ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ତୁ ତୁ ମେଁ ମେଁ
କଣ୍ଟାମାଳ (କେନ୍ୟୁଜ): ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ତୁ ତୁ ମେଁ ମେଁ । ସ୍କୁଲ ପରିସରରେ ଜଣେ ଶିକ୍ଷକ ଏବଂ ଅବିଭାବକଙ୍କ ମଧ୍ୟରେ କଳି ଏବେ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ପୁଡୁଗପଥର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଓ ଅବିଭାବକ ସମେତ ଗ୍ରାମ ବାସୀ ମୁହାଁମୁହିଁ ହୋଇଛନ୍ତି । ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତାର ଦୃଶ୍ୟ । ତେବେ […] The post ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ତୁ ତୁ ମେଁ ମେଁ appeared first on KNews Odisha.

କଣ୍ଟାମାଳ (କେନ୍ୟୁଜ): ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ତୁ ତୁ ମେଁ ମେଁ । ସ୍କୁଲ ପରିସରରେ ଜଣେ ଶିକ୍ଷକ ଏବଂ ଅବିଭାବକଙ୍କ ମଧ୍ୟରେ କଳି ଏବେ ଭାଇରାଲ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ପୁଡୁଗପଥର ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଓ ଅବିଭାବକ ସମେତ ଗ୍ରାମ ବାସୀ ମୁହାଁମୁହିଁ ହୋଇଛନ୍ତି । ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ତାର ଦୃଶ୍ୟ ।
ତେବେ କହିବାକୁ ଚାହିଁବୁ ଯେ ଗତକାଲି ଅଭିଭାବକ ସମେତ ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ ଶିକ୍ଷକ ଏବଂ ପାଚିକା ପିଲାଙ୍କୁ ପାଣି ବୁହାଇବା,ଦୋକାନ କୁ ସଉଦା କରି ପଠାଇବା,ବିଦ୍ୟାଳୟ ଛାତ ଉପରୁ କାଠ ଉହ୍ଲାଇବା କାମ କରିବା ସହିତ ବିଳମ୍ବରେ ବିଦ୍ୟାଳୟକୁ ଆସୁଥିବା ଅଭିଯୋଗ କରିବାରୁ ଶିକ୍ଷକ ବସନ୍ତ କର୍ଣ୍ଣ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଶିକ୍ଷକ ଶ୍ରୀଯୁକ୍ତ କର୍ଣ୍ଣଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ ମୁଁ ଏହି ସବୁ କାମ କରାଇ ନାହିଁ ,ବାକିରେ ବିଦ୍ୟାଳୟ ଥିବା ଲେମ୍ବୁ ଗଛ ମୁଁ ଓ ଛାତ୍ରଛାତ୍ରୀ ସଫା କରୁଥିଲୁ । ଦୁଇ ବର୍ଷ ଆଗରୁ ମଧ୍ୟ ଗ୍ରାମବାସୀ ବିଳମ୍ବରେ ବିଦ୍ୟାଳୟ କୁ ଆସୁଥିବା ଅଭିଯୋଗ କରିବାରୁ ଶ୍ରୀଯୁକ୍ତ କର୍ଣ୍ଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା । କିନ୍ତୁ ଜିଲ୍ଲା ଶିକ୍ଷାବିଭାଗ କିଛି ମାସ ପରେ ପୁଣି ପୁଡ଼ୁଗପଥର ବିଦ୍ୟାଳୟରେ ନିଯୁକ୍ତି ପାଇଥିଲେ ଶିକ୍ଷକ ବାବୁ ଜଣଙ୍କ ।
ତେବେ ଭାଇରାଲ ହେଉଥିବା ଦୃଶ୍ୟରେ ଦେଖାଯାଉଛି ଯେ ଶିକ୍ଷକ ଜଣକ ଅତ୍ୟନ୍ତ ରାଗିଯାଇ ଅଭିଭାବକଙ୍କୁ ଗାଳି କରୁଥିବା ଓ ଜଣେ ଛାତ୍ର ସ୍କୁଲ ଛାତରେ ଚଢିଥିବା ଦୃଶ୍ୟ ଭିଡ଼ିଓ ରେ ଦେଖିବାକୁ ମିଳିଛି । ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ବଦଳରେ ଏହି ସବୁ କାମ ରେ ଲିପ୍ତ ରଖିବା କେତେ ଯୁକ୍ତି ଯୁକ୍ତ ତାହା ତଦନ୍ତ କରିବା ଆବଶ୍ୟକ। ତେବେ ଏ ଶିକ୍ଷା ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
The post ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ତୁ ତୁ ମେଁ ମେଁ appeared first on KNews Odisha.