ଅସ୍ତ୍ରବିରତି ନୁହେଁ ତ କାରବାର ନୁହେଁ; ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଥମିବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନ ହେଲେ ଆମେରିକା କାରବାର କରିବ ନାହିଁ। ଅସ୍ତ୍ରବିରତି ହୋଇଥିବାରୁ ଏବେ ଆମେରିକା ଉଭୟ ଭାରତ ଓ ପାକିସ୍ତାନ ସହ ବାଣିଜ୍ୟରେ ସହାୟତା କରିବାକୁ ପ୍ରସ୍ତୁତ।ସୋମବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମାକୁ ଦୃଷ୍ଟିରେ ରଖି ସେମାନଙ୍କ ସାହାଯ୍ୟ କରିବାକୁ ପ୍ରସ୍ତୁତ। ଦୁଇ ଆଣବିକ ସଂପନ୍ନ ଦେଶ ମଧ୍ୟରେ ଯୁଦ୍ଧବିରତିର ସଫଳ ଉଦ୍ୟମର ଶ୍ରେୟ ଟ୍ରମ୍ପ ନିଜର ପ୍ରଶାସନକୁ ଦେଇଛନ୍ତି।ଟ୍ରମ୍ପ ଏହା ଉପରେ ଜୋର ଦେଇଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ କାରବାର ହିଁ ପ୍ରମୁଖ କାରଣ ଥିଲା। ଅନ୍ୟପଟେ ଭାରତ ସହିତ କାରବାର ନେଇ ଆଲୋଚନା ଜାରି ରହିଛି। ମୋ ମତରେ କେବଳ ଏହି ଗୋଟିଏ ବଡ କାରଣ ହିଁ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ ସହମତି କରାଇ ପାରିଛୁ। ଏବେ ଆମେ ଦୁଇ ରାଷ୍ଟ୍ର ସହିତ ଅଧିକ ବାଣିଜ୍ୟ କରିବାକୁ ଯାଉଛୁ। ଟ୍ରମ୍ପ କହିଛନ୍ତି ଆମେରିକା ସମ୍ଭାବିତ ପରମାଣୁ ସଂଘର୍ଷକୁ ବନ୍ଦ କରି ଦେଇଛି। ସେ କହିଛନ୍ତି, ସ୍ଥିତି ଯେମିତି ଆଗକୁ ବଢୁଥିଲା ସେଥିରେ ପରମାଣୁ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଥିଲା। ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତା। ଏଥିପାଇଁ ମୁଁ ଗ

ଅସ୍ତ୍ରବିରତି ନୁହେଁ ତ କାରବାର ନୁହେଁ; ଭାରତ-ପାକ୍ ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଉତ୍ତେଜନା ଥମିବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ନ ହେଲେ ଆମେରିକା କାରବାର କରିବ ନାହିଁ। ଅସ୍ତ୍ରବିରତି ହୋଇଥିବାରୁ ଏବେ ଆମେରିକା ଉଭୟ ଭାରତ ଓ ପାକିସ୍ତାନ ସହ ବାଣିଜ୍ୟରେ ସହାୟତା କରିବାକୁ ପ୍ରସ୍ତୁତ।

ସୋମବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମେରିକା ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ରାଜିନାମାକୁ ଦୃଷ୍ଟିରେ ରଖି ସେମାନଙ୍କ ସାହାଯ୍ୟ କରିବାକୁ ପ୍ରସ୍ତୁତ। ଦୁଇ ଆଣବିକ ସଂପନ୍ନ ଦେଶ ମଧ୍ୟରେ ଯୁଦ୍ଧବିରତିର ସଫଳ ଉଦ୍ୟମର ଶ୍ରେୟ ଟ୍ରମ୍ପ ନିଜର ପ୍ରଶାସନକୁ ଦେଇଛନ୍ତି।

ଟ୍ରମ୍ପ ଏହା ଉପରେ ଜୋର ଦେଇଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା କମ କରିବା ପାଇଁ କାରବାର ହିଁ ପ୍ରମୁଖ କାରଣ ଥିଲା। ଅନ୍ୟପଟେ ଭାରତ ସହିତ କାରବାର ନେଇ ଆଲୋଚନା ଜାରି ରହିଛି। ମୋ ମତରେ କେବଳ ଏହି ଗୋଟିଏ ବଡ କାରଣ ହିଁ ଦୁଇ ଦେଶକୁ ଅସ୍ତ୍ରବିରତି ପାଇଁ ସହମତି କରାଇ ପାରିଛୁ। ଏବେ ଆମେ ଦୁଇ ରାଷ୍ଟ୍ର ସହିତ ଅଧିକ ବାଣିଜ୍ୟ କରିବାକୁ ଯାଉଛୁ। 

ଟ୍ରମ୍ପ କହିଛନ୍ତି ଆମେରିକା ସମ୍ଭାବିତ ପରମାଣୁ ସଂଘର୍ଷକୁ ବନ୍ଦ କରି ଦେଇଛି। ସେ କହିଛନ୍ତି, ସ୍ଥିତି ଯେମିତି ଆଗକୁ ବଢୁଥିଲା ସେଥିରେ ପରମାଣୁ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଥିଲା। ଲକ୍ଷାଧିକ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତା। ଏଥିପାଇଁ ମୁଁ ଗର୍ବିତ ଯେ ଆମେ ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ରୋକି ଦେଇଛୁ। 

ଦୁଇ ଦେଶର ନେତୃତ୍ଵଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ଆପଣଙ୍କୁ ଏହା ଜଣାଇବାରେ ଗର୍ବ କରୁଛି ଯେ, ଭାରତ ଓ ପାକିସ୍ତାନର ନେତୃତ୍ଵ ନିଜ ଜିଦରେ ଅଟଳ ଥିଲେ। କିନ୍ତୁ ବାସ୍ତବ ସ୍ଥିତିର ଗମ୍ଭୀରତାକୁ ସଂପୂର୍ଣ୍ଣ ଭାବେ ବୁଝି ପାରୁଥିଲେ, ଜାଣି ପାରୁଥିଲେ। ଦୁଇ ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ଉନ୍ନତ ଦୃଷ୍ଟିକୋଣ ସହ ବୁଦ୍ଧି ଓ ଧୈର୍ଯ୍ୟ ରହିଛି। 

ଟ୍ରମ୍ପଙ୍କ ଏହି ଟିପ୍ପଣୀ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବିରାମ ଘୋଷଣାର କିଛି ଦିନ ପରେ ଆସିଛି। ତେବେ ଦୁଇ ଦେଶ ପକ୍ଷରୁ ଟ୍ରମ୍ପଙ୍କ ଏହି ବୟାନ ଉପରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି। କିନ୍ତୁ ଭାରତର କହିବା କଥା ଭାରତ ଓ ପାକିସ୍ତାନ ଉଭୟ ପକ୍ଷ ମଧ୍ୟରେ ଆଲୋଚନା କରାଯାଇ ଅସ୍ତ୍ରବିରତି ଘୋଷଣା କରାଯାଇଛି। ଭାରତ କହିଛି ଯେ, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। ଯୁଦ୍ଧ କେବଳ ସ୍ଥଗିତ ରହିଛି। ଯଦି ପୁଣି ପାକିସ୍ତାନରୁ ଆତଙ୍କବାଦୀ ହମଲାର ପ୍ରୟାସ ହୁଏ ତେବେ ଏହାକୁ ଯୁଦ୍ଧ ବିବେଚନା କରାଯିବ ଏବଂ ମୁହଁତୋଡ଼ ଜବାବ ଦିଆଯିବ।