ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌

କିଭ୍‌,୭।୩: ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ସୂଚନାନୁଯାୟୀ, ଓଡେସାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଏବଂ ଗ୍ରୀସ ପ୍ରଧାନମନ୍ତ୍ରୀ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାଷ୍ଟ୍ରପତି ଜେଲେନସ୍କିଙ୍କ କନଭେନ୍‌ ଗ୍ରୀକ୍‌ ଦୂତାବାସରେ ପହଞ୍ଚିଥିଲା, ସେତେବେଳେ ପ୍ରାୟ ୧୦୦ ମିଟର ଦୂରରେ କ୍ଷେପଣାସ୍ତ୍ର […] The post ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌ appeared first on Dharitri Odia News.

ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌

କିଭ୍‌,୭।୩: ମିସାଇଲ୍‌ ମାଡ଼ରୁ ଅଳ୍ପକେ ରକ୍ଷା ପାଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କି। ତାଙ୍କ କନଭେନ୍‌ର ଅତି ନିକଟରେ ମିସାଇଲ୍‌ ପଡ଼ିଥିବା ଜଣାପଡ଼ିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନରୁ ପ୍ରଥମ ଥର ଲାଗି ଜେଲେନସ୍କିଙ୍କ ଏତେ ନିକଟରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି।

ସୂଚନାନୁଯାୟୀ, ଓଡେସାରେ ୟୁକ୍ରେନ୍‌ ରାଷ୍ଟ୍ରପତି ଏବଂ ଗ୍ରୀସ ପ୍ରଧାନମନ୍ତ୍ରୀ ସାକ୍ଷାତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ରାଷ୍ଟ୍ରପତି ଜେଲେନସ୍କିଙ୍କ କନଭେନ୍‌ ଗ୍ରୀକ୍‌ ଦୂତାବାସରେ ପହଞ୍ଚିଥିଲା, ସେତେବେଳେ ପ୍ରାୟ ୧୦୦ ମିଟର ଦୂରରେ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।

The post ଅଳ୍ପକେ ବର୍ତ୍ତିଗଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି, ଅତି ନିକଟରେ ପଡ଼ିଲା ମିସାଇଲ୍‌ appeared first on Dharitri Odia News.