ଆଇପିଏଲ୍ ମଝିରେ ପାଣ୍ଡ୍ୟାଙ୍କ ସହ ଦଳ ପାଇଁ ପ୍ରଥମ ଖୁସି ଖବର
ନୂଆଦିଲ୍ଲୀ,୩ା୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନଠାରୁ ଏଯାବତର ଯାତ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଠିକ୍ ନାହିଁ। ରୋହିତ ଶର୍ମାଙ୍କ ସ୍ଥାନରେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ଦଳ ଖେଳିଥିବା ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଏମିତିରେ ବୁଧବାର ଅଧିନାୟକ ପାଣ୍ଡ୍ୟା ଏବଂ ଦଳ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଆହତ ହୋଇ ପ୍ରଥମ ୩ ମ୍ୟାଚ୍ରୁ ବାଦ ପଡିଥିବା ସୂର୍ଯ୍ୟକୁମାର ଯାଦବ ଫିଟ୍ ହୋଇଛନ୍ତି। ନ୍ୟାଶନାଲ କ୍ରିକେଟ […] The post ଆଇପିଏଲ୍ ମଝିରେ ପାଣ୍ଡ୍ୟାଙ୍କ ସହ ଦଳ ପାଇଁ ପ୍ରଥମ ଖୁସି ଖବର appeared first on Dharitri Odia News.
ନୂଆଦିଲ୍ଲୀ,୩ା୪: ଆଇପିଏଲ୍ ୨୦୨୪ ଆରମ୍ଭ ହେବା ଦିନଠାରୁ ଏଯାବତର ଯାତ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଠିକ୍ ନାହିଁ। ରୋହିତ ଶର୍ମାଙ୍କ ସ୍ଥାନରେ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱ ନେଉଥିବା ବେଳେ ଦଳ ଖେଳିଥିବା ପ୍ରାରମ୍ଭିକ ୩ ମ୍ୟାଚ୍ରେ ପରାଜିତ ହୋଇଛି। ଏମିତିରେ ବୁଧବାର ଅଧିନାୟକ ପାଣ୍ଡ୍ୟା ଏବଂ ଦଳ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଆହତ ହୋଇ ପ୍ରଥମ ୩ ମ୍ୟାଚ୍ରୁ ବାଦ ପଡିଥିବା ସୂର୍ଯ୍ୟକୁମାର ଯାଦବ ଫିଟ୍ ହୋଇଛନ୍ତି।
ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍ସିଏ)ରେ ଅନୁଷ୍ଠିତ ଫିଟ୍ନେସ୍ ଟେଷ୍ଟରେ ସୂର୍ଯ୍ୟକୁମାର ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ଆଉ ଏକ ଟେଷ୍ଟ ପରେ ହିଁ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ସ୍ପୋଟର୍ସ ହାର୍ନିଆ କାରଣରୁ ସୂର୍ଯ୍ୟକୁମାରଙ୍କ ଶରୀରରେ ଏକାଧିକ ଅସ୍ତ୍ରୋପଚାର ହୋଇଥିଲା। ଗୋଇଠିରେ ଗ୍ରେଡ୍-୨ ଟିୟର ହୋଇଥିବା ବେଳେ ସ୍ପୋଟର୍ସ ହାର୍ନିଆ ପାଇଁ ମଧ୍ୟ ଏକ ସର୍ଜରି ହୋଇଥିଲା। ତେବେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ସେ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ସୃଷ୍ଟି ହୋଇଛି। ଏନ୍ସିଏ ନେଟ୍ସରେ ସୂର୍ଯ୍ୟକୁମାର ବ୍ୟାଟିଂ ଅଭ୍ୟାସ କରିଥିବା ବେଳେ ଅନ୍ୟ ସମସ୍ତ ଶାରୀରିକ ଅଭ୍ୟାସ ମଧ୍ୟ କରିଛନ୍ତି।
The post ଆଇପିଏଲ୍ ମଝିରେ ପାଣ୍ଡ୍ୟାଙ୍କ ସହ ଦଳ ପାଇଁ ପ୍ରଥମ ଖୁସି ଖବର appeared first on Dharitri Odia News.