ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣକୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଗାଳି ଗୁଲଜ ଓ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ। ପୋଷ୍ଟ ଅଫିସ ଭିତରେ ପଶି ଦୁଇଜଣ କର୍ମଚାରୀଙ୍କୁ ୪ ଜଣ ଆକ୍ରମଣ କରିଥିବା ନେଇ ପୋଷ୍ଟ ମାଷ୍ଟରଙ୍କ  ଅଭିଯୋଗ ଆଧାର କରି ପୋଲିସ ଘଟଣାର ତଦନ୍ତ କରିଥିଲା। ଆଉ ତଦନ୍ତ କ୍ରମେ ମିଥୁନ ଗୌଡ଼ ନାମକ ଜଣେ ଯୁବକକୁ ଗିରଫ କରିଥିବାବେଳେ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ପୋଲିସ ଦେଇଛି ସୂଚନା।ସୂଚନାଥାଉକି, ସୋମବାର ଗୋଳନ୍ଥରା ପୋଷ୍ଟ ଅଫିସ୍‌ର ପୋଷ୍ଟ ମାଷ୍ଟର ଅର୍ଚ୍ଚନା କୁମାରୀ ପାତ୍ର ଅଭିଯୋଗ ଆଣିଥିଲେ ଯେ, ତାଙ୍କ ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ସହ ସେ ଏଭଳି ଘଟଣା ଘଟାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବାକୁ ଜାଣିବାକୁ ପାଇଥିଲା ଯେ, ସୋମବାର ସନ୍ଧ୍ୟାରେ ପୋଷ୍ଟ ଅଫିସ୍‌ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ମିଥୁନ ଗୌଡ଼, ଆକାଶ ଖୁଣ୍ଟିଆ, ବାଲିଆ ସାହୁ, ସିପୁନ ଗୌଡ଼, ସମସ୍ତେ ଚାଟି ଥାନା ଅନ୍ତର୍ଗତ ନୂଆସାହି ଗ୍ରାମର ଗୋଳନ୍ଥରା ପୋଷ୍ଟ ଅଫିସକୁ ଆସି ପୋଷ୍ଟ ଅଫିସ କର୍ମଚାରୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପୋଷ୍ଟ ମାଷ୍ଟର ଶ୍ରୀମତୀ ଅର୍ଚ୍ଚନା କୁମାରୀ ପାତ୍ର ସେମାନଙ୍କୁ ଘଟଣା ବିଷୟରେ ପଚାରିଥିଲେ।ଏଥିରେ ବିରକ୍ତ

ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା, ଜଣକୁ ଗିରଫ କଲା ପୋଲିସ

ବ୍ରହ୍ମପୁର: ଗୋଳନ୍ଥରା ପୋଷ୍ଟ ଅଫିସ କର୍ମଚାରୀଙ୍କୁ ଗାଳି ଗୁଲଜ ଓ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ। ପୋଷ୍ଟ ଅଫିସ ଭିତରେ ପଶି ଦୁଇଜଣ କର୍ମଚାରୀଙ୍କୁ ୪ ଜଣ ଆକ୍ରମଣ କରିଥିବା ନେଇ ପୋଷ୍ଟ ମାଷ୍ଟରଙ୍କ  ଅଭିଯୋଗ ଆଧାର କରି ପୋଲିସ ଘଟଣାର ତଦନ୍ତ କରିଥିଲା। ଆଉ ତଦନ୍ତ କ୍ରମେ ମିଥୁନ ଗୌଡ଼ ନାମକ ଜଣେ ଯୁବକକୁ ଗିରଫ କରିଥିବାବେଳେ ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବା ନେଇ ପୋଲିସ ଦେଇଛି ସୂଚନା।

ସୂଚନାଥାଉକି, ସୋମବାର ଗୋଳନ୍ଥରା ପୋଷ୍ଟ ଅଫିସ୍‌ର ପୋଷ୍ଟ ମାଷ୍ଟର ଅର୍ଚ୍ଚନା କୁମାରୀ ପାତ୍ର ଅଭିଯୋଗ ଆଣିଥିଲେ ଯେ, ତାଙ୍କ ପୋଷ୍ଟ ଅଫିସ୍ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହା ସହ ସେ ଏଭଳି ଘଟଣା ଘଟାଇଥିବା ଅପରାଧୀଙ୍କୁ ଧରିବା ପାଇଁ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ। 

ତେବେ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ କରିବାକୁ ଜାଣିବାକୁ ପାଇଥିଲା ଯେ, ସୋମବାର ସନ୍ଧ୍ୟାରେ ପୋଷ୍ଟ ଅଫିସ୍‌ କର୍ମଚାରୀ ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ମିଥୁନ ଗୌଡ଼, ଆକାଶ ଖୁଣ୍ଟିଆ, ବାଲିଆ ସାହୁ, ସିପୁନ ଗୌଡ଼, ସମସ୍ତେ ଚାଟି ଥାନା ଅନ୍ତର୍ଗତ ନୂଆସାହି ଗ୍ରାମର ଗୋଳନ୍ଥରା ପୋଷ୍ଟ ଅଫିସକୁ ଆସି ପୋଷ୍ଟ ଅଫିସ କର୍ମଚାରୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପୋଷ୍ଟ ମାଷ୍ଟର ଶ୍ରୀମତୀ ଅର୍ଚ୍ଚନା କୁମାରୀ ପାତ୍ର ସେମାନଙ୍କୁ ଘଟଣା ବିଷୟରେ ପଚାରିଥିଲେ।

ଏଥିରେ ବିରକ୍ତ ହୋଇ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇ ଚାଲିଯାଇଥିଲେ। ହେଲେ ଅଧ ଘଣ୍ଟା ପରେ ପୁଣି ଆସି ଲୁହା ରଡରେ ଅଫିସ୍ କର୍ମଚାରୀ ରବିନ୍ଦ୍ର ନାହାକ ଏବଂ ବିକ୍ରମ ନାହାକଙ୍କୁ ଆକ୍ରମଣଥିଲେ। ଏଥିରେ  କରି ରବିନ୍ଦ୍ର ନାହାକ ଏବଂ ବିକ୍ରମ ନାହାକଙ୍କୁ ଗୁରୁତର ଆହତ ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ପୋଷ୍ଟ ଅଫିସ୍‌ରେ ପହଞ୍ଚିବା ଦେଖି ଅଭିଯୁକ୍ତମାନେ ସେଠାରୁ ଫେରାର ମାରିଥିଲେ। ତେବେ ପୋଲିସ ତଦନ୍ତ କରି ମିଥୁନ ଗୌଡକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ପଳାତକ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।