ଅସଲ ‘ପରଜୀବୀ’ ବିଜେପି, ଅନେକ ଆଞ୍ଚଳିକ ଦଳକୁ ଗିଳିଯାଇଛି: ଜୟରାମ ରମେଶ

ନୂଆଦିଲ୍ଲୀ ୪।୭: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରଜୀବୀ’ ଟିପ୍ପଣୀର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଦେଖିବାକୁ ଗଲେ ଅସଲ ପରଜୀବୀ ବିଜେପି। କାରଣ ଏପର୍ଯ୍ୟନ୍ତ ଦଳର ଇତିହାସରୁ ଯାହା ଜଣାପଡୁଛି ଏହି ଦଳ ଅନେକ ଆଞ୍ଚଳିକ ଦଳକୁ ସମାପ୍ତ କରିଦେଇଛି। ବିଶେଷ ସଂସଦ ଅଧିବେଶନ ସମାପନ ପରେ ଗଣମାଧ୍ୟମ ସହ ଆଲୋଚନାରେ ସେ ଏହା କହିଛନ୍ତି। ରମେଶ କହିଛନ୍ତି ଯେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେସନରେ ଏହା ଦେଖା ଯାଇଛି ଯେ ‘ଇଣ୍ଡିଆ’ ମେଣ୍ଟ ନାମରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ଅଧିବେଶନ ଆରମ୍ଭ ହେବା ଆଗରୁ ‘ସର୍ବସମ୍ମତି’ର କଥା କହୁଥିଲେ। ହେଲେ ଗୃହରେ ସେ ‘ମୁକାବିଲା’ର ରାସ୍ତା ବାଛିଛନ୍ତି। ତେବେ ଅଷ୍ଟାଦଶ ଲୋକସଭା ଆରମ୍ଭରେ ଲୋକସଭା ଓ ରାଜ୍ୟସଭାରେ ଦୁଇଟି କଥା ଦେଖିବାକୁ ମିଳିଛି ବୋଲି ରମେଶ କହିଛନ୍ତି। ସେ କହିଛନ୍ତି ଯେ ଏଥିରୁ ଗୋଟିଏ ‘ଇଣ୍ଡିଆ’ ମେଣ୍ଟ ନାମରେ ନୂଆ ତଥା ଆକ୍ରମକ ପୁନର୍ଜୀବିତ ବିରୋଧୀ ଦଳର ଉତ୍ପତି ହୋଇଛି, ଯାହା ଗଣତନ୍ତ୍ରରେ ନିହାତି ଆବଶ୍ୟକ। ଅପରପଟେ ଆମେ ନନ୍ ବାୟୋଲଜିକାଲ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଓ ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖୁ ନାହୁଁ। କଂଗ୍ରେସ ନେତା କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରିଣାମ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତେ ବ୍ୟକ୍ତିଗତ, ରାଜନୈତିକ ଓ ନୈତିକ ହାର ମଧ୍ୟ ଥିଲା। ହେଲେ

ଅସଲ ‘ପରଜୀବୀ’ ବିଜେପି, ଅନେକ ଆଞ୍ଚଳିକ ଦଳକୁ ଗିଳିଯାଇଛି: ଜୟରାମ ରମେଶ

ନୂଆଦିଲ୍ଲୀ ୪।୭: କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରଜୀବୀ’ ଟିପ୍ପଣୀର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଦେଖିବାକୁ ଗଲେ ଅସଲ ପରଜୀବୀ ବିଜେପି। କାରଣ ଏପର୍ଯ୍ୟନ୍ତ ଦଳର ଇତିହାସରୁ ଯାହା ଜଣାପଡୁଛି ଏହି ଦଳ ଅନେକ ଆଞ୍ଚଳିକ ଦଳକୁ ସମାପ୍ତ କରିଦେଇଛି। ବିଶେଷ ସଂସଦ ଅଧିବେଶନ ସମାପନ ପରେ ଗଣମାଧ୍ୟମ ସହ ଆଲୋଚନାରେ ସେ ଏହା କହିଛନ୍ତି। 

ରମେଶ କହିଛନ୍ତି ଯେ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେସନରେ ଏହା ଦେଖା ଯାଇଛି ଯେ ‘ଇଣ୍ଡିଆ’ ମେଣ୍ଟ ନାମରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ଅଧିବେଶନ ଆରମ୍ଭ ହେବା ଆଗରୁ ‘ସର୍ବସମ୍ମତି’ର କଥା କହୁଥିଲେ। ହେଲେ ଗୃହରେ ସେ ‘ମୁକାବିଲା’ର ରାସ୍ତା ବାଛିଛନ୍ତି। ତେବେ ଅଷ୍ଟାଦଶ ଲୋକସଭା ଆରମ୍ଭରେ ଲୋକସଭା ଓ ରାଜ୍ୟସଭାରେ ଦୁଇଟି କଥା ଦେଖିବାକୁ ମିଳିଛି ବୋଲି ରମେଶ କହିଛନ୍ତି। 

