ଅହମଦାବାଦରେ ରାହୁଲଙ୍କ ବଡ଼ ଘୋଷଣା, କହିଲେ-ଗୁଜରାଟରେ ନରେନ୍ଦ୍ର ମୋଦି ଓ ବିଜେପିକୁ ହରାଇବ କଂଗ୍ରେସ
ଅହମଦାବାଦ ୬।୭: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଗୁଜରାଟ ଗସ୍ତରେ ଅଛନ୍ତି ଓ ଶନିବାର ସେ ବିଜେପିକୁ ଆଗାମୀ ବିଧାନସଭା ନିର୍ବାଚନରେ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ବିଜେପିକୁ ଗୁଜରାଟରେ ହରାଇବ। ଏ ନେଇ ବିଜେପି ଦେଇଥିବା ଚ୍ୟାଲେଞ୍ଜକୁ କଂଗ୍ରେସ ସ୍ୱୀକାର କରୁଛି। ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଆପଣମାନେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରଥଯାତ୍ରାରେ ରଥରେ ଦେଖିଥିଲେ। କୁହାଯାଏ ମୋଦି ସହଯୋଗ କରିଥିଲେ। ମୁଁ ସଂସଦରେ ଭାବୁଥିଲି ରାମମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଆଦାନୀ ଓ ଅମ୍ବାନୀ ଥିଲେ ହେଲେ ଜଣେ ବି ଗରିବକୁ ଦେଖିଲିନି। ରାହୁଲ ଗାନ୍ଧି କହିଥିଲେ ମୁଁ ଭିତରର କଥା କହୁଛି ମୋତେ ଅଯୋଧ୍ୟା ସାଂସଦ କହିଥିଲେ। ଅଯୋଧ୍ୟାରେ ୩ ସର୍ଭେ ହୋଇଥିଲା ଓ ମୋଦି ଅଯୋଧ୍ୟାରୁ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ। ତେବେ ତାଙ୍କୁ କୁହାଯାଇଥିଲା ଅଯୋଧ୍ୟାରୁ ଲଢିଲେ ହାରିବ। ଅଯୋଧ୍ୟାର ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ କହିଲେ ରାହୁଲ ଜୀ ମୁଁ ସେହି ଦିନ ଜାଣିଥିଲି ଅଯୋଧ୍ୟାରେ ମୁଁ ନିର୍ବାଚନ ଲଢିବି ଓ ଜିତିବି। ଅଯୋଧ୍ୟା ସାଂସଦଙ୍କ ସୂତ୍ରରୁ ରାହୁଲ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆମର ଜମି ନିଆଗଲା, ଅନେକ ଦୋକାନ
ଅହମଦାବାଦ ୬।୭: କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଗୁଜରାଟ ଗସ୍ତରେ ଅଛନ୍ତି ଓ ଶନିବାର ସେ ବିଜେପିକୁ ଆଗାମୀ ବିଧାନସଭା ନିର୍ବାଚନରେ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ପାର୍ଟି ବିଜେପିକୁ ଗୁଜରାଟରେ ହରାଇବ। ଏ ନେଇ ବିଜେପି ଦେଇଥିବା ଚ୍ୟାଲେଞ୍ଜକୁ କଂଗ୍ରେସ ସ୍ୱୀକାର କରୁଛି।
