ଅଶୋକଙ୍କୁ ମିଳିଲା ରାଜ୍ୟ ସଭା ଉପହାର: ଭାଜପାରେ ଯୋଗ ଦେବାର ଗୋଟିଏ ଦିନ ପରେ…

ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଅଶୋକ ଚୌହ୍ବାନଙ୍କୁ ପରଦିନ ଉପହାର ମିଳିଛି। ବାସ୍ତବରେ ଭାଜପା ରାଜ୍ୟସ ଭା ପାଇଁ ନୂତନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୬ ଜଣ ନେତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କୁ ଭାଜପା ରାଜ୍ୟ ସଭାକୁ ପଠାଉଛି। ଏହି ତାଲିକାରେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକଙ୍କ ନାମ ମଧ୍ୟ ରହିଛି। ଅଶୋକ […] The post ଅଶୋକଙ୍କୁ ମିଳିଲା ରାଜ୍ୟ ସଭା ଉପହାର: ଭାଜପାରେ ଯୋଗ ଦେବାର ଗୋଟିଏ ଦିନ ପରେ… appeared first on Dharitri Odia News.

ଅଶୋକଙ୍କୁ ମିଳିଲା ରାଜ୍ୟ ସଭା ଉପହାର: ଭାଜପାରେ ଯୋଗ ଦେବାର ଗୋଟିଏ ଦିନ ପରେ…

ନୂଆଦିଲ୍ଲୀ,୧୪।୨ : କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଅଶୋକ ଚୌହ୍ବାନଙ୍କୁ ପରଦିନ ଉପହାର ମିଳିଛି। ବାସ୍ତବରେ ଭାଜପା ରାଜ୍ୟସ ଭା ପାଇଁ ନୂତନ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୬ ଜଣ ନେତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କୁ ଭାଜପା ରାଜ୍ୟ ସଭାକୁ ପଠାଉଛି।

ଏହି ତାଲିକାରେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକଙ୍କ ନାମ ମଧ୍ୟ ରହିଛି। ଅଶୋକ ମଙ୍ଗଳବାର କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ଗୋଟିଏ ଦିନ ପରେ ଭାଜପା ତାଙ୍କୁ ରାଜ୍ୟ ସଭା ପଠାଇବାକୁ ଘୋଷଣା କରିଛି।

ଭାରତୀୟ ଜନତା ପାର୍ଟି ଦ୍ୱାରା ପ୍ରକାଶିତ ରାଜ୍ୟ ସଭା ପ୍ରାର୍ଥୀଙ୍କ ନୂତନ ତାଲିକାରେ ଗୁଜରାଟରୁ ଜେପି ନଡ୍ଡା, ଗୋବିନ୍ଦଭାଇ ଢେଲକିଆ, ମୟଙ୍କଭାଇ ନାୟକ, ଡ.ଜଶୱନ୍ତସିଂହ ସଲାମସିଂହ ପାରମାରଙ୍କୁ ରାଜ୍ୟ ସଭାକୁ ପଠାଯାଇଛି। ମହାରାଷ୍ଟ୍ରରୁ ଅଶୋକ ଚୌହ୍ବାନ, ଶ୍ରୀମତୀ ମେଧା କୁଲକର୍ଣ୍ଣି ଏବଂ ଡକ୍ଟର ଅଜିତ ଗୋପଚଡେଙ୍କ ନାମ ଅନ୍ତର୍ଭୁକ୍ତ।

 

The post ଅଶୋକଙ୍କୁ ମିଳିଲା ରାଜ୍ୟ ସଭା ଉପହାର: ଭାଜପାରେ ଯୋଗ ଦେବାର ଗୋଟିଏ ଦିନ ପରେ… appeared first on Dharitri Odia News.