁରାଣାରୁ ଜଣାଯାଏ, ଏହି ପୀଠରେ ମହାପ୍ରଭୁଙ୍କ ବ୍ରହ୍ମ କିଛି ଦିନ ରହିଥିଲା । ପୂର୍ବଜ ମାନେ ପୌଷ ପୂର୍ଣ୍ଣମି ଦିନ ଏଠାରେ ଅଭିଷେକ କରାଇଥିଲେ । ସେବେ ଠାରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହିଦିନ ମହାପୁରୁଷଙ୍କର ଏକ ସ୍ୱତନ୍ତ୍ର ପଗଡ଼ି ଲାଗି କରାଯାଏ । ଯାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ । ପୁଷ୍ୟାଭିଷେକରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିବା ସହ ରୋଗଶୋକରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।

କନକ ବ୍ୟୁରୋ: ଆଜି ହେଉଛି ପୌଷ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ପୁଷ୍ୟାଭିଷେକ ବା ଦେବଭିଷେକ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଥାଏ । ଠିକ ସେହିପରି କଟକ ଜିଲ୍ଲାରେ ଥିବା ପଦ୍ମବନ ଧାମ ନେମାଳ ଠାରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଆସୁଛି । ଅଚ୍ୟୁତଙ୍କ ଗ୍ରନ୍ଥ ପ୍ରମାଣ କରନ୍ତି "ଯେଉଁ ଜଗନ୍ନାଥ ମୁରତି ନିଳାଚଳରେ ସ୍ଥିତ-ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ" ।
ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି ପୁଷ୍ୟାଭିଷେକ ଉତ୍ସବ । ଚଳଚଞ୍ଚଳ ପଦ୍ମବନ ପୀଠ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଅନୁଯାୟୀ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ନୀତିକାନ୍ତି କରାଯାଏ । ପୁଷ୍ୟାଭିଷକରେ ସ୍ୱତନ୍ତ୍ର ପୂଜା ପରେ ଶ୍ରୀକ୍ଷେତ୍ରରୁ ଆସିଥିବା ମହାପ୍ରଭୁଙ୍କ ଆଜ୍ଞାମାଳ ସହିତ କରପଲ୍ଲବ ଲାଗି କରାଯିବାର ପରମ୍ପରା ରହିଛି ।
ପୁରାଣାରୁ ଜଣାଯାଏ, ଏହି ପୀଠରେ ମହାପ୍ରଭୁଙ୍କ ବ୍ରହ୍ମ କିଛି ଦିନ ରହିଥିଲା । ପୂର୍ବଜ ମାନେ ପୌଷ ପୂର୍ଣ୍ଣମି ଦିନ ଏଠାରେ ଅଭିଷେକ କରାଇଥିଲେ । ସେବେ ଠାରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହିଦିନ ମହାପୁରୁଷଙ୍କର ଏକ ସ୍ୱତନ୍ତ୍ର ପଗଡ଼ି ଲାଗି କରାଯାଏ । ଯାହା ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ । ପୁଷ୍ୟାଭିଷେକରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିବା ସହ ରୋଗଶୋକରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି ।