ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ୩ ଗ୍ରହଙ୍କ ଦୃଷ୍ଟିରେ ଚନ୍ଦ୍ର ବିଭିନ୍ନ ପ୍ରକାର ଚିନ୍ତାରେ ଉଦ୍‍ବିଗ୍ନ ରହିବେ। ଘରର କେତେକ ଅକୁହା କଥାକୁ ଆଲୋଚନାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ଅବଶ୍ୟ ଧନ ସ୍ଥାନସ୍ଥ ବୃହସ୍ପତିଙ୍କ ପ୍ରଭାବରୁ ଅଭାବ ଅନଟନ ରହିବ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ଆହ୍ବାନରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୃଷ ରାଶିରେ ଗୁରୁଙ୍କ ପ୍ରଭାବରୁ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉସତ୍ର୍ଗୀକୃତକରି ପ୍ରଶଂସିତ ହେବେ। ବନ୍ଧୁ ପରାମର୍ଶରେ ଅଭାବ ପୂରଣ ଦିଗରେ ଚେଷ୍ଟା କଲେ […] The post ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୪ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୪  ତାରିଖ – Daily Horoscope
ମେଷ
ଆଜି ୩ ଗ୍ରହଙ୍କ ଦୃଷ୍ଟିରେ ଚନ୍ଦ୍ର ବିଭିନ୍ନ ପ୍ରକାର ଚିନ୍ତାରେ ଉଦ୍‍ବିଗ୍ନ ରହିବେ। ଘରର କେତେକ ଅକୁହା କଥାକୁ ଆଲୋଚନାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ଅବଶ୍ୟ ଧନ ସ୍ଥାନସ୍ଥ ବୃହସ୍ପତିଙ୍କ ପ୍ରଭାବରୁ ଅଭାବ ଅନଟନ ରହିବ ନାହିଁ। ଆକସ୍ମିକ ଭାବରେ ବନ୍ଧୁଙ୍କ ଆହ୍ବାନରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ରାଶିରେ ଗୁରୁଙ୍କ ପ୍ରଭାବରୁ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉସତ୍ର୍ଗୀକୃତକରି ପ୍ରଶଂସିତ ହେବେ। ବନ୍ଧୁ ପରାମର୍ଶରେ ଅଭାବ ପୂରଣ ଦିଗରେ ଚେଷ୍ଟା କଲେ ସଫଳତା ମିଳିବ। କାମ ପୂର୍ଣ୍ଣାଙ୍ଗ କରିବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ସରକାରୀ ସ୍ତରରୁ ବକେୟା ପାଇବାରେ ବିଳମ୍ବ କାରଣରୁ ଅଶାନ୍ତ ରହିପାରନ୍ତି।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ଚେଷ୍ଟା କରୁଥିବା କାମରୁ ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ପାଇବେ। ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବା ସକାଶେ କିଛି ନୂତନତ୍ୱ ଯୋଡ଼ି ପାରନ୍ତି। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‍ ବୁଝି ପାରିବାରିକ ସମ୍ପର୍କକୁ ତିକ୍ତ କରିପାରନ୍ତି। କଳା, ସାହିତ୍ୟାଦି ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିପାରନ୍ତି।
କର୍କଟ
କର୍କଟ
ମାନସିକ ଅସ୍ଥିରତା ମଧ୍ୟରେ ଦୂରଯାତ୍ର୍ରା ସହ କାମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ଯାହା ଖୋଜୁଥିଲେ ତାହା ନିର୍ଦ୍ଦିଷ୍ଟ ସମୟରେ ନ ପାଇଲେ ମଧ୍ୟ ବିଳମ୍ବରେ ପାଇବେ। ଖାଦ୍ୟର ଅନିୟମିତତା କାରଣରୁ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି। ଏକାଦଶସ୍ଥ ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ।
ସି˚ହ
ସି˚ହ
