ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ
ନୂଆଦିଲ୍ଲୀ,୧୮।୧: ପୂର୍ବତନ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍ପି ମହୁଆ ମୋଇତ୍ରା ପୁଣିଥରେ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୪ ଜାନୁଆରୀ ୧୬ରେ ସେ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ପାଇଥିଲେ। ନ୍ୟୁଜ ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ତାଙ୍କ ମାମଲା ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ଗିରିଶ କାଠପାଲିଆଙ୍କ ବେଞ୍ଚରେ ତାଲିକାଭୁକ୍ତ ହୋଇଛି। ବାସ୍ତବରେ ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ମଙ୍ଗଳବାର ଟିଏମସି ନେତାଙ୍କୁ ଏକ ବିଜ୍ଞପ୍ତି ଜାରି […] The post ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧: ପୂର୍ବତନ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍ପି ମହୁଆ ମୋଇତ୍ରା ପୁଣିଥରେ ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୨୦୨୪ ଜାନୁଆରୀ ୧୬ରେ ସେ ସରକାରୀ ବଙ୍ଗଳା ଖାଲି କରିବାକୁ ଏକ ନୋଟିସ ପାଇଥିଲେ। ନ୍ୟୁଜ ଏଜେନ୍ସି ଏଏନ୍ଆଇ ଅନୁଯାୟୀ, ତାଙ୍କ ମାମଲା ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ଗିରିଶ କାଠପାଲିଆଙ୍କ ବେଞ୍ଚରେ ତାଲିକାଭୁକ୍ତ ହୋଇଛି।
ବାସ୍ତବରେ ସରକାରୀ ବଙ୍ଗଳା ଖାଲି କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟ ମଙ୍ଗଳବାର ଟିଏମସି ନେତାଙ୍କୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ବର୍ତ୍ତମାନ ସରକାରୀ ବଙ୍ଗଳାକୁ ଯଥାଶୀଘ୍ର ଖାଲି କରିବାକୁ ସୁନିଶ୍ଚିତ କରିବାକୁ ଇଷ୍ଟେଟ ନିର୍ଦ୍ଦେଶାଳୟର ଅଧିକାରୀଙ୍କ ଏକ ଟିମ ପଠାଯିବ।
ମହୁଆଙ୍କୁ ୨୦୨୩ ଡିସେମ୍ବର ୮ରେ ଲୋକ ସଭାରୁ ବହିଷ୍କୃତ ହୋଇଥିଲେ। ଯାହା ପରେ ତାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ଏମ୍ପି ଭାବରେ ତାଙ୍କୁ ଏହି ବଙ୍ଗଳା ଦିଆଯାଇଥିଲା।
The post ସରକାରୀ ବଙ୍ଗଳା ଖାଲି କରିବା ମାମଲାରେ ହାଇକୋର୍ଟ ଗଲେ ମହୁଆ appeared first on Dharitri Odia News.