ଅଲିମ୍ପିକ୍ସରେ ଅଙ୍କିତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ
ପ୍ୟାରିସ,୨୫ା୭: ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଟିମ୍ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ୨୬ବର୍ଷୀୟା ଅଙ୍କିତା ୬୬୬ ପଏଣ୍ଟ ସହ ଭାରାତୀୟ ମହିଳାଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପଛକୁ ଭଜନ କୌର (୫୫୯ ପଏଣ୍ଟ ସହ ୨୨ତମ ସ୍ଥାନ) ଏବଂ ଦୀପିକା […] The post ଅଲିମ୍ପିକ୍ସରେ ଅଙ୍କିତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ appeared first on Dharitri Odia News.
ପ୍ୟାରିସ,୨୫ା୭: ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଅଙ୍କିତା ଭକତ ବ୍ୟକ୍ତିଗତ ମହିଳା ରିକର୍ଭ ପ୍ରତିଯୋଗିତାରେ ଭାରତୀୟଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ୧୧ଶ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ଟିମ୍ ଇଭେଣ୍ଟରେ ୪ର୍ଥ ସ୍ଥାନ ସହ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ୨୬ବର୍ଷୀୟା ଅଙ୍କିତା ୬୬୬ ପଏଣ୍ଟ ସହ ଭାରାତୀୟ ମହିଳାଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ପଛକୁ ଭଜନ କୌର (୫୫୯ ପଏଣ୍ଟ ସହ ୨୨ତମ ସ୍ଥାନ) ଏବଂ ଦୀପିକା କୁମାରୀ (୬୫୮ ପଏଣ୍ଟ ସହ ୨୩ତମ ସ୍ଥାନ) ରହିଥିଲେ।
ଟିମ୍ ଇଭେଣ୍ଟରେ ଭାରତ ୧୯୮୩ ପଏଣ୍ଟ ସ୍କୋର କରି ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଦକ୍ଷିଣ କୋରିଆ ୨୦୪୬ ପଏଣ୍ଟ ସହ ଷ୍ଟାଣ୍ଡିଂର ଶୀର୍ଷରେ ରହିଥିବା ବେଳେ ଚାଇନା ଦ୍ୱିତୀୟ ଓ ମେକ୍ସିକୋ ତୃତୀୟ ସ୍ଥାନ ଅଧିକାର କରିଥିଲା। ଷ୍ଟାଣ୍ଡିଂ ଶ୍ରେଷ୍ଠ ୪ ଦଳ ସିଧାସଳଖ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ୫ମରୁ ୧୨ତମ ସ୍ଥାନରେ ରହିଥିବା ଦଳଗୁଡ଼ିକ ମଧ୍ୟରେ ପ୍ରି-କ୍ୱାର୍ଟର ଅନୁଷ୍ଠିତ ହେବ। ଭାରତ କ୍ୱାର୍ଟରଫାଇନାଲରେ ଫ୍ରାନ୍ସ ଓ ନେଦରଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚର ବିଜେତା ସହ ଖେଳିବ।
ଭାରତ କ୍ୱାର୍ଟରଫାଇନାଲ ଜିତିଲେ ସେମିଫାଇନାଲରେ ହେଭିଓ୍ବେଟ୍ କୋରିଆ ସହିତ ମୁକାବିଲା କରିବ। ୩ବର୍ଷ ପୂର୍ବେ କୋରିଆ ମହିଳା ଦଳ ଅଲିମ୍ପିକ୍ସରେ କ୍ରମାଗତ ୯ମ ଥର ପଦକ ଜିତି ଅବିସ୍ମରଣୀୟ ରହିଛି। ବ୍ୟକ୍ତିଗତ ବିଭାଗରେ କୋରିଆର ଲିମ୍ ଶିୟନ ୬୯୪ ସ୍କୋର କରି ବିଶ୍ୱ ରେକର୍ଡ ସହ ଷ୍ଟାଣ୍ଡିଂର ଶୀର୍ଷ ସ୍ଥାନରେ ରହିଥିବା ବେଳେ ତାଙ୍କ ଦେଶର ସୁୟନ ନାମ୍ (୬୮୮) ଦ୍ୱିତୀୟ ଏବଂ ଚାଇନାର ୟାଙ୍ଗ ଜିଆଓଲେଇ (୬୭୩) ତୃତୀୟ ହୋଇଥିଲେ।
The post ଅଲିମ୍ପିକ୍ସରେ ଅଙ୍କିତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ appeared first on Dharitri Odia News.