ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…
ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି। ୨୬ ବର୍ଷୀୟ କୋଟିଆନ ଭାରତ ‘ଏ’ ଦଳର ଅଷ୍ଟ୍ରେଲିଆ ଟୁର୍ର ଅଂଶବିଶେଷ ଥିଲେ। ଓ୍ବାଶିଂଟନ ସୁନ୍ଦରଙ୍କ ବିକଳ୍ପ ଖେଳାଳି ଭାବେ ତାଙ୍କୁ ନିଆଯାଇଛି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁଥିବା ଅବଶିଷ୍ଟ ୨ଟି ଟେଷ୍ଟରେ ଯଦି ଓ୍ବାଶିଂଟନ କିମ୍ବା ରବୀନ୍ଦ୍ର ଜାଡେଜା ଆଘାତପ୍ରାପ୍ତ ହୁଅନ୍ତି ତେବେ […] The post ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ… appeared first on Dharitri Odia News.
ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ ତାଙ୍କୁ ଦଳରେ ସାମିଲ କରାଯାଇଛି।
୨୬ ବର୍ଷୀୟ କୋଟିଆନ ଭାରତ ‘ଏ’ ଦଳର ଅଷ୍ଟ୍ରେଲିଆ ଟୁର୍ର ଅଂଶବିଶେଷ ଥିଲେ। ଓ୍ବାଶିଂଟନ ସୁନ୍ଦରଙ୍କ ବିକଳ୍ପ ଖେଳାଳି ଭାବେ ତାଙ୍କୁ ନିଆଯାଇଛି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁଥିବା ଅବଶିଷ୍ଟ ୨ଟି ଟେଷ୍ଟରେ ଯଦି ଓ୍ବାଶିଂଟନ କିମ୍ବା ରବୀନ୍ଦ୍ର ଜାଡେଜା ଆଘାତପ୍ରାପ୍ତ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଖେଳାଯାଇପାରେ ବୋଲି ବିସିସିଆଇର ଜଣେ କର୍ମକର୍ତ୍ତା ତାଙ୍କ ନାମ ଗୋପନ ସର୍ତ୍ତରେ ପ୍ରକାଶ କରିଛନ୍ତି।
The post ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ… appeared first on Dharitri Odia News.