ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି। ସକାଳ ୮ଟାରୁ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୪୦ ପାଖାପାଖି ହୋଇଯାଉଛି। ଆଉ ୧୧ଟା ପରେ ୪୦ ପାର୍‌ ହୋଇଯାଉଛି। ବିଶେଷ ରାଜଧାନୀ ଭୁବନେଶ୍ୱର ଅଧିକ ତାତି ଅନୁଭୂତ ହେଉଛି। କଂକ୍ରିଟ ରାସ୍ତା ସାଙ୍ଗକୁ କୋଠାଘର ଲୋକଙ୍କ ଜନଜବୀନ ଅସ୍ତବ୍ୟସ୍ତ କରିଦେଲାଣି। ଆସନ୍ତା ମେ’ ୧ ପର୍ଯ୍ୟନ୍ତ ଏହିଭଳି […] The post ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା appeared first on Dharitri Odia News.

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି। ସକାଳ ୮ଟାରୁ ବି ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୪୦ ପାଖାପାଖି ହୋଇଯାଉଛି। ଆଉ ୧୧ଟା ପରେ ୪୦ ପାର୍‌ ହୋଇଯାଉଛି। ବିଶେଷ ରାଜଧାନୀ ଭୁବନେଶ୍ୱର ଅଧିକ ତାତି ଅନୁଭୂତ ହେଉଛି। କଂକ୍ରିଟ ରାସ୍ତା ସାଙ୍ଗକୁ କୋଠାଘର ଲୋକଙ୍କ ଜନଜବୀନ ଅସ୍ତବ୍ୟସ୍ତ କରିଦେଲାଣି। ଆସନ୍ତା ମେ’ ୧ ପର୍ଯ୍ୟନ୍ତ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଫଳରେ ଲୋକଙ୍କ ମନରେ ଛାନିଆ ବି ପଶିଗଲାଣି। ଆହୁରି ତିନିଦିନ କିପରି ଏହି ଗ୍ରୀଷ୍ମ ପ୍ରବାହକୁ ସାମ୍ନା କରିବେ ସେ ନେଇ ଲୋକେ ଚିନ୍ତିତ ହେଲେଣି।
ସେପଟେ ରବିବାର ୨୭ ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ୧୨ ସହରରେ ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଅନୁଗୋଳରେ ସର୍ବାଧିକ ୪୪.୩ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବୌଦ୍ଧରେ ୪୪.୧, ବାରିପଦାରେ ୪୪, ନୟାଗଡ଼, କଟକରେ ୪୩.୭, ଢେଙ୍କାନାଳ ୪୩.୬, ତାଳଚେର, ଟିଟିଲାଗଡ଼, ମାଲକାନଗିରିରେ ୪୩.୫, ବଲାଙ୍ଗୀର ୪୩.୩, ଭୁବନେଶ୍ୱର ୪୩.୨, ଭବାନିପାଟଣା ୪୩, ପାରଳାଖେମୁଣ୍ଡି ୪୨.୮, କେନ୍ଦୁଝର ୪୨.୭, ଯାଜପୁର ୪୨.୫, କେନ୍ଦ୍ରାପଡ଼ା ୪୨.୪, ଚାନ୍ଦବାଲି ୪୨.୨, ଜଗତସିଂହପୁର, ଚାନ୍ଦବାଲି ୪୨.୨, ଜଗତସିଂପହୁର, ଭଦ୍ରକ ୪୨, ଖୋଦ୍ଧା ୪୧.୫, ବାଲେଶ୍ୱର ୪୧.୪, ସୋନପୁର ୪୧.୩, ନୂଆପଡ଼ା, ଫୁଲବାଣୀରେ ୪୧.୨, ଛତ୍ରପୁର ୪୦, ରାଉରକେଲା ୪୦.୬୬, ରାୟଗଡ଼ାରେ ୪୦.୪ଡିଗ୍ରୀ ରହିଥିଲା।

The post ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା appeared first on Dharitri Odia News.