ଅଶୋକ କେଏମ୍ବିର ନୂଆ ଏମ୍ଡି
ନୂଆଦିଲ୍ଲୀ,୨।୧: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (କେଏମ୍ବି)ର ନୂଆ ଏମ୍ଡି ତଥା ସିଇଓ ଭାବେ ବରିଷ୍ଠ ବ୍ୟାଙ୍କର ଅଶୋକ ଭାସ୍ଓ୍ବାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଅଶୋକଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ସେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଆର୍ବିଆଇ ପକ୍ଷରୁ ଅନୁମୋଦନ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଅଶୋକ କେଏମ୍ବିର ପୂର୍ବତନ ଏମ୍ଡି ତଥା ସିଇଓ ଦୀପକ ଗୁପ୍ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ଅଶୋକ ଦୀର୍ଘ […] The post ଅଶୋକ କେଏମ୍ବିର ନୂଆ ଏମ୍ଡି appeared first on Dharitri Odia News.
ନୂଆଦିଲ୍ଲୀ,୨।୧: କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (କେଏମ୍ବି)ର ନୂଆ ଏମ୍ଡି ତଥା ସିଇଓ ଭାବେ ବରିଷ୍ଠ ବ୍ୟାଙ୍କର ଅଶୋକ ଭାସ୍ଓ୍ବାନୀ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୨୩ ଅକ୍ଟୋବରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଅଶୋକଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲା। ସେ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଆର୍ବିଆଇ ପକ୍ଷରୁ ଅନୁମୋଦନ ମିଳିଥିଲା। ଉଲ୍ଲେଖଯୋଗ୍ୟ, ଅଶୋକ କେଏମ୍ବିର ପୂର୍ବତନ ଏମ୍ଡି ତଥା ସିଇଓ ଦୀପକ ଗୁପ୍ତାଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଅପରପକ୍ଷରେ ଅଶୋକ ଦୀର୍ଘ ୩୦ ବର୍ଷରୁ ସମୟ ହେବ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ସେ ଗତ ୩ ଦଶନ୍ଧି ଧରି ସିଟି ଗ୍ରୁପ୍ରେ କାର୍ଯ୍ୟକରୁଥିଲେ। ଅଶୋକ କେଏମ୍ବିର ଏମ୍ଡି ତଥା ସିଇଓ ପଦରେ ନିଯୁକ୍ତି ହେବା ପୂର୍ବରୁ ବାରକେଲସ୍ରେ କାର୍ଯ୍ୟ କରୁଛନ୍ତି।
The post ଅଶୋକ କେଏମ୍ବିର ନୂଆ ଏମ୍ଡି appeared first on Dharitri Odia News.