ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ନୁହନ୍ତି, ରିଲ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଟ୍ରେନ୍‌ ଦୁର୍ଘଟଣାରେ ଆଜି ୨ ଜଣଙ୍କ ମୃତ୍ୟୁ ହେବାପରେ ବିରୋଧୀ ଦଳ ନେତାମାନେ ଆଜି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ତୀବ୍ର ବର୍ଷିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ସରକାର ରେଳ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଛନ୍ତି। ସେମାନେ ପେପର୍‌ ଲିକ୍‌ରେ ରେକର୍ଡ କଲେ ଆଉ ଏବେ ‌ରେଳ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଛନ୍ତି। ସରକାର କେବଳ ବଡ଼ ବଡ଼ ଦାବି କରୁଛନ୍ତି। ଅନ୍ୟପକ୍ଷେ ଲୋକମାନେ […]

ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ନୁହନ୍ତି, ରିଲ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଟ୍ରେନ୍‌ ଦୁର୍ଘଟଣାରେ ଆଜି ୨ ଜଣଙ୍କ ମୃତ୍ୟୁ ହେବାପରେ ବିରୋଧୀ ଦଳ ନେତାମାନେ ଆଜି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଉପରେ ତୀବ୍ର ବର୍ଷିଛନ୍ତି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ସରକାର ରେଳ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଛନ୍ତି। ସେମାନେ ପେପର୍‌ ଲିକ୍‌ରେ ରେକର୍ଡ କଲେ ଆଉ ଏବେ ‌ରେଳ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଛନ୍ତି। ସରକାର କେବଳ ବଡ଼ ବଡ଼ ଦାବି କରୁଛନ୍ତି। ଅନ୍ୟପକ୍ଷେ ଲୋକମାନେ ସେମାନଙ୍କ ଜୀବନ ହରାଇ ଦେଉଛନ୍ତି। ଭବିଷ୍ୟତରେ ଯେଭଳି କୌଣସି ଦୁର୍ଘଟଣା ନହୁଏ ସରକାର ସେଦିଗରେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଅଖିଳେଶ କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଶରେ ରେଳ ଦୁର୍ଘଟଣା ବଢ଼ିବାର କାରଣ କ’ଣ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଏବଂ ଏଭଳି ଘଟଣାକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ କହିଛନ୍ତି। ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଦେଶରେ ରେଳ ଦୁର୍ଘଟଣା ବଢ଼ିବା ପ୍ରସଙ୍ଗରେ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଚତୁର୍ବେଦୀ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ କଟାକ୍ଷ କରି କହିଛନ୍ତି, ସେ ‌ରେଳ ମନ୍ତ୍ରୀ ନୁହନ୍ତି ସେ ହେଉଛନ୍ତି ରିଲ୍‌ ମନ୍ତ୍ରୀ। ଟ୍ରେନ୍‌ରେ ଅସମ୍ଭାଳ ଭିଡ଼କୁ ସେ ସମାଲୋଚନା କରିଛନ୍ତି। ଚତୁର୍ବେଦୀ କହିଛନ୍ତି, ଲୋକମାନେ ଟ୍ରେନ୍‌ର ଟଏଲେଟ୍‌ରେ ଯାତ୍ରା କରୁଛନ୍ତି କିନ୍ତୁ ସରକାରଙ୍କୁ ଲାଜ ଲାଗୁନାହିଁ।