ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ 

ଖୋର୍ଦ୍ଧା,୫।୪(ପ୍ରଭାତ ପାଣିଗ୍ରାହୀ): ମୁଁ ରାମଚନ୍ଦ୍ର ବଡ଼ଜେନା। ମୋ ଘର କୁମ୍ଭାରବସ୍ତ। ମୋ ସ୍ତ୍ରୀ ପାଇଁ  ମୁଁ ଆଜି ସୁଇସାଇଡ୍‌ କରୁଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ। ତେବେ ରାମଚନ୍ଦ୍ରଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ସହ ସ୍ତ୍ରୀଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ମଧ୍ୟ ଭାଇରାଲ […] The post ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ  appeared first on Dharitri Odia News.

ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ 
ଖୋର୍ଦ୍ଧା,୫।୪(ପ୍ରଭାତ ପାଣିଗ୍ରାହୀ): ମୁଁ ରାମଚନ୍ଦ୍ର ବଡ଼ଜେନା। ମୋ ଘର କୁମ୍ଭାରବସ୍ତ। ମୋ ସ୍ତ୍ରୀ ପାଇଁ  ମୁଁ ଆଜି ସୁଇସାଇଡ୍‌ କରୁଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରି ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ। ତେବେ ରାମଚନ୍ଦ୍ରଙ୍କ ଆତ୍ମହତ୍ୟା ପୂର୍ବର ଭିଡିଓ ସହ ସ୍ତ୍ରୀଙ୍କ ସହ ତାଙ୍କ କଥାବାର୍ତ୍ତାର ଏକ ଅଡ଼ିଓ ମଧ୍ୟ ଭାଇରାଲ ହେଉଛି। ଅଡିଓରେ ସ୍ତ୍ରୀ ତାଙ୍କୁ ‘ଆହୁରି ମରିନ’ ବୋଲି କହୁଥିବା ଦେଖାଯାଉଛି। ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାନୁଯାୟୀ, ଶୁକ୍ରବାର ରାତିରେ  ଜଙ୍କିଆ ଥାନା ଅନ୍ତର୍ଗତ ନରଣଗଡ଼ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ରାମଚନ୍ଦ୍ରଙ୍କର ବୋଲି ଜଣାପଡିଥିଲା। ପରେ ମୃତଦେହକୁ ରାମଚନ୍ଦ୍ରଙ୍କ ପରିବାରଲୋକେ ଚିହ୍ନଟ କରିଥିଲେ।
ରାମଚନ୍ଦ୍ର  ଜଙ୍କିଆ ଥାନା ଅଞ୍ଚଳରେ ବିବାହ କରିଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଗତ କିଛି ବର୍ଷ ଦାମ୍ପତ୍ୟ ଜୀବନ ସୁରୁଖୁରୁରେ ଚାଲିବା ପରେ କଳହ ବଢ଼ିଚାଲିଥିଲା। ଶେଷରେ ସ୍ତ୍ରୀଙ୍କ ନିର୍ଯାତନା ଅସହ୍ୟ ହେଉଥିବା ଦର୍ଶାଇ ମୋବାଇଲରେ ଏକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ ରାମଚନ୍ଦ୍ର। ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଖବର ପାଇ ରେଳ ବିଭାଗ ପୋଲିସ ଏବଂ ଜଙ୍କିଆ ଥାନା ମୃତଦେହ ଜବତ କରିଛି।
ଅପରପକ୍ଷେ ମୃତ ରାମଚନ୍ଦ୍ରଙ୍କ ମା’ବାପା ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। ସେମାନେ ପରିବାରର ଅନ୍ୟ ସଦସ୍ୟ ଏବଂ ସମ୍ପର୍କୀୟଙ୍କ ସହ ମିଶି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ମୃତ ଯୁବକଙ୍କ ମା’ଙ୍କଠାରୁ ଅଭିଯୋଗ ଗ୍ରହଣ କରି ଏକ ମାମଲା(୮୫/୨୫) ରୁଜୁ କରିଛି। ଘଟଣାରେ ଶାଶୁ ଏବଂ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

The post ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଟ୍ରେନ୍‌ ଆଗକୁ ଡେଇଁଲେ ଯୁବକ  appeared first on Dharitri Odia News.