ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ

ମେଲ୍‌ବୋର୍ନ,୧୨।୩: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ(୩୬)ବୋଲି ଜଣାପଡିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଚୈତନ୍ୟାଙ୍କ ସ୍ବାମୀ ଭାରତ ଫେରି ଆସିଥିବା ଜଣାପଡିଛି। ମାର୍ଚ୍ଚ ୯ତାରିଖରେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ପରେ ମହିଳାଙ୍କ ପରିବାରକୁ ଲୋକଙ୍କୁ ସୂଚନା ଦିଆଯାଇଥିଲା […] The post ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ appeared first on Dharitri Odia News.

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ

ମେଲ୍‌ବୋର୍ନ,୧୨।୩: ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ଏକ ରାସ୍ତା କଡ଼ ଅଳିଆ ଗଦାରୁ ଜଣେ ଭାରତୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲିଆ ପୋଲିସ ଜବତ କରିଛି। ମୃତ ମହିଳା ଜଣକ ହାଇଦ୍ରାବାଦର ଚୈତନ୍ୟା ମଧଗାନୀ(୩୬)ବୋଲି ଜଣାପଡିଛି। ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଚୈତନ୍ୟାଙ୍କ ସ୍ବାମୀ ଭାରତ ଫେରି ଆସିଥିବା ଜଣାପଡିଛି।

ମାର୍ଚ୍ଚ ୯ତାରିଖରେ ମୃତଦେହ ମିଳିବା ପରେ ପୋଲିସ ତଦନ୍ତ ପରେ ମହିଳାଙ୍କ ପରିବାରକୁ ଲୋକଙ୍କୁ ସୂଚନା ଦିଆଯାଇଥିଲା । କିଛି ବର୍ଷ ହେବ ଚୈତନ୍ୟା ହାଇଦ୍ରାବାଦରେ ସ୍ବାମୀ ଏବଂ ପୁଅଙ୍କ ସହ ଭିକ୍ଟୋରିଆ ସହରରେ ରହି ଆସୁଥିଲେ ।

ସୂଚନା ଯୋଗ୍ୟ, ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ମାରପିଟ କରୁଥିବା ଜଣାପଡିଛି। ଅନ୍ୟପକ୍ଷେ ମୃତଦେହ ଭାରତ ଆଣିବାକୁ ଚୈତନ୍ୟାଙ୍କ ମା’ ବାପା ଭାରତୀୟ ବୈଦେଶିକମନ୍ତ୍ରାଳୟ ନିକଟରେ ନିବେଦନ କରିଛନ୍ତି।

The post ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା: ମୃତଦେହ ଫେରାଇ ଆଣିବାକୁ ମା’ବାପାଙ୍କ ନିବେଦନ appeared first on Dharitri Odia News.