ଅଲୋଡ଼ା ହେଲା ପୁଣି ଶିଶୁକନ୍ୟା, ଡ୍ୟାମ୍ ନିକଟରୁ ନବଜାତ ଉଦ୍ଧାର

ବଲାଙ୍ଗୀର ୦୫।୧୨: ଅଲୋଡ଼ା ହେଲା ପୁଣି ଶିଶୁକନ୍ୟା। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଗାଈଖାଇ ଡ୍ୟାମ୍ ନିକଟରୁ ନବଜାତକ ଉଦ୍ଧାର। ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କଲା ଶିଶୁ ସୁରକ୍ଷା ୟୁନିଟ୍।ଖବର ଅନୁଯାୟୀ, ବଲାଙ୍ଗୀର ଟାଉନ୍‌ର ଜଣେ ବ୍ୟକ୍ତି ୩ ଦିନ ତଳେ ଗାଈଖାଇ ଡ୍ୟାମ୍ ନିକଟରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ। ଶିଶୁଟିକୁ କେହି ପେପରରେ ଗୁଡାଇ ଡ୍ୟାମ୍ ନିକଟରେ ଛାଡି ଚାଲିଯାଇଥିଲା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ପୋଲିସ କିମ୍ଵା ପ୍ରଶାସନକୁ ଖବର ଦେବା ପରିବର୍ତ୍ତେ ନିଜ ପାଖରେ ରଖିଥିଲେ। ହେଲେ ୩ ଦିନ ପରେ ସେ ପ୍ରଶାସନକୁ ଜଣାଇଥିଲେ। ଶେଷରେ ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଏନେଇ କାହିଁକି ପ୍ରଥମେ ପ୍ରଶାସନକୁ ଜଣାଇଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଲୋଡ଼ା ହେଲା ପୁଣି ଶିଶୁକନ୍ୟା, ଡ୍ୟାମ୍ ନିକଟରୁ ନବଜାତ ଉଦ୍ଧାର

ବଲାଙ୍ଗୀର ୦୫।୧୨: ଅଲୋଡ଼ା ହେଲା ପୁଣି ଶିଶୁକନ୍ୟା। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଗାଈଖାଇ ଡ୍ୟାମ୍ ନିକଟରୁ ନବଜାତକ ଉଦ୍ଧାର। ଶିଶୁକନ୍ୟାକୁ ମେଡିକାଲରେ ଭର୍ତ୍ତି କଲା ଶିଶୁ ସୁରକ୍ଷା ୟୁନିଟ୍।

ଖବର ଅନୁଯାୟୀ, ବଲାଙ୍ଗୀର ଟାଉନ୍‌ର ଜଣେ ବ୍ୟକ୍ତି ୩ ଦିନ ତଳେ ଗାଈଖାଇ ଡ୍ୟାମ୍ ନିକଟରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରିଥିଲେ। ଶିଶୁଟିକୁ କେହି ପେପରରେ ଗୁଡାଇ ଡ୍ୟାମ୍ ନିକଟରେ ଛାଡି ଚାଲିଯାଇଥିଲା। ଏନେଇ ଉକ୍ତ ବ୍ୟକ୍ତି ଜଣଙ୍କ ପୋଲିସ କିମ୍ଵା ପ୍ରଶାସନକୁ ଖବର ଦେବା ପରିବର୍ତ୍ତେ ନିଜ ପାଖରେ ରଖିଥିଲେ। ହେଲେ ୩ ଦିନ ପରେ ସେ ପ୍ରଶାସନକୁ ଜଣାଇଥିଲେ। ଶେଷରେ ଖବର ପାଇ ଶିଶୁ ସୁରକ୍ଷା ୟୁନିଟ୍ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ଏନେଇ କାହିଁକି ପ୍ରଥମେ ପ୍ରଶାସନକୁ ଜଣାଇଲେ ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।