‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। କିଛି ମାସ ହେଲାଣି ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ପ୍ରକାଶ ପାଉଥିଲା। ଖାଲି ଏତିକି ନୁହେଁ କଥା ଛାଡ଼ପତ୍ର ଯାଏ ପହଞ୍ଚିଥିବା ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ପ୍ରଶଂସକ ବି ମନଉଣା କରି […] The post ‘ଅଲ୍‌ ଇଜ୍‌ ଓ୍ବେଲ୍‌’ appeared first on Dharitri Odia News.

‘ଅଲ୍‌ ଇଜ୍‌ ଓ୍ବେଲ୍‌’

ମୁମ୍ବାଇ: କଥାରେ ଅଛି ‘ବଡ଼ ଘର ବଡ଼ ଗୁମର କଥା’। ତାକୁ ଭେଦିବା କାଠିକର ପାଠ। ଆମେ କହୁଛୁ ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନଙ୍କ କଥା। କିଛି ମାସ ହେଲାଣି ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ବୋହୂ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ସମ୍ପର୍କରେ ଫାଟ ନେଇ ଖବର ପ୍ରକାଶ ପାଉଥିଲା। ଖାଲି ଏତିକି ନୁହେଁ କଥା ଛାଡ଼ପତ୍ର ଯାଏ ପହଞ୍ଚିଥିବା ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ପ୍ରଶଂସକ ବି ମନଉଣା କରି ଦୁଃଖ ପ୍ରକାଶ କରିଆସୁଥିଲେ। ହେଲେ ଏବେ ‘ଅଲ୍‌ ଇଜ୍‌ ଓ୍ବେଲ୍‌’।

କହିବାର ତାତ୍ପର୍ଯ୍ୟ ଗୁରୁବାର ମୁମ୍ବାଇର ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ବାର୍ଷିକ ଉତ୍ସବ ଥିଲା। ଏଠାରେ ସବୁ କଳାକାରଙ୍କ ଭଳି ଅଭିଷେକ-ଐଶ୍‌ଙ୍କ ଲଳନା ଆରାଧ୍ୟା ମଧ୍ୟ ପାଠ ପଢ଼ୁଛନ୍ତି। ଏଣୁ ପିତାମାତା ଭାବେ ବାର୍ଷିକ ଉତ୍ସବରେ ଦୁହେଁ ଅମିତାଭଙ୍କ ସହ ପହଞ୍ଚିଥିଲେ। ସେମାନେ ପାଖାପାଖି ବସିଥିଲେ। ଝିଅଙ୍କ ପ୍ରୋଗ୍ରାମକୁ ମନଭରି ଉପଭୋଗ କରିବା ସହ ମନଖୋଲି ନାଚିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

କିଛି ଭିଡିଓରେ ଐଶ୍‌ ଝିଅଙ୍କ ପ୍ରୋଗ୍ରାମର ଭିଡିଓ କରୁଥିବା ଦେଖାଯାଇଛି। ସେହିଭଳି ଆଉ କିଛିରେ ଶାହାରୁଖ ଖାନଙ୍କ ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ର ଗୀତ ‘ଦିବାନଗୀ ଦିବାନଗୀ’ରେ ଦୁହେଁ ନାଚୁଥିବା ନଜର ଆସୁଛି। ଉଭୟ ବେଶ ଖୁସି ଲାଗୁଛନ୍ତି। ଏହାକୁ ଦେଖି ପ୍ରଶଂସକ ଆଶ୍ୱସ୍ତ ହୋଇଛନ୍ତି। ଦୁହିଁଙ୍କ ଛାଡ଼ପତ୍ର ଖବର ଗୁଜବ ଭୁଲ। ସେ ଯାହା ବି ହେଉନା କାହିଁକି ଯେଉଁ ପର୍ଯ୍ୟନ୍ତ ଆଧିକାରୀକ ଭାବେ କିଛି ପ୍ରକାଶ କରାଯାଇନାହିଁ, କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍‌ ନୁହେଁ ବୋଲି ଅନେକେ କହୁଛନ୍ତି।

 

View this post on Instagram

 

A post shared by Nidhii (@srkiannidhii)

The post ‘ଅଲ୍‌ ଇଜ୍‌ ଓ୍ବେଲ୍‌’ appeared first on Dharitri Odia News.