ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର

ଚେନ୍ନାଇ: ସୋମବାର ଅର୍ଥାତ୍‌ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ । ଏହାର ଶ୍ରେୟ ‘ଆର୍ଯ୍ୟ’ ଏବଂ ’ପୁଷ୍ପା: ଦି ରାଇଜ’ ଭଳି ଚଳଚ୍ଚିତ୍ରକୁ ଯାଇଥାଏ। ଅଭିନେତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କର ବହୁ ପ୍ରତୀକ୍ଷିତ ମୁଭି ‘ପୁଷ୍ପା :: ଦି ରୁଲ’ର ଟିଜର ମୁକ୍ତିଲାଭ କରିଛି। ଟିଜରରେ […] The post ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର appeared first on Dharitri Odia News.

ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର

ଚେନ୍ନାଇ: ସୋମବାର ଅର୍ଥାତ୍‌ ଏପ୍ରିଲ ୮ରେ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଅଭିନେତାଙ୍କ ଟ୍ରେଡ ମାର୍କ AA ଦକ୍ଷିଣରେ ବହୁତ ଭାଇରାଲ । ଏହି ଟ୍ରେଡ ମାର୍କ ଏମିତି ସେମିତି ସୃଷ୍ଟି ହୋଇନାହିଁ । ଏହାର ଶ୍ରେୟ ‘ଆର୍ଯ୍ୟ’ ଏବଂ ’ପୁଷ୍ପା: ଦି ରାଇଜ’ ଭଳି ଚଳଚ୍ଚିତ୍ରକୁ ଯାଇଥାଏ। ଅଭିନେତାଙ୍କ ଜନ୍ମଦିନର ବିଶେଷ ଉତ୍ସବରେ ତାଙ୍କର ବହୁ ପ୍ରତୀକ୍ଷିତ ମୁଭି ‘ପୁଷ୍ପା :: ଦି ରୁଲ’ର ଟିଜର ମୁକ୍ତିଲାଭ କରିଛି। ଟିଜରରେ ଅଲ୍ଲୁ ପୁଣିଥରେ ପୁଷ୍ପା ବନିି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ସାଉଥରେ ଅଭିନେତାଙ୍କ ପ୍ରଶଂସକମାନେ ଏବେଠାରୁ ଉତ୍ସବ ପାଳନ କରିସାରିଛନ୍ତି। ଅଭିନେତା ତାଙ୍କ ଜନ୍ମଦିନରେ ପ୍ରଶଂସକଙ୍କୁ ଏକ ଲିଖିତ ଉପହାର ମଧ୍ୟ ଦେଇଛନ୍ତି। ‘ପୁଷ୍ପା ୨: ଦି ରୁଲ’ର ଟିଜର ଇଣ୍ଟରନେଟରେ ଅଧିକ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ପାଇଛି। ଏହି ଟିଜରରେ ଅଭିନେତାଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳୁଛି।
ପୁଷ୍ପାର ପ୍ରଥମ ଭାଗର ଶେଷ ଦୃଶ୍ୟରେ ପୁଷ୍ପା-ଶ୍ରୀବଲ୍ଲୀଙ୍କ ବିବାହ ଏବଂ ଏହାପୂର୍ବରୁ ଶେଖାୱତ (ଫାହାଦ ଫାଜିଲ) ଙ୍କ ସହିତ ବାକ ଯୁଦ୍ଧ ଦେଖାଯାଇଥିଲା, ଯାହା ବର୍ତ୍ତମାନ ସିକ୍ୱେଲରେ ପ୍ରତିଶୋଧ ନିଆଁରେ ପରିଣତ ହେବାକୁ ଲାଗିଛି। ’ପୁଷ୍ପା ୨: ଦ ରୁଲ’ର ଟିଜରରେ ନିର୍ମାତାମାନେ ଅଲୁ ଅର୍ଜୁନଙ୍କ ଏକ ଭିନ୍ନ ଅବତାର ପ୍ରଦର୍ଶନ କରିଛନ୍ତି, ତଥାପି ତାଙ୍କ ବିଶେଷ ଲୁକ ବିଷୟରେ କୌଣସି ସୂଚନା ଶେୟାର କରାଯାଇ ନାହିଁ।
‘ପୁଷ୍ପା ୨: ଦି ରୁଲ’ର ୧ମିନିଟ ୮ସେକେଣ୍ଡର ଟିଜରରେ ଅଭିନେତାଙ୍କ ପାଦରେ ଘୁଙ୍ଗୁର, କାନରେ କାନଫୁଲ ଏବଂ ଆଖିରେ କାଜଲ ରହିଛି। ଏହା ବ୍ୟତୀତ ପୁଷ୍ପା ରାଜଙ୍କ ଲୁକ ମଧ୍ୟ ଏଥର ବହୁତ ବଦଳିଛି। ଟିଜରରେ ଅଭିନେତା ଏକ ଶାଢି ପିନ୍ଧିଥିବାର ଏବଂ ତାଙ୍କ ହାତରେ ତ୍ରିଶୂଳ ଧରି ଶତ୍ରୁମାନଙ୍କ ସହ ଲଢୁଥିବା ନଜର ଆସିଛନ୍ତି। ମୁଭିର ଏହି ରୋମାଞ୍ଚକର ଟିଜର ଦେଖିବା ପରେ ପ୍ରଶଂସକଙ୍କ ଲୋମ ଟାଙ୍କୁରି ଉଠିଛି।

The post ଅଲ୍ଲୁ ଅର୍ଜୁନଙ୍କ ‘କାଳି’ ଅବତାର appeared first on Dharitri Odia News.