ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି
ନୂଆଦିଲ୍ଲୀ,୭।୮: ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି। ସେ କହିଛନ୍ତି, ଦେଶ ପାଇଁ ଏହା ବଡ଼ କ୍ଷତି। ଫେଡେରେଶନ ଏହା ଉପରେ ଦୃଷ୍ଟି ରଖିବେ। ଏବଂ କଣ କରାଯାଇପାରିବ ସେ ନିଷ୍ପତ୍ତି ନେବେ। ସୂଚନାଥାଉ କି, ପ୍ୟାରିସ ଅଲିମ୍ପିକ୍ସରେ ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ […] The post ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି appeared first on Dharitri Odia News.
ନୂଆଦିଲ୍ଲୀ,୭।୮: ଭାରତୀୟ ଜନତା ପାର୍ଟି ନେତା ବ୍ରିଜ ଭୂଷଣ ଶରଣ ସିଂଙ୍କ ପୁଅ ତଥା କେସିଆରଗଞ୍ଜର ଏମପି କରଣ ଭୂଷଣ ସିଂ ରେସଲର ଭିନେଶ ଫୋଗଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା ହେବା ନେଇ ବଡ଼ ବୟାନ ଦେଇିଛନ୍ତି। ସେ କହିଛନ୍ତି, ଦେଶ ପାଇଁ ଏହା ବଡ଼ କ୍ଷତି। ଫେଡେରେଶନ ଏହା ଉପରେ ଦୃଷ୍ଟି ରଖିବେ। ଏବଂ କଣ କରାଯାଇପାରିବ ସେ ନିଷ୍ପତ୍ତି ନେବେ।
ସୂଚନାଥାଉ କି, ପ୍ୟାରିସ ଅଲିମ୍ପିକ୍ସରେ ସେ ଫାଇନାଲରେ ପହଞ୍ଚିବାକୁ ନେଇ ସାରା ଦେଶରେ ଆନନ୍ଦର ଲହରି ଖେଳି ଯାଇଥିଲା। ତାଙ୍କୁ ନେଇ ଜୋରସୋରରେ ଆଲୋଚନା ମଧ୍ୟ ଜାରି ରହିଥିଲା। ହେଲେ ତାଙ୍କର ଅଲିମ୍ପିକ୍ସରେ ମେଡାଲ ଜିତିବା ସ୍ବପ୍ନ ଅଧାରେ ରହିଯାଇଛି। ସେ ୫୦କିଗ୍ରାରୁ ଅଧିକ ଓଜନ ହେବାରୁ ଫାଇନାଲରୁ ବାଦ୍ ପଡିଛନ୍ତି। ତେବେ ଗତକାଲି ତାଙ୍କ ଓଜନ ଠିକ୍ ଥିବାବେଳେ ଆଜି ତାଙ୍କର ୧୦୦ଗ୍ରାମରୁ ଅଧିକ ଦେଖେଇଥିଲା। କିନ୍ତୁ ସେ ଗତକାଲି ପ୍ରଥମ ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିୟନ ତଥା ବିଶ୍ୱ ଚାମ୍ପିୟନ ଜାପାନର ୟୁଇ ସୁସାକିଙ୍କୁ ହରାଇଥିଲେ। ପରବର୍ତ୍ତୀ ମ୍ୟାଚରେ ଉଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ୟୁକ୍ରେନର ଓକସାନା ଲିଭାଚଙ୍କୁ ହରାଇ ଇତିହାସ ରଚିଥିଲେ ଭିନେଶ।
The post ଅଲିମ୍ପିକ୍ସରୁ ଭିନେଶ ଅଯୋଗ୍ୟ ଘୋଷଣା ହେବା ପରେ ଟାର୍ଗେଟ କଲେ ବ୍ରିଜ ଭୂଷଣଙ୍କ ପୁଅ, କହିଲେ ଦେଶ ପାଇଁ ବଡ଼ କ୍ଷତି appeared first on Dharitri Odia News.