ନିଯୁକ୍ତି ପାଇବେ ଅବରପ୍ରାପ୍ତ ସରକାରୀ ବାବୁ, ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର
ଭୁବନେଶ୍ଵର: ନିଯୁକ୍ତି ପାଇବେ ଅବରପ୍ରାପ୍ତ ସରକାରୀ ବାବୁ । ନୂଆ ଗାଇଡଲାଇନ ଆଣିଲେ ମୋହନ ସରକାର । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ । ମୋଟ ପଦବୀର ମାତ୍ର ୧ ପ୍ରତିଶତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ।ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାରଙ୍କ ନୂଆ ଗାଇଡଲାଇନ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଇପାରିବ ପୁନଃ ନିଯୁକ୍ତି । ପୁନଃ ନିଯୁକ୍ତି ପାଇବାକୁ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ ସେନେଇ ଜାରି ହୋଇଛି ନୂଆ ଗାଇଡଲାଇନ । ଗାଇଡଲାଇନ ଅନୁସାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଏକ ଚୟନ କମିଟି ରହିବ । ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ । Also read: ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା’ ବିକ୍ରି ମନା, ନିର୍ଦ୍ଦେଶନାମା ଜାରି କଲା ବିଏମ୍ସିସେହିଭଳି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବା ଜିଏ ବିଭାଗର ସଚିବ ଓ ଅର୍ଥ ସଚିବ ରହିବେ । ନୂଆ ଗାଇଡଲାଇନ ଅନୁସାରେ ୬୫ବର୍ଷରୁ କମ୍ ଓ ଭଲ ସର୍ଭିସ୍ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ରହିବା ଜରୁରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାର ଯୋଗ୍ୟ ହେବନି ପୁନ
ଭୁବନେଶ୍ଵର: ନିଯୁକ୍ତି ପାଇବେ ଅବରପ୍ରାପ୍ତ ସରକାରୀ ବାବୁ । ନୂଆ ଗାଇଡଲାଇନ ଆଣିଲେ ମୋହନ ସରକାର । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ । ମୋଟ ପଦବୀର ମାତ୍ର ୧ ପ୍ରତିଶତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ।
ନିଯୁକ୍ତି ପାଇବେ ଅବସରପ୍ରାପ୍ତ ସରକାରୀ ବାବୁ । ପୁନଃ ନିଯୁକ୍ତି ପାଇଁ ମୋହନ ସରକାରଙ୍କ ନୂଆ ଗାଇଡଲାଇନ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦିଆଯାଇପାରିବ ପୁନଃ ନିଯୁକ୍ତି । ପୁନଃ ନିଯୁକ୍ତି ପାଇବାକୁ ହେଲେ ଅବସରପ୍ରାପ୍ତ କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ ସେନେଇ ଜାରି ହୋଇଛି ନୂଆ ଗାଇଡଲାଇନ । ଗାଇଡଲାଇନ ଅନୁସାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଏକ ଚୟନ କମିଟି ରହିବ । ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ ।
Also read: ଏଣିକି ୟୁଜ୍ ଆଣ୍ଡ୍ ଥ୍ରୋ କପ୍ରେ ଚା’ ବିକ୍ରି ମନା, ନିର୍ଦ୍ଦେଶନାମା ଜାରି କଲା ବିଏମ୍ସି
ସେହିଭଳି କମିଟିର ସଦସ୍ୟ ଭାବେ ସାଧାରଣ ପ୍ରଶାସନ ବା ଜିଏ ବିଭାଗର ସଚିବ ଓ ଅର୍ଥ ସଚିବ ରହିବେ । ନୂଆ ଗାଇଡଲାଇନ ଅନୁସାରେ ୬୫ବର୍ଷରୁ କମ୍ ଓ ଭଲ ସର୍ଭିସ୍ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ମିଳିବ। ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ରହିବା ଜରୁରୀ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ବିଚାର ଯୋଗ୍ୟ ହେବନି ପୁନଃ ନିଯୁକ୍ତି । ଅବସର ପୂର୍ବରୁ ବାବୁଙ୍କ ସିସିଆର୍ ଆଉଟ୍ଷ୍ଟାଣ୍ଡିଂ ଥିଲେ ପୁନଃ ନିଯୁକ୍ତି କରାଯିବ । ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ ସୂଚିତ କରାଯିବ । ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇପାରିବ। ପୂର୍ବ ସରକାର ଅମଳରେ ସବୁ ନୀତି ନିୟମକୁ ଅଣଦେଖା କରି ବହୁ ଅବସରପ୍ରାପ୍ତ ଅଧିକାରୀଙ୍କୁ ମନଇଚ୍ଛା ବଡ଼ ବଡ଼ ପଦରେ ଅବସ୍ଥାପିତ କରାଯାଇଥିଲା।
ଅନ୍ୟପଟେ ରାଜ୍ୟରେ ବେରୋଜଗାର ବଢ଼ୁଥିବାରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରଶାସକ । ପୁନଃ ନିଯୁକ୍ତିକୁ ଅସାମ୍ବିଧାନିକ କହିବା ସହ ରାଜନୈତିକ ଦଳ ସହ ସମ୍ପର୍କ ରଖିଥିବା ଅଫିସରଙ୍କୁ ଥଇଥାନ ପାଇଁ ଏହା ଗଳାବାଟ ବୋଲି ବିବେଚନା କରିଛନ୍ତି । ପୂର୍ବ ସରକାରରେ ଯାହା ଚାଲୁଥିଲା, ନୂଆ ସରକାର ଯଦି ସେୟା କରିବେ ତାହେଲେ ନିଯୁକ୍ତି ବନ୍ଦ କରିଦିଅନ୍ତୁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ତେବେ କୌଣସି ବିଭାଗରେ ଅତ୍ୟାବଶ୍ୟକସ୍ଥଳେ ପୁନଃ ନିଯୁକ୍ତି ପାଇଁ ନୂଆ ଗାଇଡ୍ ଆଣିଛନ୍ତି ନୂଆ ସରକାର ।