ଅସୁବିଧାରେ ଦିବ୍ୟାଙ୍କା ତ୍ରିପାଠୀ ! ଇଟାଲୀ ପ୍ରଧାନମନ୍ତ୍ରୀଙ୍କଠାରୁ ସାହାଯ୍ୟ ମାଗିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୧୩।୦୭: ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । କିଛି ଦିନ ତଳେ ସେ ଇଟାଲୀରେ ହୋଇଥିଲେ ଡକାୟତିର ଶିକାର । ସୋଶିଆଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ଏନେଇ ସେ ଜଣାଇଥିଲେ । ସେ କହିଛନ୍ତି କି ତାଙ୍କର ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଚୋରି ହୋଇଯାଇଛି । ଦମ୍ପତିଙ୍କ ପର୍ସ, ପାସପୋର୍ଟ ଏବଂ ସେମାନଙ୍କର ସମସ୍ତ ସପିଂ ଜିନିଷ ମଧ୍ୟ ଚାଲିଯାଇଛି । ବର୍ତ୍ତମାନ ଏହି ନେଇ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ସହାୟତା ମାଗିଛନ୍ତି ଦିବ୍ୟାଙ୍କା । ଇଟାଲୀରେ ଡକାୟତି ନେଇ ସୋଶିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି। ସେ କହିଛନ୍ତି କି ସହରରେ ବୁଲୁଥିବା ସମୟରେ ତାଙ୍କ ପାସପୋର୍ଟ, ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଥିବା ବ୍ୟାଗ ଚୋରି ହୋଇ ଯାଇଛି । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଏଠାରେ ଯିବା ଆସିବା କରିବାକୁ ମଧ୍ୟ କଷ୍ଟକର ହେଉଛି ।ଦିବ୍ୟାଙ୍କା ଟୁଇଟ୍ କରି ଲେଖିଛନ୍ତି - 'ପ୍ରିୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆମେ ଖୁସିରେ ଇଟାଲୀ ଗସ୍ତରେ ଯାଇଥିଲୁ, ଯେପର୍ଯ୍ୟନ୍ତ ଆମର ଲୁଟ୍ ହୋଇନଥିଲା। ଆମେ ପୋଲିସକୁ ସୂଚନା ଦେଇଥିଲୁ। କିନ୍ତୁ ଏଠାରେ ଲୁଟ୍ ଘଟଣା ଏତେ ହାଲୁକା ଭାବେ ନିଆଯାଉଛି ଯେ, ଆମେ ଜିନିଷ ପାଇବାର ଆଶା ହରାଇଛୁ । ବର୍ତ୍ତମାନ ମୁଁ ଏବଂ ମୋ ପରିବାର ଲୋକେ ଆଗକୁ ଇଟାଲୀକୁ ଆସିବାକୁ ସାହସ କେମିତି କରିବୁ ? ଖବର ଅନୁଯାୟୀ ଜୁଲାଇ ୮ରେ ଦମ୍ପତ

ଅସୁବିଧାରେ ଦିବ୍ୟାଙ୍କା ତ୍ରିପାଠୀ ! ଇଟାଲୀ ପ୍ରଧାନମନ୍ତ୍ରୀଙ୍କଠାରୁ ସାହାଯ୍ୟ ମାଗିଲେ ଅଭିନେତ୍ରୀ

ନୂଆଦିଲ୍ଲୀ ୧୩।୦୭: ଟିଭି ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ । କିଛି ଦିନ ତଳେ ସେ ଇଟାଲୀରେ ହୋଇଥିଲେ ଡକାୟତିର ଶିକାର । ସୋଶିଆଲ୍‌ ମିଡିଆ ସାଇଟ୍‌ ଇନଷ୍ଟାଗ୍ରାମରେ ଏନେଇ ସେ ଜଣାଇଥିଲେ । ସେ କହିଛନ୍ତି କି ତାଙ୍କର ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ଚୋରି ହୋଇଯାଇଛି । ଦମ୍ପତିଙ୍କ ପର୍ସ, ପାସପୋର୍ଟ ଏବଂ ସେମାନଙ୍କର ସମସ୍ତ ସପିଂ ଜିନିଷ ମଧ୍ୟ ଚାଲିଯାଇଛି । ବର୍ତ୍ତମାନ ଏହି ନେଇ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ସହାୟତା ମାଗିଛନ୍ତି ଦିବ୍ୟାଙ୍କା । 

ଇଟାଲୀରେ ଡକାୟତି ନେଇ ସୋଶିଆଲ୍‌ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଛନ୍ତି। ସେ କହିଛନ୍ତି କି ସହରରେ ବୁଲୁଥିବା ସମୟରେ ତାଙ୍କ ପାସପୋର୍ଟ, ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଥିବା ବ୍ୟାଗ ଚୋରି ହୋଇ ଯାଇଛି । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ଏଠାରେ ଯିବା ଆସିବା କରିବାକୁ ମଧ୍ୟ କଷ୍ଟକର ହେଉଛି ।

ଦିବ୍ୟାଙ୍କା ଟୁଇଟ୍ କରି ଲେଖିଛନ୍ତି - 'ପ୍ରିୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଆମେ ଖୁସିରେ ଇଟାଲୀ ଗସ୍ତରେ ଯାଇଥିଲୁ, ଯେପର୍ଯ୍ୟନ୍ତ ଆମର ଲୁଟ୍ ହୋଇନଥିଲା। ଆମେ ପୋଲିସକୁ ସୂଚନା ଦେଇଥିଲୁ। କିନ୍ତୁ ଏଠାରେ ଲୁଟ୍ ଘଟଣା ଏତେ ହାଲୁକା ଭାବେ ନିଆଯାଉଛି ଯେ, ଆମେ ଜିନିଷ ପାଇବାର ଆଶା ହରାଇଛୁ । 

ବର୍ତ୍ତମାନ ମୁଁ ଏବଂ ମୋ ପରିବାର ଲୋକେ ଆଗକୁ ଇଟାଲୀକୁ ଆସିବାକୁ ସାହସ କେମିତି କରିବୁ ? ଖବର ଅନୁଯାୟୀ ଜୁଲାଇ ୮ରେ ଦମ୍ପତି ନିଜର ୮ମ ବିବାହ ବାର୍ଷିକୀ ପାଳନ କରିବାକୁ ଇଟାଲୀ ଗସ୍ତରେ ଯାଇଥିଲେ। କିନ୍ତୁ ଏଠାରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଡକାୟତିର ଶିକାର ହୋଇଥିଲେ ।