ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର
କୋରାପୁଟ,୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରାୟ ୬ କେଜି ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଜିଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ରତାଳି ଗ୍ରାମର ଚନ୍ଦ୍ରମା ଭତରା (୩୦) ପ୍ରାୟ ୪ ବର୍ଷ ହେବ ଟ୍ୟୁମରରେ ପୀଡ଼ିତ ଥିଲେ। ପ୍ରାୟ ଏକ ମାସ ତଳେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ଓଡ଼ିଶା ମୋ ପରିବାର ସହାୟତା […] The post ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର appeared first on Dharitri Odia News.
କୋରାପୁଟ,୧ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପ୍ରାୟ ୬ କେଜି ଟ୍ୟୁମରର ସଫଳ ଅସ୍ତ୍ରୋପଚାର ହୋଇଛି। ଜିଲାର ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତର ରତାଳି ଗ୍ରାମର ଚନ୍ଦ୍ରମା ଭତରା (୩୦) ପ୍ରାୟ ୪ ବର୍ଷ ହେବ ଟ୍ୟୁମରରେ ପୀଡ଼ିତ ଥିଲେ। ପ୍ରାୟ ଏକ ମାସ ତଳେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଆସିଥିଲେ। ପରେ ଓଡ଼ିଶା ମୋ ପରିବାର ସହାୟତା କେନ୍ଦ୍ର ସଂଯୋଜକ ବୈକୁଣ୍ଠ ମଣ୍ଡଳଙ୍କ ଜରିଆରେ ସର୍ଜରି ବିଭାଗରେ ଆଡ୍ମିଟ୍ ହେଇଥିଲେ। ଡା. ରାଜେଶ ରଣା ଏକ ଟିମ୍ ସହ ଚିକିତ୍ସା ଆରମ୍ଭ କରିଥିଲେ। ଚନ୍ଦ୍ରମାଙ୍କ ସମସ୍ତ ପ୍ରକାର ପରୀକ୍ଷା କରିବା ପରେ ତାଙ୍କର ଅସ୍ତ୍ରୋପଚାର କରି ୬ କେଜିର ଏକ ଟ୍ୟୁମର ବାହାର କରାଯାଇଥିଲା। ଏହି ଟିମ୍ରେ ଡା. ରଣାଙ୍କ ସହ ଡା. ସତ୍ୟରଞ୍ଜନ ସାହୁ, ଡା. ରାକେଶ ରୋଶନ ବେହେରା ଓ ନିଶ୍ଚେତକ ଡା. ଗୋପାଳ ନାୟକ, ଡା. ଗଣେଶ ହାଁସ୍ଦା ସାମିଲ ଥିଲେ।
The post ଅସ୍ତ୍ରୋପଚାର ପରେ ବାହାରିଲା ୬ କେଜିର ଟ୍ୟୁମର appeared first on Dharitri Odia News.