ସେ କହିଛନ୍ତି ଯେ ଏଥିରୁ ଗୋଟିଏ ‘ଇଣ୍ଡିଆ’ ମେଣ୍ଟ ନାମରେ ନୂଆ ତଥା ଆକ୍ରମକ ପୁନର୍ଜୀବିତ ବିରୋଧୀ ଦଳର ଉତ୍ପତି ହୋଇଛି, ଯାହା ଗଣତନ୍ତ୍ରରେ ନିହାତି ଆବଶ୍ୟକ। ଅପରପଟେ ଆମେ ନନ୍ ବାୟୋଲଜିକାଲ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଓ ବ୍ୟବହାରରେ କୌଣସି ପରିବର୍ତ୍ତନ ଦେଖୁ ନାହୁଁ। କଂଗ୍ରେସ ନେତା କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ପରିଣାମ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତେ ବ୍ୟକ୍ତିଗତ, ରାଜନୈତିକ ଓ ନୈତିକ ହାର ମଧ୍ୟ ଥିଲା। ହେଲେ ସଂସଦକୁ ସେ ଯେଉଁ ପ୍ରକାର ସଞ୍ଚାଳିତ କରିବାକୁ ଅନୁମତି ଦେଇଛନ୍ତି ଏଥିରୁ ଏହା ପ୍ରତିଫଳିତ ହେଉ ନାହିଁ। 

ଏହା ଛଡା ମୋଦିଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ହେବ ସେ କଥାକୁ କଂଗ୍ରେସ ନେତା ଅସ୍ୱୀକାର କରିଦେଇଛନ୍ତି। ହେଲେ ଏ କଥା ମଧ୍ୟ କହିଛନ୍ତି ଯେ ବିରୋଧୀ ଆକ୍ରମକ ଓ ସକ୍ରିୟ ହେବାକୁ ଯାଉଛନ୍ତି। ରମେସ କହିଛନ୍ତି ଯେ ଆମେ ଆଶା କରିବା ଯେ ସରକାରଙ୍କୁ ଏହା ଅନୁଭବ ହେବା ଦରକର ଏହା ଏକ ମେଣ୍ଟ ସରକାର ପାଇଁ ଜନାଦେଶ। ଏହା ଲୋକଙ୍କୁ ସାଥୀରେ ନେଇ ଚାଲିବାକୁ ଜନାଦେଶ, ଯେଉଁମାନେ ଏନଡିଏର ଅଂଶବିଶେଷ ନୁହନ୍ତି ସେମାନଙ୍କୁ ବି ଶୁଣିବାକୁ ବି ଏହି ଜନାଦେଶ ବୋଲି ରମେଶ କହିଛନ୍ତି। 

ସେହିପରି ପ୍ରଧାନମନ୍ତ୍ରୀଙ୍କ ପରଜୀବୀ ବୟାନକୁ ନେଇ ରମେଶ କହିଛନ୍ତି ଯେ ପୁରା ଅଧିବେଶନ କାଳରେ ବିଜୁ ଜନତା ଦଳ ଇଣ୍ଡିଆ ମେଣ୍ଟ ସହିତ ଛିଡା ହୋଇଥିବାର ଦେଖାଯାଇଛି। ଏଣୁ ଯଦି କେଉଁ ପାର୍ଟି ପରଜୀବୀ ତାହା ହେଉଛି ବିଜେପି ବୋଲି ରମେଶ କହିଛନ୍ତି। ସେହିପରି ଲୋକସଭାରେ ବିରୋଧୀ ଦଳ ନେତାଙ୍କ ହିନ୍ଦୁ ଧର୍ମ ସମ୍ପର୍କିତ ଟିପ୍ପଣୀକୁ ବିଜେପି ମୋଡାମକଚା କରିବାକୁ ପୁରା ଚେଷ୍ଟା କରିଥିଲା ବୋଲି କହିଛନ୍ତି। ତେବେ ବିରୋଧୀ ଦଳ ନେତା ଗୃହରେ ବିଜେପି ହିନ୍ଦୁ ଧର୍ମର ଠିକାଦାର ହୋଇ ନପାରେ ବୋଲି କହିଥିଲେ। 

ସେହିପରି ଗୃହରେ ପ୍ରଧାନମନ୍ତ୍ରୀ ରାହୁଲ ଗାନ୍ଧିଙ୍କୁ ‘ବାଳକ ବୁଦ୍ଧି’ ବୋଲି କହିବା ପ୍ରସଙ୍ଗରେ ରମେଶ କହିଛନ୍ତି ଯେ ଏ କଥା କହିବା ପୂର୍ବରୁ ତାଙ୍କୁ ଜଣାଥିବା ଦରକାର ଥିଲା ଯେ ବାଳକ ପ୍ରହ୍ଲାଦ ହିରଣ୍ୟକସ୍ୟପ ସହିତ କଣ କରିଥିଲା। କଂଗ୍ରେସ ନେତା ଏହି ଦାବି ମଧ୍ୟ କରିଛନ୍ତି ଯେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅଗ୍ନିପଥ ଯୋଜନାକୁ ନେଇ ସଂସଦରେ ମିଛ କହିଛନ୍ତି। ଅନ୍ୟପଟେ ରାହୁଲ ଯାହା କହିଛନ୍ତି ସେଥିରେ ସତ୍ୟତା ଥିବା ରମେଶ କହିଛନ୍ତି।