ପେଟରେ ଇନ୍ଫେକ୍ସନ୍ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ…
ଅସନ୍ତୁଳିତ ଖାଦ୍ୟ ଖାଇବା, ଦୂଷିତ ପାଣି ପିଇବା କିମ୍ବା କୌଣସି ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ବେଳେବେଳେ ପେଟରେ ଇନ୍ଫେକ୍ସନ ହୋଇ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ କ’ଣ ଖାଇବା ଭଲ କ’ଣ ନୁହେଁ; ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଜାଣନ୍ତୁ ସେ ନେଇ କିଛି ଟିପ୍ସ ସମ୍ପର୍କରେ… * ଏକ ସର୍ବେକ୍ଷଣ ଅନୁଯାୟୀ, ଏହି ସମୟରେ ଦହି ହେଉ କିମ୍ବା ଛାଛ୍ ଖାଇବା ଶରୀର ପାଇଁ ଉପକାରୀ ହୋଇଥାଏ। ଏଥିରେ ଥିବା […] The post ପେଟରେ ଇନ୍ଫେକ୍ସନ୍ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ… appeared first on Dharitri Odia News.
ଅସନ୍ତୁଳିତ ଖାଦ୍ୟ ଖାଇବା, ଦୂଷିତ ପାଣି ପିଇବା କିମ୍ବା କୌଣସି ବ୍ୟାକ୍ଟେରିଆ ସଂସ୍ପର୍ଶରେ ଆସିବା ଦ୍ୱାରା ବେଳେବେଳେ ପେଟରେ ଇନ୍ଫେକ୍ସନ ହୋଇ ଖୁବ୍ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହି ସମୟରେ କ’ଣ ଖାଇବା ଭଲ କ’ଣ ନୁହେଁ; ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ରହିଥାନ୍ତି। ଜାଣନ୍ତୁ ସେ ନେଇ କିଛି ଟିପ୍ସ ସମ୍ପର୍କରେ…
* ଏକ ସର୍ବେକ୍ଷଣ ଅନୁଯାୟୀ, ଏହି ସମୟରେ ଦହି ହେଉ କିମ୍ବା ଛାଛ୍ ଖାଇବା ଶରୀର ପାଇଁ ଉପକାରୀ ହୋଇଥାଏ। ଏଥିରେ ଥିବା ପ୍ରୋବାୟୋଟିକ୍ସ ତତ୍ତ୍ୱ ପାଚନ ତନ୍ତ୍ରକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ। ତା’ସହିତ ଦହି ଶରୀରକୁ ସତେଜ ରଖେ।
* ପଇଡ଼ ପାଣି ବି ଏହି ସମୟରେ ପିଇପାରିବେ। ଏଥିରେ ଥିବା ଇଲେକ୍ଟ୍ରୋଲାଇଟ୍ସ ତତ୍ତ୍ୱ ବାନ୍ତି ତଥା ପତଳା ଝାଡ଼ା ସମସ୍ୟାରୁ କେତେକାଂଶରେ ମୁକ୍ତି ଦେଇଥାଏ। ଶରୀରକୁ ସତେଜ ଓ ସୁସ୍ଥ ରଖିବା ସହ ପାଚନ ତନ୍ତ୍ରକୁ ମଧ୍ୟ ଠିକ୍ କରିବାରେ ଏହା ଉପଯୋଗୀ ହୋଇଥାଏ।
* ସୁପ୍ ମଧ୍ୟ ପେଟ ଇନ୍ଫେକ୍ସନରୁ କେତେକାଂଶରେ ରକ୍ଷା କରିଥାଏ। ଅଧିକ ସୁଫଳ ପାଇଁ ସୁପ୍ରେ ପୁଦିନା/ ଅଦା/ ପାନମଧୁରୀରୁ କିଛି ମିଶାଇପାରିବେ। ଏଥିରେ ପ୍ରାକୃତିକ ଆଣ୍ଟି-ଅକ୍ସିଡାଣ୍ଟ ତଥା ଆଣ୍ଟି-ଇନ୍ଫ୍ଲେମେଟରୀ ଗୁଣ ଭରି ରହିଥିବାରୁ ଏହା ଶରୀର ପାଇଁ ଉପକାରୀ ହୋଇଥାଏ।
* ଏହି ସମୟରେ ଏମିତି ଫଳ ଓ ପରିବା ଖାଇବା ଦରକାର; ଯାହା ତାଜା ହେବା ସହ ଶୀଘ୍ର ହଜମ ହୋଇପାରୁଥିବ। ଯେମିତିକି କଦଳୀ, ଅଙ୍ଗୁର, କମଳା ଇତ୍ୟାଦି।
The post ପେଟରେ ଇନ୍ଫେକ୍ସନ୍ ହେଲେ କ’ଣ ଖାଇପାରିବେ, ଜାଣନ୍ତୁ… appeared first on Dharitri Odia News.