ଅଲାରନାଥଙ୍କ ଅନବସରର ଷଷ୍ଠ ଦିନ, ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି ଭକ୍ତ
ବ୍ରହ୍ମଗିରି ୨୮/୦୬: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଷଷ୍ଠ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ଶୀଘ୍ର ସୁସ୍ଥ ହେବା ପାଇଁ ଗୁରୁବାର ଶ୍ରୀଜୀଉଙ୍କ ଦେହରେ ଫୁଲୁରି ତେଲ ଲାଗିହୋଇଛି। ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନ ପାଇ ଭକ୍ତ ଦାରୁ ଦିଅଁ ପ୍ରତିବଦଳରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଶିଳାରୁପି ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ରେ ମଙ୍ଗଳ ଆଳତୀ ହୋଇଥିଲା। ପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠ ଚଳଚଞ୍ଚଳ ହୋଇପଡିଛି। ସେପଟେ ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଗହଳି ।
ବ୍ରହ୍ମଗିରି ୨୮/୦୬: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଅଲାରନାଥ ପୀଠରେ ଷଷ୍ଠ ଦିନରେ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ଅନବସର ଦର୍ଶନ। ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ପାଇଁ ଦଇତା ସେବାୟତଙ୍କ ଦ୍ୱାରା ଅଣସର ପିଣ୍ଡିରେ ଚାଲିଛି ଉପଚାର ସେବା । ଶୀଘ୍ର ସୁସ୍ଥ ହେବା ପାଇଁ ଗୁରୁବାର ଶ୍ରୀଜୀଉଙ୍କ ଦେହରେ ଫୁଲୁରି ତେଲ ଲାଗିହୋଇଛି।
ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନ ପାଇ ଭକ୍ତ ଦାରୁ ଦିଅଁ ପ୍ରତିବଦଳରେ ବ୍ରହ୍ମଗିରିର ଅଲାରନାଥ ପୀଠରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ଶିଳାରୁପି ଚତୁର୍ଭୁଜ ନାରାୟଣଙ୍କୁ ଦର୍ଶନ କରୁଛନ୍ତି । ଭୋର ୪ ଟାରେ ମହାପ୍ରଭୁଙ୍କ ଦ୍ୱାର ଫିଟା ଯାଇ ୪.୧୫ରେ ମଙ୍ଗଳ ଆଳତୀ ହୋଇଥିଲା।
ପରେ ତଡପଲାଗି, ଅବକାଶ, ବେଶ ଏବଂ ଗୋପାଳବଲ୍ଲଭ ସରିବା ପରେ ସକାଳ ୬ ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଏବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ପାଲଟିଥିବା ବ୍ରହ୍ମଗିରିର ଅଲାରନାଥ ପୀଠ ଚଳଚଞ୍ଚଳ ହୋଇପଡିଛି। ସେପଟେ ଅଲାରନାଥ ପୀଠରେ ଲାଗିଛି ଭକ୍ତଙ୍କ ଗହଳି ।