କନସର୍ଟରେ ବୟଫ୍ରେଣ୍ଡ ରାହୁଲଙ୍କ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଶ୍ରଦ୍ଧା କପୁର, ସାମ୍ନାକୁ ଆସିଲା ଭିଡିଓ

ମୁମ୍ଵାଇ ୦୭।୦୪: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ତାଙ୍କ ଅଭିନୟ ଏବଂ ସୁନ୍ଦର ଲୁକ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ଅଭିନେତ୍ରୀ ତାଙ୍କ ଚୁଲବୁଲି ଗୁଣ କିମ୍ବା ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମିଷ୍ଟ୍ରି ମ୍ୟାନ୍‌ଙ୍କ ପାଇଁ ଲାଇମଲାଇଟ୍‌କୁ ଆସିଛନ୍ତି। ନିକଟରେ ଶ୍ରଦ୍ଧା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ତାଙ୍କ ମିଷ୍ଟ୍ରି ମ୍ୟାନ୍‌ ତଥା ପ୍ରେମିକ ରାହୁଲ ମୋଦୀଙ୍କ ସହ ନଜର ଆସିଛନ୍ତି। ଶ୍ରଦ୍ଧା ଏବଂ ରାହୁଲଙ୍କ ଏହି ଭିଡିଓ ରିହାନାଙ୍କ କନସର୍ଟରୁ ଆସିଛି ବୋଲି କୁହାଯାଉଛି।Shraddha with her boyfriend at Rihanna's concert byu/divaista inBollyBlindsNGossipରାହୁଲଙ୍କ ସହ ଶ୍ରଦ୍ଧା କପୁର ଏହି ଭିଡିଓ ରେଡ୍ଡିଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ପ୍ରଥମେ କ୍ୟାମେରାକୁ ମଞ୍ଚ ଆଡକୁ ଦେଖାଇ ଭିଡିଓ ରେକର୍ଡିଂ କରୁଛନ୍ତି, ତା’ପରେ ଶ୍ରଦ୍ଧାଙ୍କ ଆଡକୁ ବୁଲାଇଥିଲେ। ଏହି ସମୟରେ ଶ୍ରଦ୍ଧା କପୁର କଳା ପୋଷାକ ଥିବା ବେଳେ ହସି ହସି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଶ୍ରଦ୍ଧାଙ୍କ ସହ ପ୍ରେମିକ ରାହୁଲ ମୋଦୀ ମଧ୍ୟ ଏକ କଳା ସୁଟରେ ନଜର ଆସିଛନ୍ତି। ଶ୍ରଦ୍ଧା ଏବଂ ରାହୁଲଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି।କହିବାକୁ ଗଲେ ଶ୍ରଦ୍ଧାଙ୍କ ନାମ ରାହୁଲ ମୋଦୀଙ୍କ ସହ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଅଭିନେତ୍ର

କନସର୍ଟରେ ବୟଫ୍ରେଣ୍ଡ ରାହୁଲଙ୍କ ଡ୍ୟାନ୍ସ କରୁଥିବାର ନଜର ଆସିଲେ ଶ୍ରଦ୍ଧା କପୁର, ସାମ୍ନାକୁ ଆସିଲା ଭିଡିଓ

ମୁମ୍ଵାଇ ୦୭।୦୪: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ତାଙ୍କ ଅଭିନୟ ଏବଂ ସୁନ୍ଦର ଲୁକ୍‌ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ଅଭିନେତ୍ରୀ ତାଙ୍କ ଚୁଲବୁଲି ଗୁଣ କିମ୍ବା ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ମିଷ୍ଟ୍ରି ମ୍ୟାନ୍‌ଙ୍କ ପାଇଁ ଲାଇମଲାଇଟ୍‌କୁ ଆସିଛନ୍ତି। ନିକଟରେ ଶ୍ରଦ୍ଧା କପୁରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିନେତ୍ରୀ ତାଙ୍କ ମିଷ୍ଟ୍ରି ମ୍ୟାନ୍‌ ତଥା ପ୍ରେମିକ ରାହୁଲ ମୋଦୀଙ୍କ ସହ ନଜର ଆସିଛନ୍ତି। ଶ୍ରଦ୍ଧା ଏବଂ ରାହୁଲଙ୍କ ଏହି ଭିଡିଓ ରିହାନାଙ୍କ କନସର୍ଟରୁ ଆସିଛି ବୋଲି କୁହାଯାଉଛି।


Shraddha with her boyfriend at Rihanna's concert 
byu/divaista inBollyBlindsNGossip

ରାହୁଲଙ୍କ ସହ ଶ୍ରଦ୍ଧା କପୁର ଏହି ଭିଡିଓ ରେଡ୍ଡିଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ମହିଳା ପ୍ରଥମେ କ୍ୟାମେରାକୁ ମଞ୍ଚ ଆଡକୁ ଦେଖାଇ ଭିଡିଓ ରେକର୍ଡିଂ କରୁଛନ୍ତି, ତାପରେ ଶ୍ରଦ୍ଧାଙ୍କ ଆଡକୁ ବୁଲାଇଥିଲେ। ଏହି ସମୟରେ ଶ୍ରଦ୍ଧା କପୁର କଳା ପୋଷାକ ଥିବା ବେଳେ ହସି ହସି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଶ୍ରଦ୍ଧାଙ୍କ ସହ ପ୍ରେମିକ ରାହୁଲ ମୋଦୀ ମଧ୍ୟ ଏକ କଳା ସୁଟରେ ନଜର ଆସିଛନ୍ତି। ଶ୍ରଦ୍ଧା ଏବଂ ରାହୁଲଙ୍କ ଏହି ଭିଡିଓ ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରୁଛି।

କହିବାକୁ ଗଲେ ଶ୍ରଦ୍ଧାଙ୍କ ନାମ ରାହୁଲ ମୋଦୀଙ୍କ ସହ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି । କିନ୍ତୁ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି। ଶ୍ରଦ୍ଧାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀଙ୍କୁ 'ତୁ ଝୁଠି ମେଁ ମକ୍କାର' ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ଖବର ଅନୁଯାୟୀ, ଅଭିନେତ୍ରୀଙ୍କୁ ହରର କମେଡି ଫିଲ୍ମ 'ସ୍ତ୍ରୀ ୨'ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଶ୍ରଦ୍ଧାଙ୍କ ସହ ପଙ୍କଜ ତ୍ରିପାଠୀ ଏବଂ ରାଜକୁମାର ରାଓ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।