ଅସାବଧାନତାରୁ ଜୀବନ ଗଲା, ପାଣି କୁଣ୍ଡରେ ପଡି ଶିଶୁ ମୃତ

ଉଦଳା୧୫/୪: ଟିକିଏ ଅସାବଧାନତା ହେଲା କାଳ । ପାଣି କୁଣ୍ଡରେ ପଡି ୧୩ ମାସ ଶିଶୁର ଜୀବନ ଯାଇଛି । ଉଦଳା ବହୁବନ୍ଧ କଲୋନୀ ସାହିରେ ଘଟିଛି ହୃଦୟ ବିଦାରକ ଘଟଣା । ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର ମୋଚିରାମ ହୋଙ୍କ ପୁଅ ବିକାଶ । ରବିବାର ସଂଧ୍ୟାରେ ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବାବେଳେ ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ଘର ନିକଟରେ ଥିବା ଟିୱେଲ ପାଖକୁ ଚାଲିଯାଇଥିଲା । ଆଉ ସେଠାରେ ରଖାଯାଇଥିବା ପାଣି ଭର୍ତ୍ତି  କୁଣ୍ଡରେ ପଡିଯାଇଥିଲା । ଘର ଲୋକ ବହୁ ଖୋଜା ପରେ ପୁଅକୁ ପାଇନଥିଲେ ପରିବାର ଲୋକ । ଶେଷରେ ପାଣି କୁଣ୍ଡରୁ ପୁଅକୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । 

ଅସାବଧାନତାରୁ ଜୀବନ ଗଲା, ପାଣି କୁଣ୍ଡରେ ପଡି ଶିଶୁ ମୃତ

ଉଦଳା୧୫/୪: ଟିକିଏ ଅସାବଧାନତା ହେଲା କାଳ । ପାଣି କୁଣ୍ଡରେ ପଡି ୧୩ ମାସ ଶିଶୁର ଜୀବନ ଯାଇଛି । ଉଦଳା ବହୁବନ୍ଧ କଲୋନୀ ସାହିରେ ଘଟିଛି ହୃଦୟ ବିଦାରକ ଘଟଣା । ମୃତ ଶିଶୁ ସ୍ଥାନୀୟ ଅଞ୍ଚଳର ମୋଚିରାମ ହୋଙ୍କ ପୁଅ ବିକାଶ । ରବିବାର ସଂଧ୍ୟାରେ ମୋଚିରାମଙ୍କ ସ୍ତ୍ରୀ ଘର କାମରେ ବ୍ୟସ୍ତ ଥିବାବେଳେ ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ଘର ନିକଟରେ ଥିବା ଟିୱେଲ ପାଖକୁ ଚାଲିଯାଇଥିଲା । ଆଉ ସେଠାରେ ରଖାଯାଇଥିବା ପାଣି ଭର୍ତ୍ତି  କୁଣ୍ଡରେ ପଡିଯାଇଥିଲା । 


ଘର ଲୋକ ବହୁ ଖୋଜା ପରେ ପୁଅକୁ ପାଇନଥିଲେ ପରିବାର ଲୋକ । ଶେଷରେ ପାଣି କୁଣ୍ଡରୁ ପୁଅକୁ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।