ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି, ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର

ଅନୁଗୁଳ(କେନ୍ୟୁଜ୍‌): ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର ମାରିବେ । ସେହିପରି ବିଏସକେୱାଇରୁ ବାଦ ପଡିଥିବା ଲୋକଙ୍କୁ ସାମିଲ ନିଷ୍ପତ୍ତି ଉପରେ ଦସ୍ତଖତ କରିବେ ଏବଂ ୬୦ ବର୍ଷ ବୟସରୁ ଅଧିକ ସବୁ ମିଶନ ଶକ୍ତି ମାଆଙ୍କୁ ମିଳିବ ପେନସନ । ଏହି ତିନୋଟି ବଡ ନିଷ୍ପତ୍ତି ଉପରେ ମୋହର ମାରିବେ ନବୀନ । ଆଜି ଦେବଗଡରେ ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ଏହି ଗ୍ୟାରେଣ୍ଟି […] The post ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି, ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର appeared first on KNews Odisha.

ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି, ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର

ଅନୁଗୁଳ(କେନ୍ୟୁଜ୍‌): ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର ମାରିବେ । ସେହିପରି ବିଏସକେୱାଇରୁ ବାଦ ପଡିଥିବା ଲୋକଙ୍କୁ ସାମିଲ ନିଷ୍ପତ୍ତି ଉପରେ ଦସ୍ତଖତ କରିବେ ଏବଂ ୬୦ ବର୍ଷ ବୟସରୁ ଅଧିକ ସବୁ ମିଶନ ଶକ୍ତି ମାଆଙ୍କୁ ମିଳିବ ପେନସନ । ଏହି ତିନୋଟି ବଡ ନିଷ୍ପତ୍ତି ଉପରେ ମୋହର ମାରିବେ ନବୀନ । ଆଜି ଦେବଗଡରେ ନିର୍ବାଚନ ପ୍ରଚାରକୁ ଯାଇଥିବା ବେଳେ ଏହି ଗ୍ୟାରେଣ୍ଟି ଦେଇଛନ୍ତି ନବୀନ ।

ଜୁନ ୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ନେବା ପରେ ଏହା ଉପରେ ଗ୍ୟାରେଣ୍ଟି ମିଳିବ ବୋଲି ବିଜେଡି ମୁଖ୍ୟ ନିର୍ବାଚନୀ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ହେଉଛି ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ, ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି । କହିଛନ୍ତି , ବିରୋଧୀ ନେତା ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିଏସକେୱାଇ, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଓ କାଳିଆ ଯୋଜନା ଭଲ କି ? ବୋଲି ପଚାରିଛନ୍ତି । ଶଙ୍ଖଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି ନବୀନ ।

 

The post ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି, ପ୍ରଥମେ ବିଜୁଳି ବିଲ୍ ଛାଡ଼ ଉପରେ ମୋହର appeared first on KNews Odisha.