ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଲାପରେ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି। ଏବଂ କାର୍ଯ୍ୟର ପ୍ରଥମ ଦିନରେ ହିଁ ଆଠ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁ ସୋ କଜ ନୋଟିସ ଜାରି କରିଛନ୍ତି l ଚନ୍ଦାହାଣ୍ଡି ସରପଞ୍ଚ ସଙ୍ଘ ତରଫରୁ ମଧ୍ୟ ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସୱାଗତ କରିବା […] The post ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା appeared first on Dharitri Odia News.

ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ ଦେଲାପରେ ସମସ୍ତ କର୍ମଚାରୀଙ୍କ ସହଯୋଗ କାମନା କରିଛନ୍ତି। ଏବଂ କାର୍ଯ୍ୟର ପ୍ରଥମ ଦିନରେ ହିଁ ଆଠ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଯୋଗୁ ସୋ କଜ ନୋଟିସ ଜାରି କରିଛନ୍ତି l ଚନ୍ଦାହାଣ୍ଡି ସରପଞ୍ଚ ସଙ୍ଘ ତରଫରୁ ମଧ୍ୟ ନୂତନ ବିଡ଼ିଓ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସୱାଗତ କରିବା ସହଦୀର୍ଘ ଦିନ ହେଲା ଚନ୍ଦାହାଣ୍ଡି ବ୍ଲକରେ ଉନ୍ନୟନମୂଳକ କାମ ଠପ ହୋଇ ପଡ଼ିଥିବାବେଳେ ଅଞ୍ଚଳର ବିକାଶ ତଥା ସାଧାରଣ ଲୋକେ କେମିତି ସରକାରୀ ସହାୟତା ହାତ ପାହାନ୍ତରେ ପାଇ ପାରିବେ ସେ ନେଇ ପଟ୍ଟନାୟକଙ୍କୁ ସହଯୋଗ କାମନା କରିଥିଲେ। ବିଡିଓ ମଧ୍ୟ ସମସ୍ତ ସରପଞ୍ଚ ଙ୍କ ସହଯୋଗ ହେଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l

ସୂଚନା ଥାଉ କି ବିଡ଼ିଓ ପଟ୍ଟନାୟକ ପୂର୍ବରୁ ଜଲାର କସାଗୁମଡା ତଥା ପଟାଙ୍ଗୀ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାମ କରି କମ ଦିନ ଭିତରେ ଲୋକଙ୍କୁ ସୁଭିଧା ଯୋଗେଇ ଜିଲ୍ଲା ତଥା ରାଜ୍ୟ ସ୍ତରରେ ନାମ ଥିବା ଯୋଗୁସମସ୍ତ ସରପଞ୍ଚ ଏବଂ ଅଞ୍ଚଳ ବାସି ମଧ୍ୟ ଦୃଢ଼ ବିଶ୍ୱାସ ରଖିଥିବା ଦେଖିବାକୁ ମିଳିଛି। ଏହି ଅବସରରେ ଜିଲ୍ଲା ସରପଞ୍ଚ ସଭାପତି ଜଳନ୍ଧର ମାଝୀ l ଚନ୍ଦାହାଣ୍ଡି ସରପଞ୍ଚ ଗଞ୍ଜେଶ୍ବରୀ ପୂଜାରୀ, ଦୁଲଭ ପୂଜାରୀ, କୃଷ୍ଣ ଯାନୀ, ଚନ୍ଦ୍ରିକା ଧୂରୁଆ, ଚନ୍ଦ୍ରିକା ମରେଈଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ.

The post ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା appeared first on Dharitri Odia News.