କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତା ଜଣଙ୍କ ହେଲେ ସେହି ଗ୍ରାମର ରୁନୁ ଜେନା। ରୁନୁଙ୍କ ଦିଅର ବିଜୟ ଜେନା ଆହତ ହୋଇ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଉଭୟେ ଜମିରେ ରାଶି ଅମଳ କରୁଥିଲା ବେଳେ ରୁନୁ ବଜ୍ରପାତରେ ଟଳି […] The post କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ… appeared first on Dharitri Odia News.

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ…

ଆସିକା,୧୯ା୫(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଳା କୋଟିନଡା ଥାନା ଅନ୍ତର୍ଗତ ହୁମୁକି ଗ୍ରାମରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି। ମୃତା ଜଣଙ୍କ ହେଲେ ସେହି ଗ୍ରାମର ରୁନୁ ଜେନା। ରୁନୁଙ୍କ ଦିଅର ବିଜୟ ଜେନା ଆହତ ହୋଇ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଉଭୟେ ଜମିରେ ରାଶି ଅମଳ କରୁଥିଲା ବେଳେ ରୁନୁ ବଜ୍ରପାତରେ ଟଳି ପଡ଼ିଥିବା ବେଳେ ବିଜୟ ଆହତ ହୋଇଥିଲେ। କୋଟିନଡା ପୋଲିସ ରୁନୁଙ୍କ ମୃତଦେହକୁ ଜବତ କରିଛି । ଏ ନେଇ କୋଟିନଡା ଥାନାରେ ୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

The post କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ବଜ୍ରପାତରେ… appeared first on Dharitri Odia News.