ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ
ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା ଚାଉଳ, ଗୁଆ ବିଭିନ୍ନ ମନ୍ଦିରରେ ରଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ସଦର ବ୍ଲକରେ ଗତ ୬ରୁ ୧୫ ତାରିଖ ଭିତରେ ଅର୍ପଣ ରଥ […] The post ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ appeared first on Dharitri Odia News.
ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା ଚାଉଳ, ଗୁଆ ବିଭିନ୍ନ ମନ୍ଦିରରେ ରଖାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନବରଙ୍ଗପୁର ସଦର ବ୍ଲକରେ ଗତ ୬ରୁ ୧୫ ତାରିଖ ଭିତରେ ଅର୍ପଣ ରଥ ଘରକୁ ଘର ବୁଲି ପ୍ରଭୁ ଜଗନ୍ନାଥଙ୍କ ପାଇଁ ଚାଉଳ, ନଡ଼ିଆ, ଗୁଆ ଓ ଦକ୍ଷିଣା ଆଦାୟ କରାଯାଇଥିଲା । ସେଗୁଡିକୁ ପରିକ୍ରମା ପ୍ରକଳ୍ପ ଦିନ ଜଗନ୍ନାଥ ପ୍ରଭୁଙ୍କ ନିକଟରେ ଅର୍ପଣ କରାଯିବ ବୋଲି ଭକ୍ତଙ୍କଠାରୁ ଆଦାୟ ହୋଇଥିଲା । ନବରଙ୍ଗପୁର ସଦର ବ୍ଲକରେ ୩୦ କୁଇଣ୍ଟାଲ ଚାଉଳ, ଧାନ ୫ କୁଇଣ୍ଟାଲ, ଗୁଆ ୨୯କିଲୋ, ନଡ଼ିଆ ୩୦୧୦୧ଟି ଓ ଦକ୍ଷିଣା ବାବଦରେ ୧ଲକ୍ଷ ୭୮୩୭ ଟଙ୍କା ଆଦାୟ କରାଯାଇଥିଲା। ଏସବୁ ଭତରାସିଉନି ଗ୍ରାମସ୍ଥିତ ଶିବମନ୍ଦିରରେ ପଡି ରହିଛି। ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ନବରଙ୍ଗପୁର ବ୍ଲକ ପ୍ରଶାସନ ଚାଉଳ ଶିବମନ୍ଦିରରେ ଥିବା ସ୍ବୀକାର କରିବା ସହ ଆଗାମୀ ଭବିଷ୍ୟତରେ ସେଗୁଡିକୁ ପୁରୀକୁ ପଠାଯିବ ବୋଲି କହିଛନ୍ତି । ସେହିଭଳି ନବରଙ୍ଗପୁର ପୌରପାଳିକାରେ ସଂଗୃହୀତ ହୋଇଥିବା ଚାଉଳ ଓ ଗୁଆ ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ପଡିଛି । ଯାହାକୁ ଭକ୍ତ ନାପସନ୍ଦ କରିଛନ୍ତି ।
The post ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ appeared first on Dharitri Odia News.