ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହ ହେବ ବର୍ଷା

ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା) :ଭାରତରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି। ଉତ୍ତର ପଶ୍ଚିମ ଭାଗରୁ ୧୭ ତାରିଖ ବଦଳରେ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପସାରଣ ପ୍ରକ୍ରିୟା ମଙ୍ଗଳବାର ଓଡ଼ିଶାରୁ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକ୍ରିୟା ଅକ୍ଟୋବର ୧୩ରେ ଆରମ୍ଭ ହୋଇଥିବାବେଳେ ସ୍ବାଭାବିକ ତାରିଖର ୪ ଦିନପୂର୍ବରୁ ମୌସୁମୀ ଚାଲିଯାଇଛି। ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, ବୁଧବାର ରାଜ୍ୟର କିଛି […] The post ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହ ହେବ ବର୍ଷା appeared first on Dharitri Odia News.

ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହ ହେବ ବର୍ଷା
ଭୁବନେଶ୍ୱର,୧୬ା୧୦(ଅନୁରାଧା ମହାରଣା) :ଭାରତରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ବିଦାୟ ନେଇଛି। ଉତ୍ତର ପଶ୍ଚିମ ଭାଗରୁ ୧୭ ତାରିଖ ବଦଳରେ ୨୩ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ଅପସାରଣ ପ୍ରକ୍ରିୟା ମଙ୍ଗଳବାର ଓଡ଼ିଶାରୁ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକ୍ରିୟା ଅକ୍ଟୋବର ୧୩ରେ ଆରମ୍ଭ ହୋଇଥିବାବେଳେ ସ୍ବାଭାବିକ ତାରିଖର ୪ ଦିନପୂର୍ବରୁ ମୌସୁମୀ ଚାଲିଯାଇଛି। ଚଳିତବର୍ଷ ରାଜ୍ୟରେ ସ୍ବାଭାବିକ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, ବୁଧବାର ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶୀତ ବଢ଼ିବା ନେଇ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ମଙ୍ଗଳବାର ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨ଦିନ ଅର୍ଥାତ୍‌ ୧୭ ତାରିଖ ମଧ୍ୟରେ ଏହା ଅଧିକ ଘନୀଭୂତ ହେବା ସହ ଦକ୍ଷିଣ ତାମଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ଆଖପାଖ ଅଞ୍ଚଳ ଦେଇ ଅଗ୍ରସର ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ହେଲେ ବିଭିନ୍ନ ସୋସିଆଲ ମିଡିଆ ଲଘୁଚାପକୁ ନେଇ ବାତ୍ୟା ରୂପ ଦିଆଯାଉଥିବାରୁ ଲୋକଙ୍କ ମନରେ ଭୟ ଘାରିଛି। କାରଣ ମୌସୁମୀ ଫେରିବା ସମୟରେ ସାଧାରଣତଃ ଅକ୍ଟୋବର ମାସରେ ଓଡ଼ିଶାରେ ଅଧିକାଂଶ ବାତ୍ୟା ହୋଇଛି। ଏବେ ବିଲରେ ଧାନ ଫସଲ ରହିଥିବାବେଳେ ଥୋଡ଼ ବାହାରିବା ସମୟ ଆସିଛି। ଏପରି ସ୍ଥିତିରେ ରାଜ୍ୟରେ ବାତ୍ୟା କିମ୍ବା ଝଡ଼ତୋଫାନ ହେଲେ, ଧାନ ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ଚାଷୀଙ୍କ ମନରେ ଛନକା ପଶିଛି।

The post ବଙ୍ଗୋପସାଗରରେ ଲଘୁଚାପ: ଘଡ଼ଘଡ଼ି ସହ ହେବ ବର୍ଷା appeared first on Dharitri Odia News.