ଅଳିଆ ବୋଝେଇ ଟ୍ରାକ୍ଟରକୁ ପିଟିଲା ହାଇଓ୍ୱା, ଡ୍ରାଇଭର-ହେଲ୍‌ପର୍ ଗୁରୁତର

ଭୁବନେଶ୍ୱର ୩୧।୦୩ : ଅଳିଆ ବୋଝେଇ ଟ୍ରାକ୍ଟରକୁ ପିଟିଲା ହାଇଓ୍ୱା । ଏହି ହାଇଓ୍ୱା ଧକ୍କାରେ ଓଲଟିଲା ଟ୍ରାକ୍ଟର । ଯେଉଁଥିରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ଏକ ଅଳିଆ ବୋଝେଇ ଟାକ୍ଟରକୁ ଭାରସାମ୍ୟ ହରାଇ ପିଟିଛି ହାଇଓ୍ୱା । ଯାହାଫଳରେ ଏହି ଦୁର୍ଘଟଣା ପରେ ଅଳିଆ ବୋଝେଇ ଟ୍ରାକ୍ଟରଟି ଓଲପଡିଛି । ତେବେ ଟ୍ରାକ୍ଟରଟି ଓଲଟିବା ଦ୍ୱାରା ରାସ୍ତାରେ କୁଢକୁଢ ଅଳିଆ ପଡିରହିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଚନ୍ଦ୍ରଶେଖପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁର୍ଘଟଣା ଘଟାଇଥିବା ହାଇଓ୍ୱା ଡ୍ରାଇଭରକୁ ଅଟକ ରଖିଛି ପୋଲିସ । 

ଅଳିଆ ବୋଝେଇ ଟ୍ରାକ୍ଟରକୁ ପିଟିଲା ହାଇଓ୍ୱା, ଡ୍ରାଇଭର-ହେଲ୍‌ପର୍ ଗୁରୁତର

ଭୁବନେଶ୍ୱର ୩୧।୦୩ : ଅଳିଆ ବୋଝେଇ ଟ୍ରାକ୍ଟରକୁ ପିଟିଲା ହାଇଓ୍ୱା । ଏହି ହାଇଓ୍ୱା ଧକ୍କାରେ ଓଲଟିଲା ଟ୍ରାକ୍ଟର । ଯେଉଁଥିରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖପୁର ଥାନା ଅଞ୍ଚଳରେ ଏକ ଅଳିଆ ବୋଝେଇ ଟାକ୍ଟରକୁ ଭାରସାମ୍ୟ ହରାଇ ପିଟିଛି ହାଇଓ୍ୱା । ଯାହାଫଳରେ ଏହି ଦୁର୍ଘଟଣା ପରେ ଅଳିଆ ବୋଝେଇ ଟ୍ରାକ୍ଟରଟି ଓଲପଡିଛି । ତେବେ ଟ୍ରାକ୍ଟରଟି ଓଲଟିବା ଦ୍ୱାରା ରାସ୍ତାରେ କୁଢକୁଢ ଅଳିଆ ପଡିରହିଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଚନ୍ଦ୍ରଶେଖପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଦୁର୍ଘଟଣା ଘଟାଇଥିବା ହାଇଓ୍ୱା ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।