ଉଲ୍ଲେଖଯୋଗ୍ୟ ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଆପଣମାନେ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରଥଯାତ୍ରାରେ ରଥରେ ଦେଖିଥିଲେ। କୁହାଯାଏ ମୋଦି ସହଯୋଗ କରିଥିଲେ। ମୁଁ ସଂସଦରେ ଭାବୁଥିଲି ରାମମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଆଦାନୀ ଓ ଅମ୍ବାନୀ ଥିଲେ ହେଲେ ଜଣେ ବି ଗରିବକୁ ଦେଖିଲିନି।
ରାହୁଲ ଗାନ୍ଧି କହିଥିଲେ ମୁଁ ଭିତରର କଥା କହୁଛି ମୋତେ ଅଯୋଧ୍ୟା ସାଂସଦ କହିଥିଲେ। ଅଯୋଧ୍ୟାରେ ୩ ସର୍ଭେ ହୋଇଥିଲା ଓ ମୋଦି ଅଯୋଧ୍ୟାରୁ ଲୋକସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ। ତେବେ ତାଙ୍କୁ କୁହାଯାଇଥିଲା ଅଯୋଧ୍ୟାରୁ ଲଢିଲେ ହାରିବ। ଅଯୋଧ୍ୟାର ସମାଜବାଦୀ ପାର୍ଟି ସାଂସଦ ଅବଧେଶ ପ୍ରସାଦ କହିଲେ ରାହୁଲ ଜୀ ମୁଁ ସେହି ଦିନ ଜାଣିଥିଲି ଅଯୋଧ୍ୟାରେ ମୁଁ ନିର୍ବାଚନ ଲଢିବି ଓ ଜିତିବି।
ଅଯୋଧ୍ୟା ସାଂସଦଙ୍କ ସୂତ୍ରରୁ ରାହୁଲ କହିଛନ୍ତି ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆମର ଜମି ନିଆଗଲା, ଅନେକ ଦୋକାନ ଓ ଘର ଭଙ୍ଗା ଗଲା ହେଲେ ସରକାର ଏପର୍ଯ୍ୟନ୍ତ ଆମକୁ କ୍ଷତିପୂରଣ ଦେଲେନି। ରାହୁଲ ଗାନ୍ଧି କହିଛନ୍ତି ଯେ ଅଯୋଧ୍ୟାରେ ଏକ ବଡ଼ ବିମାନ ବନ୍ଦର ହେଲା, ଏଥିରେ ମଧ୍ୟ ଅଯୋଧ୍ୟା ଚାଷୀଙ୍କ ଜମି ଗଲା, ହେଲେ ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ମିଳିନି । ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠାରେ ଅଯୋଧ୍ୟାବାସୀ ହିଁ ନଥିଲେ।
କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧି କହିଛନ୍ତି ଯେ ଏବେ ଆମେ ସେମାନଙ୍କୁ ଉଚିତ ଶିକ୍ଷା ଦେବୁ ଓ ତାଙ୍କ ସରକାରକୁ ଭାଙ୍ଗିବୁ। ନରେନ୍ଦ୍ର ମୋଦି ବାରଣାସୀ ନୁହେଁ ଏଥର ଅଯୋଧ୍ୟାରୁ ଲଢିବାକୁ ଚାହୁଁଥିଲେ, ହେଲେ ହାରିବା ଭୟରେ ସେ ସେଠାରୁ ନିର୍ବାଚନ ଲଢିଲେ ନାହିଁ। ଆମେ ବି ବାରଣାସୀରେ କିଛି ତ୍ରୁଟି କରିଦେଇଛୁ। ହେଲେ ବି ଆମେ ତାଙ୍କୁ ଅଯୋଧ୍ୟାରେ ହରାଇଛୁ। ଏଥର ଆମେ ତାଙ୍କୁ ଗୁଜରାଟରେ ବି ହରେଇବାକୁ ଯାଉଛୁ। ଆପଣମାନେ ଡରନ୍ତୁ ନାହିଁ। ସେମାନେ ଆମ ଅଫିସ ଉପରେ ଆକ୍ରମଣ କଲେ ଆମକୁ ଚ୍ୟାଲେଞ୍ଜ ଦେଲେ ଲେଖିକି ନିଅ ଏଥର ଆମେ ଗୁଜରାଟରେ ସେମାନଙ୍କୁ ହରାଇବୁ। ଏଣୁ ଗୁଜରାଟର ଜନତାଙ୍କୁ କହୁଛି ଡରନି, ଡରାଅନି, ବିନା ଡରରେ ବିଜେପି ବିରୋଧରେ ଲଢିଗଲେ ସେ ସାମ୍ନାରେ ଛିଡା ବି ହୋଇ ପାରିବନି।