ଲାଭାର ନୂତନ ଉତ୍ପାଦ ‘ପାୱାର ପ୍ୟାକ୍‌ଡ ଯୁବା ୫ଜି’; ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା

ଭୁବନେଶ୍ୱର,୨।୬: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ନୂତନ ଉତ୍ପାଦ ଯୁବା ୫ଜି (ପାୱାର ପ୍ୟାକ୍‌ଡ ଯୁବା ୫ଜି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଦୁଇଟି ମେମୋରି ଭାରିଆଣ୍ଟରେ ଉନ୍ମୋଚନ ହୋଇଥିବା ଯୁବା ୫ଜିରେ ଅତ୍ୟାଧୁନିକ ଫିଚର ସହ ଉତ୍କୃଷ୍ଟ ବ୍ୟାଟେରି ବ୍ୟାକ୍‌ଅପ୍‌, ଦ୍ରୁତ ଏବଂ କ୍ୱାଲିଟି କ୍ୟାମେରା ଭଳି ଅନେକ ବୈଶିଷ୍ଟ ସାମିଲ ରହିଛି। ଏପରିକି ଏହାର ୬୪ଜିବି ମଡେଲର ବଜାର ମୂଲ୍ୟ ୯,୪୯୯ ଟଙ୍କା ଏବଂ ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା ରହିଛି। ଅପରପକ୍ଷରେ […] The post ଲାଭାର ନୂତନ ଉତ୍ପାଦ ‘ପାୱାର ପ୍ୟାକ୍‌ଡ ଯୁବା ୫ଜି’; ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା appeared first on Dharitri Odia News.

ଲାଭାର ନୂତନ ଉତ୍ପାଦ ‘ପାୱାର ପ୍ୟାକ୍‌ଡ ଯୁବା ୫ଜି’; ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା

ଭୁବନେଶ୍ୱର,୨।୬: ଲାଭା ଇଣ୍ଟରନ୍ୟାଶନାଲ ଲିମିଟେଡ୍‌ର ନୂତନ ଉତ୍ପାଦ ଯୁବା ୫ଜି (ପାୱାର ପ୍ୟାକ୍‌ଡ ଯୁବା ୫ଜି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଦୁଇଟି ମେମୋରି ଭାରିଆଣ୍ଟରେ ଉନ୍ମୋଚନ ହୋଇଥିବା ଯୁବା ୫ଜିରେ ଅତ୍ୟାଧୁନିକ ଫିଚର ସହ ଉତ୍କୃଷ୍ଟ ବ୍ୟାଟେରି ବ୍ୟାକ୍‌ଅପ୍‌, ଦ୍ରୁତ ଏବଂ କ୍ୱାଲିଟି କ୍ୟାମେରା ଭଳି ଅନେକ ବୈଶିଷ୍ଟ ସାମିଲ ରହିଛି। ଏପରିକି ଏହାର ୬୪ଜିବି ମଡେଲର ବଜାର ମୂଲ୍ୟ ୯,୪୯୯ ଟଙ୍କା ଏବଂ ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା ରହିଛି। ଅପରପକ୍ଷରେ ୟୁବା ୫ଜି ଆମାଜନ, ଲାଭା ଇ-ଷ୍ଟୋର ଏବଂ ଲାଭା ରିଟେଲ ଆଉଟ୍‌ଲେଟ୍‌ଗୁଡିକରେ ୨୦୨୪ ଜୁନ୍‌ ୫ରୁ ଉପଲବ୍ଧ ହେବାକୁ ଯାଉଛି । ଏ ସମ୍ପର୍କରେ ଲାଭା ଇଣ୍ଟରନ୍ୟାଶନାଲର ମାକେର୍ଟି ହେଡ୍‌ ପୁରବଂଶ ମୈତ୍ରେୟ କହିଛନ୍ତି, ଯୁବା ୫ଜି’ର ଅନାବରଣକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏଥିରେ ପାୱାର ପ୍ୟାକ୍‌ ହୋଇଥିବା ବୈଶିଷ୍ଟ୍ୟ ସମ୍ପୂର୍ଣ୍ଣ ନିରାପତ୍ତା ଏବଂ ନିଶ୍ଚିତ ଅପ୍‌ଡେଟ୍‌ ସହିତ ଏକ ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିଥାଏ।

The post ଲାଭାର ନୂତନ ଉତ୍ପାଦ ‘ପାୱାର ପ୍ୟାକ୍‌ଡ ଯୁବା ୫ଜି’; ୧୨୮ଜିବିର ମୂଲ୍ୟ ୯,୯୯୯ ଟଙ୍କା appeared first on Dharitri Odia News.