ଅର୍ଥମନ୍ତ୍ରୀ ନୁହେଁ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ ଏହି ୩ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେମାନଙ୍କ ବିଷୟରେ…
ନୂଆଦିଲ୍ଲୀ ୨୫।୦୧: କିଛି ଦିନରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଛନ୍ତି ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ବଜେଟ୍ ଉପସ୍ଥାପନ । ପ୍ରତିବର୍ଷ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରନ୍ତି । ଏଥର ମଧ୍ୟ ମୋଦୀ ସରକାର ଫେବୃଆରୀ ୧ରେ ଦେଶର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ବଜେଟ୍ ଉପସ୍ଥାପନ କରିବା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଏ ଏବଂ ଏଥିରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣ ଦିଅନ୍ତି । ଯେଉଁଥିରେ ବିଭିନ୍ନ ପରିବର୍ତ୍ତନ ଏବଂ ଜିନିଷ ଉଲ୍ଲେଖ କରାଯାଏ। ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଅର୍ଥମନ୍ତ୍ରୀଙ୍କ ବଦଳରେ ପ୍ରଧାନମନ୍ତ୍ରୀ କରିଥିଲେ ଦେଶର ବଜେଟ୍ ଉପସ୍ଥାପନ । ଦେଶରେ ଏହି କାମ ୩ ଜଣ ପ୍ରଧାନମନ୍ତ୍ରୀ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ସେ ପ୍ରଧାନମନ୍ତ୍ରୀ ଭାବରେ ୧୯୫୮ରେ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଥିଲା ୧୯୫୮-୫୯ ମସିହାର ସାଧାରଣ ବଜେଟ୍ । ଯାହାକୁ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କୁ ହିଁ ବଜେଟ ଉପସ୍ଥାପନ କରିବାକୁ ପଡିଥିଲା। ଜବାହାର ଲାଲ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାଜୀ ଭାଇ ଦେଶାଇଙ୍କ
ନୂଆଦିଲ୍ଲୀ ୨୫।୦୧: କିଛି ଦିନରେ କେନ୍ଦ୍ର ସରକାର ଉପସ୍ଥାପନ କରିବାକୁ ଯାଉଛନ୍ତି ସାଧାରଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିବେ ବଜେଟ୍ ଉପସ୍ଥାପନ । ପ୍ରତିବର୍ଷ କେନ୍ଦ୍ର ସରକାର ବଜେଟ୍ ଉପସ୍ଥାପନ କରନ୍ତି । ଏଥର ମଧ୍ୟ ମୋଦୀ ସରକାର ଫେବୃଆରୀ ୧ରେ ଦେଶର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ବଜେଟ୍ ଉପସ୍ଥାପନ କରିବା ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଏ ଏବଂ ଏଥିରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣ ଦିଅନ୍ତି । ଯେଉଁଥିରେ ବିଭିନ୍ନ ପରିବର୍ତ୍ତନ ଏବଂ ଜିନିଷ ଉଲ୍ଲେଖ କରାଯାଏ।

ଚଳିତବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଣି ଥରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ଅର୍ଥମନ୍ତ୍ରୀଙ୍କ ବଦଳରେ ପ୍ରଧାନମନ୍ତ୍ରୀ କରିଥିଲେ ଦେଶର ବଜେଟ୍ ଉପସ୍ଥାପନ । ଦେଶରେ ଏହି କାମ ୩ ଜଣ ପ୍ରଧାନମନ୍ତ୍ରୀ କରିଥିଲେ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ସେ ପ୍ରଧାନମନ୍ତ୍ରୀ ଭାବରେ ୧୯୫୮ରେ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଥିଲା ୧୯୫୮-୫୯ ମସିହାର ସାଧାରଣ ବଜେଟ୍ । ଯାହାକୁ ତତ୍କାଳୀନ ଅର୍ଥମନ୍ତ୍ରୀଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀଙ୍କୁ ହିଁ ବଜେଟ ଉପସ୍ଥାପନ କରିବାକୁ ପଡିଥିଲା।

ଜବାହାର ଲାଲ ନେହେରୁଙ୍କ ପରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଭାବରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ । ତତ୍କାଳୀନ ଅର୍ଥମନ୍ତ୍ରୀ ମୋରାଜୀ ଭାଇ ଦେଶାଇଙ୍କ ଇସ୍ତଫା ପରେ ସେ ୧୯୭୦-୭୧ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ଏହି ତାଲିକାରେ ତୃତୀୟ ନାଁ ହେଉଛି ରାଜୀବ ଗାନ୍ଧୀ । ସେହି ସମୟରେ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ନେବାକୁ ପଡିଥିଲା । ଆଉ ସେ ୧୯୮୭-୮୮ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଥିଲେ।