ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ପୂରିବ। ହେଲେ କେଁ ରହିଛି ଅଶ୍ୱିନୀଙ୍କ ପାଖରେ। ଗତଥର ତାଙ୍କ ରାଜ୍ୟ ସଭା ଯିବା ପଛରେ ବିଜୁ ଜନତା ଦଳ […] The post ଅଶ୍ୱିନୀଙ୍କ କ’ଣ ହେବ appeared first on Dharitri Odia News.

ଅଶ୍ୱିନୀଙ୍କ କ’ଣ ହେବ

ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟ ସଭା ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ୨୯ ଜାନୁଆରୀରେ ତାରିଖ ଘୋଷଣା କରିଛନ୍ତି। ଓଡ଼ିଶାର ୩ ରାଜ୍ୟ ସଭା ସଦସ୍ୟ ବିଜେଡିର ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ଭାଜପାରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ପୂରିବ। ହେଲେ କେଁ ରହିଛି ଅଶ୍ୱିନୀଙ୍କ ପାଖରେ। ଗତଥର ତାଙ୍କ ରାଜ୍ୟ ସଭା ଯିବା ପଛରେ ବିଜୁ ଜନତା ଦଳ (ବିଜେଡି)ର ସକ୍ରିୟ ସମର୍ଥନ ଥିଲା। ଆଜି ମଧ୍ୟ ଭୋଟର ତାଲିକାରେ ସେଭଳି କୌଣସି ପରିବର୍ତ୍ତନ ଘଟି ନାହିଁ। ଅର୍ଥାତ୍‌ ୧୪୭ ସଦସ୍ୟ ବିଶିଷ୍ଟ ଓଡ଼ିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟି (ଭାଜପା)ର ସଦସ୍ୟ ସଂଖ୍ୟାକୁ ଦେଖିଲେ ଅଶ୍ୱିନୀ ଜିତିବା ଅସମ୍ଭବ। ଅନ୍ୟପଟେ ଲୋକ ସଭା ନିର୍ବାଚନରେ ସେ କଟକରୁ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି। ଗତ ୧୫ ଦିନ ମଧ୍ୟରେ କଟକକୁ ତାଙ୍କ ଘନ ଘନ ଗସ୍ତ ଆଲୋଚନାକୁ ଖୋରାକ ଯୋଗାଇଛି। ଯଦି ଅଶ୍ୱିନୀ ପ୍ରତ୍ୟକ୍ଷ ନିର୍ବାଚନ ନ ଲଢ଼ି ପୁଣି ରାଜ୍ୟ ସଭାକୁ ଯିବାକୁ ଚାହିଁବେ, ତେବେ କେଉଁ ସଂଖ୍ୟା ବଳରେ ବିଜୟୀ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିପାରେ।
ଯଦି ରାଜ୍ୟ ସଭା କଥା ଚିନ୍ତା କରାଯାଏ ତେବେ ଅଶ୍ୱିନୀଙ୍କୁ ସେଠାକୁ ଯିବା ଲାଗି ପାସ୍‌ପୋର୍ଟ ବିଜେଡିକୁ ଦେବାକୁ ହୋଇପାରେ। ବର୍ତ୍ତମାନ କେନ୍ଦ୍ରୀୟ ସ୍ତରରେ ବିଜେଡି-ଭାଜପାର ସମ୍ପର୍କକୁ ଦେଖିଲେ ଅଶ୍ୱିନୀଙ୍କୁ ପୁନର୍ବାର ସମର୍ଥନ ମିଳିପାରେ ବୋଲି କହିହେବ। କିନ୍ତୁ ପରିବର୍ତ୍ତିତ ରାଜନୀତିରେ ବିଜେଡି କେଉଁଭଳି ସର୍ତ୍ତ ରଖି ଏହି ସମର୍ଥନ ଦେବ, ତାହା ଦେଖିବାକୁ ଅଛି। ଆସନ୍ତା ଫେବୃଆରୀରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନରେ ଭାଜପା ତା’ର ଅଧିକ ସଂଖ୍ୟକ ସାଂସଦ ଜିତାଇ କରି ଆଣିପାରିଲା ବୋଲି ଦେଖାଇଲେ ଭାବମୂର୍ତ୍ତି ଆହୁରି ଦୃଢ଼ୀଭୂତ ହେବ। ସାଧାରଣରେ ବିଜୁ ଜନତା ଦଳ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଅଶ୍ୱିନୀଙ୍କୁ ଜିତାଇବା ପାଇଁ ଆଗ୍ରହ ପ୍ରଦର୍ଶନ କରିଥାଆନ୍ତା। କିନ୍ତୁ ଫେବୃଆରୀ ୩ରେ ସମ୍ବଲପୁର ଗସ୍ତରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟ ଅନେକାଂଶରେ ନିର୍ଣ୍ଣାୟକ ହେବ। ପୁନର୍ବାର ମହିଳା ସମାବେଶ ପାଇଁ ୧୦ ତାରିଖ ଭୁବନେଶ୍ୱର ଆସିବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦି ୩ ତାରିଖର କଥାକୁ ଦୋହରାଇବେ ନା ବଦଳାଇବେ ତାହା ଅଶ୍ୱିନୀଙ୍କ ଆଶା ସମ୍ପର୍କରେ ଆଭାସ ମିଳିବ।

ଜିତେନ୍ଦ୍ର କୁମାର ନାୟକ

The post ଅଶ୍ୱିନୀଙ୍କ କ’ଣ ହେବ appeared first on Dharitri Odia News.