ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ ବାହାରୁଥୁବା ଗଦା ଗଦା ପ୍ଲାଷ୍ଟିକ, ଅଇଁଠା ପତ୍ର, ପଲିଥିନ ଆଦି ଗୋଟିଏ ସ୍ଥାନରେ ପକାଇବାକୁ ଡମ୍ପିୟାର୍ଡ଼ଟିଏ ନାହିଁ। ତେଣୁ ଯିଏ ଯୋଉଠି ପାଇଲେ ଅଳିଆ ଫୋପାଡୁଛନ୍ତି। ଫଳରେ ଏବେ ଦାରିଙ୍ଗବାଡିର ଚାରିପାଖେ ଅଳିଆ ଆବର୍ଜନା ସହ ସହର ବାହାରେ ଜଙ୍ଗଲ, ପାଇନ ବଣ ଚାରିଆଡେ ଅଳିଆ, ପ୍ଲାଷ୍ଟିକ ରେ ପରିବେଶ […] The post ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ appeared first on Dharitri Odia News.

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ ବାହାରୁଥୁବା ଗଦା ଗଦା ପ୍ଲାଷ୍ଟିକ, ଅଇଁଠା ପତ୍ର, ପଲିଥିନ ଆଦି ଗୋଟିଏ ସ୍ଥାନରେ ପକାଇବାକୁ ଡମ୍ପିୟାର୍ଡ଼ଟିଏ ନାହିଁ। ତେଣୁ ଯିଏ ଯୋଉଠି ପାଇଲେ ଅଳିଆ ଫୋପାଡୁଛନ୍ତି। ଫଳରେ ଏବେ ଦାରିଙ୍ଗବାଡିର ଚାରିପାଖେ ଅଳିଆ ଆବର୍ଜନା ସହ ସହର ବାହାରେ ଜଙ୍ଗଲ, ପାଇନ ବଣ ଚାରିଆଡେ ଅଳିଆ, ପ୍ଲାଷ୍ଟିକ ରେ ପରିବେଶ ପରିମଳ ବିପର୍ଯ୍ୟସ୍ଥ ହୋଇପଡିଛି। ଫଳରେ ପର୍ଯ୍ୟଟକ ଓ ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକ ନାକ ଟେକୁଛନ୍ତି। ପୂର୍ବରୁ ଏନେଇ ପ୍ରଶାସନ ଅଳିଆ ସଫା କରିବା ସହ ଲୋକଙ୍କୁ ସଚେତନ କରି ନୟାନ୍ତ ହୋଇପଡ଼ିଥିବାବେଳେ ସ୍ଥାୟୀ ସମାଧାନ ହୋଇପାରିନାହିଁ।

ବଣିକ ସଙ୍ଘର ସଭାପତି ଲଡ଼ୁ କିଶୋର ସାହୁ, ସମ୍ପାଦକ ଦିଲୀପ କୁମାର ସାହୁ,ଅଜିତ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଭଗବାନ ସାହୁ, ସରୋଜ ସାହୁ ପ୍ରମୁଖ ନୂତନ ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ସ୍ବାଗତ ଜଣାଇବା ସହ ଡମ୍ପିୟାର୍ଡ଼ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଚି଼ହ୍ନଟ ଓ ପଦକ୍ଷେପ ନେବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ନିବେଦନ କରିଛନ୍ତି। ସେହିପରି ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରରେ ଆହୁରି ବିକାଶ କରାଯିବାକୁ ସଙ୍ଘ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଛି।

The post ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ appeared first on Dharitri Odia News.