ଅସୁରକ୍ଷିତ ସେତୁରେ ଯାତ୍ରା
ପ୍ରୀତିପୁର,୨୨ା୧୨(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅଧୀନ ବାଙ୍ଗରା ପଞ୍ଚାୟତର ବେଙ୍ଗାନାଳ ଉପରେ ଥିବା ସେତୁ ଅସୁରକ୍ଷିତ ହୋଇପଡ଼ିଛି। ହେଲେ ଏହି ସେତୁରେ ଲୋକେ ବାଧ୍ୟହୋଇ ଯାତାୟାତ କରୁଛନ୍ତି। ସେତୁଟି ଐତିହାସିକ ଶୈବପୀଠ ବାବା ମୁକ୍ତେଶର ମହାଦେବ ମନ୍ଦିର ସନ୍ନିକଟରେ ଅବସ୍ଥିତ। ନିର୍ମାଣ ଜନିତ ତ୍ରୁଟି ଯୋଗୁ ଏହାର ଗୋଟିଏ ପିଲାର ଦବିଯାଇଛି। ଫଳରେ ସେତୁଟି ମଝିରୁ ପ୍ରାୟ ୪/୫ ଫୁଟ ତଳକୁ ଦବିଯାଇ ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ ରହିଛି। ପ୍ରତିଦିନ ଏହି ସେତୁଦେଇ କେନ୍ଦ୍ରାପଡ଼ା ଓ ଯାଜପୁର […] The post ଅସୁରକ୍ଷିତ ସେତୁରେ ଯାତ୍ରା appeared first on Dharitri Odia News.
ପ୍ରୀତିପୁର,୨୨ା୧୨(ସୁଶାନ୍ତ ବେହୁରିଆ): ବିଞ୍ଝାରପୁର ବ୍ଲକ ଅଧୀନ ବାଙ୍ଗରା ପଞ୍ଚାୟତର ବେଙ୍ଗାନାଳ ଉପରେ ଥିବା ସେତୁ ଅସୁରକ୍ଷିତ ହୋଇପଡ଼ିଛି। ହେଲେ ଏହି ସେତୁରେ ଲୋକେ ବାଧ୍ୟହୋଇ ଯାତାୟାତ କରୁଛନ୍ତି। ସେତୁଟି ଐତିହାସିକ ଶୈବପୀଠ ବାବା ମୁକ୍ତେଶର ମହାଦେବ ମନ୍ଦିର ସନ୍ନିକଟରେ ଅବସ୍ଥିତ। ନିର୍ମାଣ ଜନିତ ତ୍ରୁଟି ଯୋଗୁ ଏହାର ଗୋଟିଏ ପିଲାର ଦବିଯାଇଛି। ଫଳରେ ସେତୁଟି ମଝିରୁ ପ୍ରାୟ ୪/୫ ଫୁଟ ତଳକୁ ଦବିଯାଇ ବର୍ତ୍ତମାନ ବିପଦସଂକୁଳ ଅବସ୍ଥାରେ ରହିଛି। ପ୍ରତିଦିନ ଏହି ସେତୁଦେଇ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲାର ଲୋକେ ଯାତାୟାତ କରିବା ସହିତ ଶ୍ରଦ୍ଧାଳୁ ମୁକ୍ତେଶର ମହାଦେବ ପୀଠକୁ ଆସନ୍ତି। ସେତୁର ଗୋଟିଏ ପାର୍ଶ୍ୱ ଯାଜପୁର ଜିଲା ବାଙ୍ଗରା ପଞ୍ଚାୟତକୁ ସଂଯୋଗ କରୁଥିବାବେଳେ ଅନ୍ୟ ପାର୍ଶ୍ୱ ସେହି ପଞ୍ଚାୟତର କଣ୍ଟିତର, କୁସୁନପୁର, ଗୁଣ୍ଡୁରୀପଡ଼ା ସମେତ କେନ୍ଦ୍ରାପଡ଼ା ଜିଲାର ପଣସଗଣ୍ଡ ଗ୍ରାମକୁ ସଂଯୋଗ କରୁଛି। ବହୁ ବର୍ଷ ହେବ ଯାଜପୁର ଡ୍ରେନେଜ ବିଭାଗ ପକ୍ଷରୁ ଏହି ସେତୁ ନିର୍ମାଣ ହୋଇଥିଲା। ଭାରିଯାନ ଯାତାୟାତ ଯୋଗୁ ସେତୁର ଏଭଳି ଅବସ୍ଥା ହୋଇଛି। ସେତୁ ଦବିଯାଇଥିବାରୁ ଲୋକେ ଯାତାୟାତ କରିବାକୁ ଭୟ କରୁଛନ୍ତି। ଏସମ୍ପର୍କରେ ବାରମ୍ବାର ଡ୍ରେନେଜ ବିଭାଗକୁ ଅଭିଯୋଗ କଲେ ମଧ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ଏହି ସେତୁକୁ ଲାଗି ଥିବା ଦୁଇ ଆପ୍ରୋଚ୍ ରୋଡ୍ ମଧ୍ୟ ଯାତାୟାତ ଅନୁପଯୋଗୀ ପାଲଟିଛି। ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନେ ଯଦି ଦାବି କରନ୍ତେ ତେବେ ଏଠାରେ ଏକ ବଡ଼ ପୋଲ ହୋଇପାରନ୍ତା ବୋଲି ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷରେ ଏଠାରେ ଏକ ଉଚ୍ଚ ସେତୁ ସହିତ ଦୁଇ ପଟ ସଂଯୁକ୍ତ ରାସ୍ତାକୁ ଅବିଳମ୍ବେ ନିମାଣ କରିବାକୁ ଅଞ୍ଚଳବାସୀ ଯାଜପୁର ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଏସ୍ଡିଓ ପ୍ରଦୀପ କୁମାର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଏଠାରେ ଏକ ଉଚ୍ଚମାନର ସେତୁ ନିର୍ମାଣ ନିମନ୍ତେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ାଯାଇଛି। ଅନୁମତି ମିଳିଲେ ପୋଲ ନିର୍ମାଣ କରାଯିବ।
The post ଅସୁରକ୍ଷିତ ସେତୁରେ ଯାତ୍ରା appeared first on Dharitri Odia News.