ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି…
ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଧାନସଭା କ୍ଷେତ୍ର ଓ୍ବାୟନାଡ଼ରେ କଂଗ୍ରେସର ଅଡୁଆ ବଢ଼ିଛି। ଏହାର କାରଣ ହେଉଛି ଓ୍ବାୟନାଡ଼ରେ ଜଣେ ସ୍ଥାନୀୟ କଂଗ୍ରେସ ନେତା ଏବଂ ତାଙ୍କ ପୁଅ ଆତ୍ମହତ୍ୟା କରିବା। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ଏନ୍ ଏମ୍ ବିଜୟନ ଏବଂ ତାଙ୍କ ପୁଅଙ୍କ ନାମ ଜିଜେଶ। ସିପିଏମ୍ ଏବଂ ଭାଜପା ଏହି ଆତ୍ମହତ୍ୟା ପ୍ରସଙ୍ଗକୁ ଉଠାଇଛନ୍ତି। ଉଭୟ ରାଜନୈତିକ ଦଳ କଂଗ୍ରେସ ନେତାଙ୍କ ଉପରେ ସହକାରୀ ବ୍ୟାଙ୍କରୁ କଥିତ ଭାବେ […] The post ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିଧାନସଭା କ୍ଷେତ୍ର ଓ୍ବାୟନାଡ଼ରେ କଂଗ୍ରେସର ଅଡୁଆ ବଢ଼ିଛି। ଏହାର କାରଣ ହେଉଛି ଓ୍ବାୟନାଡ଼ରେ ଜଣେ ସ୍ଥାନୀୟ କଂଗ୍ରେସ ନେତା ଏବଂ ତାଙ୍କ ପୁଅ ଆତ୍ମହତ୍ୟା କରିବା। ଆତ୍ମହତ୍ୟା କରିଥିବା ନେତାଙ୍କ ନାମ ଏନ୍ ଏମ୍ ବିଜୟନ ଏବଂ ତାଙ୍କ ପୁଅଙ୍କ ନାମ ଜିଜେଶ। ସିପିଏମ୍ ଏବଂ ଭାଜପା ଏହି ଆତ୍ମହତ୍ୟା ପ୍ରସଙ୍ଗକୁ ଉଠାଇଛନ୍ତି। ଉଭୟ ରାଜନୈତିକ ଦଳ କଂଗ୍ରେସ ନେତାଙ୍କ ଉପରେ ସହକାରୀ ବ୍ୟାଙ୍କରୁ କଥିତ ଭାବେ ଚାକିରି ବଦଳରେ ଟଙ୍କା ନେବାର ଦୁର୍ନୀତି କରିଥିବା ଅଭିଯୋଗ ଆଣିଛନ୍ତି।
ଭାଜପା ଏବଂ ସିପିଏମ୍ର ଅଭିଯୋଗ ଜବାବରେ ଓ୍ବାୟନାଡ଼ ଜିଲା କଂଗ୍ରେସର ଅଧ୍ୟକ୍ଷ କହିଛନ୍ତି ଯେ ସେ ଦଳର ନେତୃବୃନ୍ଦଙ୍କୁ ଅପିଲ କରିଛି ଯେ ଏହି ଘଟଣାରେ ଲାଗିଥିବା ଅଭିଯୋଗର ଯାଞ୍ଚ ହେବା ଉଚିତ।
କହିରଖୁଛୁ, ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଛନ୍ତି। ନଭେମ୍ବରରେ ହୋଇଥିବା ଲୋକ ସଭା ଉପ ନିର୍ବାଚନରେ ସେ ଏଠାରୁ ୪ ଲକ୍ଷରୁ ଅଧିକ ଭୋଟରେ ବିଜେତା ହୋଇଛନ୍ତି।
ତେବେ ବିଜୟନ ଏବଂ ପୁଅ ଜିଜେଶ ଗତ ମଙ୍ଗଳବାର ବିଷ ପିଇ ଆତ୍ମହତ୍ୟା କରିନେଇଥିଲେ। ଜିଜେଶ ଏକ ଦୁର୍ଘଟଣା ପରେ ଦୀର୍ଘଦିନ ଧରି ଶଯ୍ୟାଶାୟୀ ଥିଲେ। ପୋଲିସ କହିଛି ଯେ ଏହି ମାମଲାରେ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ। ପରିବାର ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ।
ବିଜୟନ ଓ୍ବାୟନାଡ଼ ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ଥିଲେ। ସେ ଦୀର୍ଘ ୧ ଦଶକରୁ ଅଧିକ ସମୟ ଧରି କଂଗ୍ରେସର ଜିଲା ପଦାଧିକାରୀ ଥିଲେ।
The post ଓ୍ବାୟନାଡ଼ରେ କଂଗ୍ରେସର ଅଡ଼ୁଆ ବଢ଼ିଲା, ୨ଜଣଙ୍କ ଆତ୍ମହତ୍ୟାକୁ ନେଇ କାହିଁକି… appeared first on Dharitri Odia News.