ଅଲୁ ଅର୍ଜୁନ ହେଲେ ‘କଏଦୀ ନମ୍ବର ୭୬୯୭’, ଜେଲ୍ କୋଠରିରେ ରାତି ସାରା ତଳେ ଶୋଇଲେ, କିଛି ବି ଖାଇଲେନି

ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତକାଲି ଗିରଫ ହୋଇ ଜେଲ୍ ଯାଇଥିଲେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ । ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ଗତକାଲି ଅପରାହ୍ନରେ ପୋଲିସ ହାଇଦ୍ରାବାଦସ୍ଥିତ ଘରୁ ତାଙ୍କୁ ଗିରଫ କରିଥିଲା । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ ନିମ୍ନ ଅଦାଲତରେ ହାଜର କରିଥିଲା । ଏଠାରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ ତାଙ୍କୁ ଚଞ୍ଚଲଗୁଡା କେନ୍ଦ୍ରୀୟ […] The post ଅଲୁ ଅର୍ଜୁନ ହେଲେ ‘କଏଦୀ ନମ୍ବର ୭୬୯୭’, ଜେଲ୍ କୋଠରିରେ ରାତି ସାରା ତଳେ ଶୋଇଲେ, କିଛି ବି ଖାଇଲେନି appeared first on KNews Odisha.

ଅଲୁ ଅର୍ଜୁନ ହେଲେ ‘କଏଦୀ ନମ୍ବର ୭୬୯୭’, ଜେଲ୍ କୋଠରିରେ ରାତି ସାରା ତଳେ ଶୋଇଲେ, କିଛି ବି ଖାଇଲେନି
allu22

ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଗତକାଲି ଗିରଫ ହୋଇ ଜେଲ୍ ଯାଇଥିଲେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ । ତେଲଙ୍ଗାନା ହାଇକୋର୍ଟରୁ ଜାମିନ ପାଇବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ଗତକାଲି ଅପରାହ୍ନରେ ପୋଲିସ ହାଇଦ୍ରାବାଦସ୍ଥିତ ଘରୁ ତାଙ୍କୁ ଗିରଫ କରିଥିଲା । ଡାକ୍ତରୀ ପରୀକ୍ଷା ପରେ ପୋଲିସ ତାଙ୍କୁ ନିମ୍ନ ଅଦାଲତରେ ହାଜର କରିଥିଲା ।

ଏଠାରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇବା ପରେ ତାଙ୍କୁ ଚଞ୍ଚଲଗୁଡା କେନ୍ଦ୍ରୀୟ ଜେଲକୁ ନିଆଯାଇଥିଲା । ଅଲୁ ଅର୍ଜୁନ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

ତେବେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇବା ସତ୍ତ୍ୱେ କାଗଜପତ୍ରରେ ବିଳମ୍ବ ହେତୁ ଅଲୁ ଅର୍ଜୁନଙ୍କୁ ଜେଲରେ ହିଁ ରାତି କାଟିବାକୁ ପଡ଼ିଥିଲା । ଚଞ୍ଚଲଗୁଡ଼ା ଜେଲ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଗୋଟିଏ ରାତିରେ ଅଭିନେତାଙ୍କ ପରିଚୟ ଥିଲା ‘କଏଦୀ ନମ୍ବର ୭୬୯୭’ ।

ସେ ପୂରା ରାତି ଜେଲରେ ଭୋକରେ ରହିଥିଲେ ଏବଂ ଚଟାଣରେ ଶୋଇଥିଲେ । ଜଣେ ବିଚାରାଧୀନ କଏଦୀ ଭାବରେ ପୋଲିସ ତାଙ୍କୁ ମଞ୍ଜିରା ବାରାକର କ୍ଲାସ-୧ କୋଠରିରେ ରଖିଥିଲା । ଅଲୁ ଅର୍ଜୁନଙ୍କ ସମସ୍ତ ସୂଚନା ଜେଲ୍ ରେକର୍ଡରେ ଦାଖଲ କରାଯାଇଥିଲା ।

ଆଜି ସକାଳେ ଜେଲରୁ ବାହାରିବା ପରେ ଅଲୁ ଅର୍ଜୁନ ଗଣମାଧ୍ୟମ ଆଗରେ ନିଜର ବୟାନ ରଖିଥିଲେ । ସେ କହିଥିଲେ ଯେ ‘ଚିନ୍ତା କରିବାର କିଛି ନାହିଁ । ମୁଁ ଠିକ୍ ଅଛି । ଯାହା କିଛି ବି ଘଟିଲା, ସେଥିପାଇଁ ମୁଁ ଦୁଃଖିତ । ମୁଁ ଆଇନରେ ବିଶ୍ୱାସ ରଖେ । ଏହି ଦୁର୍ଘଟଣା ଅଜାଣତରେ ଘଟିଛି । ମୁଁ ମୃତ ମହିଳାଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି’ ।

କହି ରଖୁଛୁ ଯେ ଡିସେମ୍ବର ୪ରେ ଫିଲ୍ମର ସ୍କ୍ରିନିଂ ବେଳେ ଏଠାରେ ଦଳାଚକଟାରେ ଜଣେ ୩୫ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଅଲୁ ଅର୍ଜୁନ ଓ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

‘ପୁଷ୍ପା ୨’ର ପେଡ୍ ପ୍ରିଭ୍ୟୁ ସମୟରେ ଅଲୁ ଅର୍ଜୁନ ଥିଏଟରରେ ଅଚାନକ୍ ପହଞ୍ଚିଥିଲେ । ଏଠାରେ ଅଭିନେତାଙ୍କୁ ଦେଖି ଫ୍ୟାନମାନେ ବେକାବୁ ହୋଇପଡ଼ିବାରୁ ଘଟଣାସ୍ଥଳରେ ଦଳାଚକଟା ହୋଇଥିଲା । ଫିଲ୍ମ ଦେଖିବାକୁ ଆସିଥିବା ଜଣେ ମହିଳାଙ୍କର ଏଥିରେ ମୃତ୍ୟୁ ଘଟିଥିଲା । ମହିଳା ଜଣକ ନିଜ ପିଲା ଏବଂ ସ୍ୱାମୀଙ୍କ ସହ ଫିଲ୍ମ ଦେଖିବାକୁ ଆସିଥିଲେ ।

The post ଅଲୁ ଅର୍ଜୁନ ହେଲେ ‘କଏଦୀ ନମ୍ବର ୭୬୯୭’, ଜେଲ୍ କୋଠରିରେ ରାତି ସାରା ତଳେ ଶୋଇଲେ, କିଛି ବି ଖାଇଲେନି appeared first on KNews Odisha.