ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ

ଖଜୁରୀପଡ଼ା ୨୩।୫( ବିଦୁର ବେହେରା): ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖଜୁରୀପଡ଼ା ଥାନା ଅନ୍ତର୍ଗତ ଟିଟ୍ରା ପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମରେ ଏହି ଘଟଣା ଘଟିଛି। ଗାଁରେ ଧୁମଧାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ସରିବା ପରେ ଗୁରୁବାର ଗ୍ରାମବାସୀ ବିସର୍ଜନ କରିବାକୁ ଯାଇଥିଲେ। ସେଠାରେ ନାରାୟଣ ଦିଗାଲଙ୍କ ୯ ବର୍ଷର ପୁଅ ବିମଳ ଦିଗାଲଙ୍କ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି […] The post ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ appeared first on Dharitri Odia News.

ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ

ଖଜୁରୀପଡ଼ା ୨୩।୫( ବିଦୁର ବେହେରା): ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖଜୁରୀପଡ଼ା ଥାନା ଅନ୍ତର୍ଗତ ଟିଟ୍ରା ପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମରେ ଏହି ଘଟଣା ଘଟିଛି।

ଗାଁରେ ଧୁମଧାମରେ ଅଷ୍ଟ ପ୍ରହର ନାମ ଯଜ୍ଞ ସରିବା ପରେ ଗୁରୁବାର ଗ୍ରାମବାସୀ ବିସର୍ଜନ କରିବାକୁ ଯାଇଥିଲେ। ସେଠାରେ ନାରାୟଣ ଦିଗାଲଙ୍କ ୯ ବର୍ଷର ପୁଅ ବିମଳ ଦିଗାଲଙ୍କ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖଜୁରୀପଡ଼ା ଥାନାରେ ଏକ ଅପମୃତ୍ୟୁ ମାମଲା(୧୦/୨୪)ରୁଜୁ ହୋଇଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

The post ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ appeared first on Dharitri Odia News.