ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ ଆଧାରରେ ପୋଲିସ ବଳାତ୍କାର ମାମଲାରେ ଅଭିଯୁକ୍ତ ପାଟପୁର ଥାନା ଧର୍ମରାଜପୁରର ସାଗର ସ୍ବାଇଁ ଓରଫ ଶବର(୨୪)ଙ୍କୁ ଗିରଫ କରିଛି। ସାଗର ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ହୋଇଥିଲା। ପରେ ସାଗର ଛାତ୍ରୀଙ୍କୁ ଟାଉନ ଥାନା ଅନ୍ତର୍ଗତ ଏକ ସ୍କୁଲ ନିକଟରୁ ସୁରଟ […] The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର appeared first on Dharitri Odia News.

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ ଆଧାରରେ ପୋଲିସ ବଳାତ୍କାର ମାମଲାରେ ଅଭିଯୁକ୍ତ ପାଟପୁର ଥାନା ଧର୍ମରାଜପୁରର ସାଗର ସ୍ବାଇଁ ଓରଫ ଶବର(୨୪)ଙ୍କୁ ଗିରଫ କରିଛି।

ସାଗର ଏବଂ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ମଧ୍ୟରେ ସୋସିଆଲ ମିଡିଆରେ ପ୍ରେମ ସମ୍ପର୍କ ହୋଇଥିଲା। ପରେ ସାଗର ଛାତ୍ରୀଙ୍କୁ ଟାଉନ ଥାନା ଅନ୍ତର୍ଗତ ଏକ ସ୍କୁଲ ନିକଟରୁ ସୁରଟ ନେଇଯାଇଥିଲେ। ଝିଅ ଅପହରଣ ହୋଇଥିବା ନେଇ ବାପା ଗତ ୧ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୧୦୮/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଗରଙ୍କ ମୋବାଇଲ ଟ୍ରାକିଂ କରି ପୋଲିସର ଏକ ଟିମ୍‌ ସୁରଟରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା।

The post ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର appeared first on Dharitri Odia News.