ବ୍ୟୟାଧିପ ରାଶିରେ ରହିଥିବାରୁ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥସଂଗ୍ରହ କରିବାକୁ ଚେଷ୍ଟିତ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ନିର୍ମାଣ କାର୍ଯ୍ୟ ଜୋରରେ ଆଗକୁ ବଢ଼ିଚାଲିବାରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ନିଜ ଲୋକଙ୍କ ସାହାଯ୍ୟରୁ କାମ ହାସଲ କରିବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ବ୍ୟତିକ୍ରମ କେତେକାଂଶରେ ହାଲୁକା ମନେହେବ। ଷଷ୍ଟସ୍ଥ ଶନି ଜନିତ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବା ଅନୁଭବ କରିପାରନ୍ତି।
ତୁଳା
ତୁଳା
ପାରିବାରିକ ସ୍ଥିତି ପୂର୍ବାପେକ୍ଷା କେତେକାଂଶରେ ସୁଧୁରିଯିବାରୁ ଆଶ୍ୱସ୍ତି ଲାଭକରିବେ। କର୍ମଜଞ୍ଜାଳ ବୃଦ୍ଧି ପାଇବା ହେତୁ କାର୍ଯ୍ୟବ୍ୟସ୍ତତା ଜନିତ ଖାଦ୍ୟପେୟ ଠିକ୍‍ ରହିବ ନାହିଁ। ଭାଗ୍ୟ ଭାବସ୍ଥ ମଙ୍ଗଳ ହେତୁ ଅର୍ଥ ସମ୍ପର୍କିତ ଟେନ୍‍ସନ ଦୂରହୋଇଯିବ। ବନ୍ଧୁଙ୍କ ସହ ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ାରେ ଉନ୍ନତି କରିବେ।
ବିଛା
ବିଛା
ନୀଚାରୋହୀ ବକ୍ରୀ ମଙ୍ଗଳଜନିତ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ। ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବା ଆଶା ରହିଛି। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା ଜାରି ରଖିପାରନ୍ତି।
ଧନୁ
ଧନୁ
ତୃତୀୟସ୍ଥ ଏକାଧିକ ଗ୍ରହ ପ୍ରଭାବରୁ ସକାଳୁ ଶୁଭଖବର ପାଇ ମନ ଖୁସି ହୋଇଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସା ମିଳିବ। ପାରିବାରିକ କ୍ଷେତ୍ରରେ କମ୍‍ ବୟସ୍କଙ୍କ ଯୁକ୍ତିଯୁକ୍ତ କଥାକୁ ଗ୍ରହଣକରି ପ୍ରଶଂସିତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ଗତାନୁଗତିକ ରୀତିରେ ଗଡ଼ି ଚାଲିବ।
ମକର
ମକର
ପୂର୍ବ ନିର୍ଦ୍ଧାରିତ ଆଲୋଚନା ପ୍ରକାରେ ଘରେ ବନ୍ଧୁମିଳନ, ଆମୋଦ ପ୍ରମୋଦର ସୁଅ ଛୁଟିବ। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇପାରନ୍ତି। ଯାନବାହନ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। ମଙ୍ଗଳଙ୍କ ପ୍ରଭାବରେ ଜମିଜମା କାରବାରରେ ପ୍ରତିବନ୍ଧକ ଦୂରେଇଯିବ।
କୁମ୍ଭ
କୁମ୍ଭ
ଅତୀତରେ ଯେଉଁ ଲୋକଟି ଦିନେ ଅସୁବିଧା ପଡ଼ିଲେ ମୋତେ ଜଣାଇବ ବୋଲି କହୁଥିଲା ଆଜି ହିଁ ତାଙ୍କ ସହ ଦେଖାକରନ୍ତୁ। ଶନି ପ୍ରଭାବରୁ ସ୍ଥଗିତ କାର୍ଯ୍ୟ ସମୂହକୁ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ଚେଷ୍ଟା କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଟେନ୍‍ସନରୁ ମାନସିକ ସ୍ଥିତି ଭଲ ରହି ନ ପାରେ।
ମୀନମୀନ

ପରିବାରରେ କିଛିଟା ସମସ୍ୟା ଲାଗିରହିଥିବାରୁ ମାନସିକ ଅସ୍ଥିରତା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ ା ଦୀର୍ଘଦିନରୁ ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ବୃହସ୍ପତିଙ୍କ ଶୁଭଦୃଷ୍ଟି ଓ ସ୍ଥିତିରୁ ସଫଳତା ନିଶ୍ଚିତ ମିଳିବ।

The post ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୪ ତାରିଖ – Daily Horoscope appeared first on Dharitri Odia News.